ETV Bharat / state

ପିଏମ ଶ୍ରୀ ତାଲିକାରେ ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟ: ବଦଳିବ ରୂପରେଖ, ଶିକ୍ଷାରେ ଆସିବ ସଂସ୍କାର

author img

By

Published : Jul 27, 2023, 8:51 PM IST

ରାଜ୍ୟ ସରକାରଙ୍କ 5ଟି ଯୋଜନା ପରେ କେନ୍ଦ୍ର ସରକାରଙ୍କ ପଏମ ଶ୍ରୀ ଯୋଜନା । କେନ୍ଦ୍ର ଅଧିନରେ ଥିବା ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସାଙ୍ଗକୁ ଶିକ୍ଷାର ସଂସ୍କାର ଆଣିବାକୁ କେନ୍ଦ୍ରର ନୂଆ ପଦକ୍ଷପ । ଅଧିକ ପଢନ୍ତୁ

କେନ୍ଦ୍ର ସରକାରଙ୍କ ପଏମ ଶ୍ରୀ ଯୋଜନା ତାଲିକାରେ ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟ

ରାୟଗଡା: ବିଦ୍ୟାଳୟଗୁଡିକର ଭିତ୍ତିଭୂମି ସାଙ୍ଗକୁ ଶିକ୍ଷାର ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର 5T ଯୋଜନା ଆରମ୍ଭ କରିଛି । ଧୀରେଧୀରେ ସାରା ରାଜ୍ୟର ବିଦ୍ୟାଳୟ ଏବେ ରୂପାନ୍ତରିତ ହେବାରେ ଲାଗିଛି । ତେବେ ଗୋଟିଏ ପାଦ ଆଗକୁ ଯାଇ ଏବେ କେନ୍ଦ୍ର ସରକାର ମଧ୍ୟ ଆରମ୍ଭ କରିଛନ୍ତି ପିଏମ ଶ୍ରୀ ଯୋଜନା । କେନ୍ଦ୍ର ଅଧିନରେ ଥିବା ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ସାଙ୍ଗକୁ ଶିକ୍ଷାର ସଂସ୍କାର ଆଣିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛି । ଏହି କ୍ରମରେ ରାୟଗଡ଼ ଜିଲ୍ଲା ସଦର ମହକୁମା ଜୟରାମଗୁଡାଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ନବକଳେବର ହେବାକୁ ଯାଉଛି । କେନ୍ଦ୍ର ସରକାର ରାୟଗଡ଼ା କେନ୍ଦ୍ରୀୟ ବିଦ୍ୟାଳୟକୁ ପିଏମ ଶ୍ରୀ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି । ଫଳରେ ଏହି ବିଦ୍ୟାଳୟର ଭିତ୍ତିଭୂମି ବଢ଼ିବା ସହିତ ଅତ୍ୟାଧୁନିକ ଶିକ୍ଷାର ସୁବିଧା ପାଇ ପାରିବେ ଛାତ୍ରଛାତ୍ରୀ ।

ଏହି ବିଦ୍ୟାଳୟ ପ୍ରଥମେ ରାୟଗଡ଼ା ସଦର ମହକୁମାର ଲକ୍ଷ୍ମଣ ନାୟକ ପାଠାଗାରରେ ୨୦୦୭ ମସିହାରୁ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ରାୟଗଡ଼ ସହରର ଜୟରାମଗୁଡାଠାରେ ନିଜସ୍ୱ କୋଠାରେ କାର୍ଯ୍ୟକରୁଛି । ଏବେ ଏଠାରେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ୯୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପଢୁଛନ୍ତି । ଏହି ବିଦ୍ୟାଳୟରେ ଇ-ଲାଇବ୍ରେରୀଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ପରୀକ୍ଷାଗାରର ସୁବିଧା ରହିଛି । ତେବେ ଏହି ବିଦ୍ୟାଳୟ ପିଏମ ଶ୍ରୀ ତାଲିକାରେ ଅନ୍ତର୍ଭୁକ୍ତ ହେବାପରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ବିଦ୍ୟାଳୟର ଅଧ୍ଯକ୍ଷ ବୈଭବ ଜୈନ । ଯାହାଦ୍ୱାରା ପିଲାଙ୍କ ପାଠପଢ଼ା ସହ ଦକ୍ଷତା ବୃଦ୍ଧି ଦିଗରେ ଏହା ସହାୟକ ହେବ । କେବଳ ସେତିକି ନୁହେଁ ଏହା ଦ୍ଵାରା ପିଲା କେବଳ ନିଜ ପାଠ୍ୟକ୍ରମ ନୁହଁ ବରଂ ଭବିଷ୍ୟତ ଗଢିବା ପାଇଁ କ୍ୟାରିଅର ଭିତ୍ତିକ ପାଠ୍ୟକ୍ରମ ପଢ଼ିବେ ବୋଲି ଅଧ୍ଯକ୍ଷ ବୈଭବ ଜୈନ କହିଛନ୍ତି ।

ଏହି ଖବର ଜାଣିବା ପରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା । ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଛାତ୍ରଛାତ୍ରୀ କହିଛନ୍ତି, ବିଦ୍ୟାଳୟରେ କେବଳ ପାଠ୍ୟକ୍ରମ ଆଧାରରେ ପାଠ ପଢାଯାଉଛି ଯାହାଦ୍ଵାରା ଦ୍ଵାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ଭବିଷ୍ୟତକୁ ନେଇ ସଠିକ ନିଷ୍ପତ୍ତିି ନେଇ ପାରୁନାହିଁ । ବିଦ୍ୟାଳୟ ପିଏମ୍‌ ଶ୍ରୀ ତାଲିକାରେ ଅନ୍ତର୍ଭୁକ୍ତ ହେବାପରେ ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି ସାଙ୍ଗକୁ ଶିକ୍ଷାର ମଧ୍ୟ ଉନ୍ନତି ଘଟିବ । କ୍ୟାରିଅର ଗଢ଼ିବାରେ ଅଧିକ ସାହାଯ୍ୟ କରିବ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.