ETV Bharat / state

ନାଗାବଳୀ ନଦୀକୂଳରୁ ୧୦ ବାଲି ଭର୍ତ୍ତି ଟ୍ରାକ୍ଟର ଜବତ, ଗଣିଲେ ୧୦ ହଜାର ଜରିମାନା

ରାୟଗଡାରେ ବାଲି ଚୋରା ଚାଲାଣ ସମୟରେ ତହସିଲ ପକ୍ଷରୁ ଚଢାଉ, ଜବତ ହେଲା ୧୦ ଟ୍ରାକ୍ଟର । ଅଧିକ ପଢନ୍ତୁ

author img

By

Published : Apr 8, 2022, 7:39 PM IST

Updated : Apr 8, 2022, 10:35 PM IST

ବାଲି ଚୋରା ଚାଲାଣ ସମୟରେ ଚଢାଉ, ୧୦ ଟ୍ରାକ୍ଟର ଜବତ

ରାୟଗଡା: ବାଲି ଚୋରା ଚାଲାଣ ସମୟରେ ଚଢାଉ କରି ୧୦ ଟି ଟ୍ରାକ୍ଟର ଜବତ । ରାୟଗଡ଼ା ତହସିଲ ଅନ୍ତର୍ଗତ ମାଲିଗାଁ, ବେହେରାଗୁଡ଼ା ଓ ଜଗନ୍ନାଥପୁର ଗାଁ ନିକଟରେ ଥିବା ନାଗାବଳି ନଦୀ କୂଳରୁ ଏହିସବୁ ଟ୍ରାକ୍ଟର ଜବତ କରାଯାଇଛି । ସମସ୍ତ ଟ୍ରାକ୍ଟରକୁ ୧୦ ହଜାର ଟଙ୍କା ଲେଖାଏଁ ଜରିମନା ପକାଯାଇଥିବା ସୂଚନା ମିଳିଛି ।

ନାଗାବଳୀ ନଦୀକୂଳରୁ ୧୦ ବାଲି ଭର୍ତ୍ତି ଟ୍ରାକ୍ଟର ଜବତ, ଗଣିଲେ ୧୦ ହଜାର ଜୋରିମାନା

ଖବର ଅନୁଯାୟୀ, ନାଗାବଳି ନଦୀର ବିଭିନ୍ନ ବାଲିଘାଟ ଲିଜ ପ୍ରଦାନ ହୋଇ ନ ଥିବାବେଳେ ସେହି ସ୍ଥାନରୁ ବେଆଇନ ଭାବେ ବାଲି ଉଠାଣ ଚାଲିଥିଲା । ନଦୀ ଘାଟରୁ ବାଲି ଉଠାଇ ସହରରେ ଚଢ଼ା ଦରରେ ବିକ୍ରି କରାଯାଉଥିବା ନେଇ ତହସିଲରେ ଅଭିଯୋଗ ହୋଇଥିଲା । ଏହାପରେ ଆଜି(ଶୁକ୍ରବାର) ତହସିଲଦାର ତାପସ ରାଉତଙ୍କ ନେତୃତ୍ୱରେ ରାଜସ୍ୱ ବିଭାଗର ଟିମ ବିଭିନ୍ନ ବାଲି ଘାଟରେ ଚଢ଼ାଉ କରିଥିଲେ ।

ତୁରନ୍ତ ସମସ୍ତ ଟ୍ରାକ୍ଟରକୁ ଜବତ କରି ତହସିଲ କର୍ତୃପକ୍ଷ ରାୟଗଡ଼ା ତହସିଲ କାର୍ଯ୍ୟାଳୟକୁ ଆଣିଥିଲେ । ସେଠାରେ ଯାଞ୍ଚ ବେଳେ କୌଣସି ଟ୍ରାକ୍ଟରର ୱାଇ ଫର୍ମ ନଥିଲା । ତେଣୁ ସମସ୍ତ ଟ୍ରାକ୍ଟରକୁ ୧୦ ହଜାର ଲେଖାଏଁ ଜରିମନା ପକାଯାଇଛି । ପ୍ରକାଶଥାଉକି, ଆନ୍ଧ୍ରପ୍ରଦେଶରେ ନଦୀବାଲି ଅମୂଲ ମୂଲ ପାଲଟିଛି । ତେଣୁ ରାୟଗଡ଼ା ଜିଲ୍ଲାର ବିଭିନ୍ନ ନଦୀ ଘାଟରୁ ବେଆଇନ ଭାବେ ବାଲି ଉଠାଣ କରାଯାଇ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଛି । ଚଢ଼ା ଦରରେ ଆନ୍ଧ୍ରପ୍ରଦେଶରେ ଏହା ବିକ୍ରି ହେଉଥିବା ଜଣାପଡ଼ିଛି । ତେବେ ଆଜି କେବଳ ଟ୍ରାକ୍ଟର ଜବତ ହୋଇ ଥିବାବେଳେ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିବା ଟ୍ରକଗୁଡ଼ିକ କେବେ ଜବତ ହେଉଛି ତାହା ଦେଖିବାକୁ ବାକି ରହିଲା ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Apr 8, 2022, 10:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.