ETV Bharat / state

Justice For Mamita: ବିଜେପି ମହିଳା ମୋର୍ଚ୍ଚାର କୋକେଇ ଶୋଭାଯାତ୍ରା

author img

By

Published : Dec 3, 2021, 9:26 PM IST

ରାୟଗଡା ମହିଳା ମୋର୍ଚ୍ଚା ସଭାପତି ରଞ୍ଜନା ଉପାଧ୍ୟାୟଙ୍କ ନେତୃତ୍ବରେ ଶତାଧିକ କର୍ମୀ ସ୍ଥାନୀୟ ବସ୍‌ ଷ୍ଟାଣ୍ଡ ଠାରୁ କପିଳାସ ଛକ ପର୍ଯ୍ୟନ୍ତ କୋକେଇ ଶୋଭାଯାତ୍ରାରେ ବାହାରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୋକେଇ ସହ କୁଶ ପୁତ୍ତଳିକା ଦାହ କରିଛନ୍ତି । ଅଧିକ ପଢନ୍ତୁ

rayagada BJP Mahila Morcha demand resignation of minister dibya shankar mishra on teacher mamita meher murder case
Mamita meher murder case: ବିଜେପି ମହିଳା ମୋର୍ଚ୍ଚାର କୋକେଇ ଶୋଭାଯାତ୍ରା

ରାୟଗଡା: ଥମିବାର ନାଁ ନେଉନି ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲା । ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ତରଫରୁ ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବି ଜୋର ଧରିଛି । ଶୁକ୍ରବାର ମହିଳା ମୋର୍ଚ୍ଚା ସଭାପତି ରଞ୍ଜନା ଉପାଧ୍ୟାୟଙ୍କ ନେତୃତ୍ବରେ ଶତାଧିକ କର୍ମୀ ସ୍ଥାନୀୟ ବସ୍‌ ଷ୍ଟାଣ୍ଡ ଠାରୁ କପିଳାସ ଛକ ପର୍ଯ୍ୟନ୍ତ କୋକେଇ ଶୋଭାଯାତ୍ରାରେ ବାହାରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୋକେଇ ସହ କୁଶ ପୁତ୍ତଳିକା ଦାହ କରିଛନ୍ତି ।

ଏହି ଲୋମଟାଙ୍କୁରା ହତ୍ୟା ଘଟଣାକୁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଇ ରଖିଥିବା ସଦସ୍ୟମାନେ ଅଭିଯୋଗ କରିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ନ ଦେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ସଭାପତି ରଞ୍ଜନା ଉପାଧ୍ୟାୟ ଚେତାବନୀ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ନିୟମଗିରି ପାହାଡରେ ମାଓ ପୋଷ୍ଟର ଓ ବ୍ୟାନର, ଗାଁରେ କୋକୁଆ ଭୟ

ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ବିଜେପି ମହିଳା ମୋର୍ଚ୍ଚାର କର୍ମୀ ସାମିଲ ଥିଲେ । ସୁରକ୍ଷା ଦୃଷ୍ଟିରୁ ପୋଲିସ ମଧ୍ୟ ମୁତୟନ ହୋଇଥିଲେ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.