ETV Bharat / state

ସରପଞ୍ଚ ଉପନିର୍ବାଚନରେ ପ୍ରାର୍ଥୀପତ୍ର ନାକଚ ପରେ ବ୍ଲକ ଅଫିସରେ ତୁମୁଳକାଣ୍ଡ - rayagada block office

ସରପଞ୍ଚ ଉପନିର୍ବାଚନ ପ୍ରାର୍ଥୀପତ୍ର ନାକଚ ପରେ ରାୟଗଡା ବ୍ଲକ ଅଫିସରେ ହଟ୍ଟଗୋଳ । ପରିସ୍ଥିତି ଅଣାୟତ୍ତ ହେବାରୁ ସିଲ ହେଲା ବ୍ଲକ ଅଫିସ । ଅଧିକ ପଢନ୍ତୁ...

ସରପଞ୍ଚ ଉପନିର୍ବାଚନରେ ପ୍ରାର୍ଥୀପତ୍ର ନାକଚ ପରେ ବ୍ଲକ ଅଫିସରେ ତୁମୁଳକାଣ୍ଡ

author img

By

Published : Feb 3, 2021, 7:07 AM IST

ରାୟଗଡା : ସରପଞ୍ଚ ଉପନିର୍ବାଚନରେ ପ୍ରାର୍ଥୀପତ୍ର ନାକଚ ପରେ ରାୟଗଡ ବ୍ଲକ ଅଫିସରେ ହଟ୍ଟଗୋଳ । କଂଗ୍ରେସ ଦଳ ପକ୍ଷରୁ ତ୍ରୀବ ପ୍ରତିବାଦ କରାଯାଇଛି । ନିୟମ ଅନୁସାରେ ନିର୍ବାଚନ ଅଧିକାରୀ ତଥା ବିଡିଓ କାମ କରିନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କଂଗ୍ରେସକର୍ମୀ ବ୍ଲକ ଅଫିସ ପରିସରରେ ପ୍ରବଳ ପାଟିତୁଣ୍ଡ କରିଛନ୍ତି ।

ସରପଞ୍ଚ ଉପନିର୍ବାଚନରେ ପ୍ରାର୍ଥୀପତ୍ର ନାକଚ ପରେ ବ୍ଲକ ଅଫିସରେ ତୁମୁଳକାଣ୍ଡ

ସୋମବାର ପ୍ରାର୍ଥୀ ପତ୍ର ଦାଖଲ କରିବାର ଶେଷ ଦିନ ଥିଲା । ମଙ୍ଗଳବାର ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ 4 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 3 ଜଣ ନାକଚ କରାଯାଇଛି । ଏଥିରେ ତାପସ ତାଡିଙ୍ଗିଙ୍କ ନାମ ରହିଛି । ଯାହା ଜଣାପଡିବା ପରେ ତାଙ୍କ ସମର୍ଥକ ଓ କଂଗ୍ରେସକର୍ମୀ ବ୍ଲକ ଅଫିସରେ ହୋହ୍ଲାଲା କରିବା ସହ ଅଭିଯୋଗ ଆଣିଥିଲେ ।

ସେପଟେ, ପରିସ୍ଥିତି ଅଣାୟତ ହେବାରୁ ବ୍ଲକ ଅଫିସ ପରିସରରେ ପୋଲିସ ମୁତୟନ କରାଯାଇଥିଲା । ବ୍ଲକ କାର୍ଯ୍ୟାଳୟ ପରିସରରେ ଏକଜ୍ୟୁକେଟିଭ ମାଜିଷ୍ଟେଟ ତଥା ରାୟଗଡା ତହସିଲଦାର ପହଞ୍ଚିବା ପରେ ସେମାନଙ୍କୁ ବୁଝାସୁଝା କରି ପ୍ରାର୍ଥୀପତ୍ରକୁ ଅନ୍ୟ ଏକ କୋଠରୀରେ ରଖି ସିଲ କରିଥିଲେ । ଏନେଇ ଆଜି(ବୁଧବାର) ସିଲ କୋଠରୀରେ ରହିଥିବା ପ୍ରାର୍ଥୀପତ୍ରକୁ ଆଇନ ଅନୁସାରେ ସୂତନା ଦେବାକୁ ନିଷ୍ପତ୍ତି ହୋଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.