ETV Bharat / state

ରଥଯାତ୍ରା ପ୍ରସ୍ତୁତି ବୈଠକ, ସମସ୍ତ ବିଭାଗକୁ ଆନୁଷଙ୍ଗିକ କାମ ସରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

author img

By

Published : May 28, 2023, 11:24 AM IST

ଜିଲ୍ଲାସ୍ତରୀୟ ରଥଯାତ୍ରା ପ୍ରସ୍ତୁତି ବୈଠକ। ରଥଯାତ୍ରା ସମସ୍ତ ଆନୁଷଙ୍ଗିକ କାମ ସାରିବାକୁ ଲାଇନ ଡିପାର୍ଡମେଣ୍ଟକୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ଜିଲ୍ଲାସ୍ତରୀୟ ରଥଯାତ୍ରା ପ୍ରସ୍ତୁତି ବୈଠକ
ଜିଲ୍ଲାସ୍ତରୀୟ ରଥଯାତ୍ରା ପ୍ରସ୍ତୁତି ବୈଠକ

ରାୟଗଡା: ଚଳିତ ବର୍ଷ ରାୟଗଡାରେ ବିଜେ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଘୋଷ ଯାତ୍ରା ଓ ବାହୁଡା଼ ଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ କରାଯାଇଥିଲା । ବୈଠକ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ପଵିତ୍ର ରଥଯାତ୍ରା ଓ ବାହୁଡା ଯାତ୍ରାକୁ ପୂର୍ବ ବର୍ଷ ପରି ମହାସମାରୋହରେ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବୈଠକରେ ରଥଯାତ୍ରା ସମୟରେ ହେଉଥିବା ଅସୁବିଧା ଏବଂ ଏହାର ସମାଧାନ ବିଷୟରେ ଚର୍ଚ୍ଚା କରାଯାଇଥିଲା ।

ଯାତ୍ରା ସମୟରେ ଆନ୍ଧ୍ର ରାସ୍ତାରେ ଶହଶହ ସଂଖ୍ୟାରେ ଭାରିଯାନ ଚଳାଚଳ କରୁଥିବାରୁ ବହୁ ମାତ୍ରାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ । ଏଣୁ ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ରାୟଗଡ ନାଗରିକ ମଞ୍ଚ, ବ୍ରାହ୍ମଣ ସେବାୟତ ମହାସଂଘ ତରଫରୁ ଗୁଣ୍ଡିଚା ମନ୍ଦିର ସ୍ଥାନାନ୍ତର ନିମନ୍ତେ ଜିଲ୍ଲାପାଳଙ୍କୁ ଲିଖିତ ଆକାରେ ନିବେଦନ କରାଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ, ତହସିଲଦାର ତାପସ ରାଉତ ଏବଂ ରାୟଗଡ଼ା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ମିଳିତ ଭାବେ ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ବ୍ରାହ୍ମଣ ସେବାୟତ ମହାସଂଘ ତରଫରୁ ବିଶାଖାପାଟଣା ଗ୍ରସ୍ତରେ ଯାଇ ଡିଆରଏମ ଅନୁପ ଶତପଥୀଙ୍କୁ ସାକ୍ଷାତ କରି ଅନୁରୋଧ କରାଯାଇଥିଲା ।

ତେବେ ମନ୍ଦିର ସ୍ଥାନାନ୍ତର ପାଇଁ ସବୁଜ ସଙ୍କେତ ପାଇବା ପରେ ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଗୁଣ୍ଡିଚା ମନ୍ଦିର ସ୍ଥାନାନ୍ତର ନେଇ ସବିଶେଷ ଆଲୋଚନା ହୋଇଥିଲା । ସର୍ବସମ୍ମତିକ୍ରମେ ଗୁଣ୍ଡିଚା ମନ୍ଦିର ସ୍ଥାନାନ୍ତର ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏଥିପାଇଁ ବୈଠକରେ କୋର କମିଟି ଗଠନ କରାଯାଇ ରେଲୱେ ଓଭର ବ୍ରିଜ ନିକଟରେ ଦୁଇଟି ପ୍ରସ୍ତାବିତ ସ୍ଥାନ ଅନୁଧ୍ୟାନ କରି ତହସିଲଦାରଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ରଥଯାତ୍ରା ପୂର୍ବରୁ ଜଗନ୍ନାଥ ମନ୍ଦିର ଭିତରେ ଓ ବାହାରେ ପୂର୍ତ୍ତ ବିଭାଗ ମିଳିତ ଭାବରେ ରଙ୍ଗ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୌରପରିଷଦ ତରଫରୁ ପରିମଳ ବ୍ୟବସ୍ଥା l ଟ୍ରାଫିକ, ଗାଡି ପାର୍କିଂ ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା କଥା ଜିଲ୍ଲା ପୋଲିସ ବିଭାଗ ନିର୍ଦ୍ଦେଶ । ରଥଯାତ୍ରାର ଧାରା ବିବରଣୀ ପ୍ରସାର ଓ ପ୍ରଚାର ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗକୁ କୁହାଯାଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ଓ ଆମ୍ବୁଲାନ୍ସ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ରଥଯାତ୍ରା ସମୟରେ ପିଇବା ପାଣି ଜନସ୍ବାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ କୁହାଯାଇଛି । ରଥଯାତ୍ରା ସମୟରେ ସ୍ଵାଦିଷ୍ଟ ଭୋଗ ପ୍ରସ୍ତୁତ କରାଯାଇ ଭକ୍ତମାନଙ୍କୁ ବିକ୍ରୟ କରିବାକୁ ନିର୍ବାହୀ ଅଧିକାରୀ ଦେବୋତ୍ତର ବିଭାଗକୁ ଜିଲ୍ଲାପାଳ କହିଛନ୍ତି l

ଇଟିିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.