ETV Bharat / state

ବିନା ଥଇଥାନରେ ବସ୍ତି ଉଚ୍ଛେଦକୁ ବିରୋଧ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବସ୍ତି ବାସିନ୍ଦା

author img

By

Published : Feb 28, 2023, 11:05 AM IST

ବିନା ଥଇଥାନରେ ଉଚ୍ଛେଦକୁ ବିରୋଧ କରି ଜିଲ୍ଲା ପ୍ରାଶାସନର ଦ୍ବାରସ୍ଥ ହେଲେ ଶତାଧିକ ବସ୍ତି ବାସିନ୍ଦା । ଅଧିକ ପଢ଼ନ୍ତୁ

slum eviction in rayagada
slum eviction in rayagada
public meets rayagada ADM

ରାୟଗଡ଼ା: ଜିଲ୍ଲାକୁ ପୂର୍ବତଟ ରେଳପଥର ନୂତନ ଡିଭିଜନ ଭାବେ ଘୋଷଣା କରିବାର ୪ ବର୍ଷ ପରେ ବହୁ ପ୍ରତୀକ୍ଷିତ ରାୟଗଡ଼ା ରେଳ ଡିଭିଜନ ନିର୍ମାଣ ପାଇଁ ସଜବାଜ ହେଉଛି ରେଳ ବିଭାଗ । ଗୋଟିଏ ପଟେ ଓଡିଶାବାସୀଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଥିବା ବେଳେ ଅନ୍ୟପଟେ ବସ୍ତି ବାସିନ୍ଦାଙ୍କୁ ଘାରିଛି ଉଚ୍ଛେଦ ଚିନ୍ତା । ଦିନକ ପରେ ବସ୍ତି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିବା ପାଇଁ ରେଳ ବିଭାଗ ଯୋଜନା ପ୍ରସ୍ତୁତ କରିଛି । ରେଳ ଡିଭିଜନ କାର୍ଯ୍ୟାଳୟ ନିର୍ମାଣ ପାଇଁ ରାୟଗଡ଼ା ସହରର ବିଭିନ୍ନ ଜାଗାରେ ଥିବା ରେଳ ବିଭାଗର ଜମି ଚିହ୍ନଟ ଶେଷ ହୋଇସାରିଛି । ହେଲେ ବିନା ଥଇଥାନରେ ଉଚ୍ଛେଦ କାର୍ଯ୍ୟକୁ ବସ୍ତି ବାସିନ୍ଦା ବିରୋଧ କରିଛନ୍ତି ।

ରେଳ ବିଭାଗର ଅଧିକାଂଶ ଜମି ଦଖଲକାରୀଙ୍କ କବଜାରେ ରହିଛି । ରାୟଗଡ଼ା ସହରରେ ଛୋଟ ବଡ ୪୫ ଖଣ୍ଡ ବସ୍ତି ରହିଥିବା ବେଳେ ସେଥିମଧ୍ୟରୁ ପୌରପରିଷଦ ଏବଂ ରାଜସ୍ୱ ଜମିରେ 20 ଖଣ୍ଡ ବସ୍ତି ଗଢି ଉଠିଛି । ଅନ୍ୟ ୨୫ ଖଣ୍ଡ ବସ୍ତି ରେଳବାଇ ଜମିରେ ରହିଛି । ତେବେ ନୂତନ ରେଳ ଡିଭିଜନ ପାଇଁ 300 ଏକର ଜମିର ଆବଶ୍ୟକ ଥିବାବେଳେ ସିଂହ ଭାଗ ଜମି ସହରର ମଧ୍ୟଭାଗରେ ବସ୍ତି ବାସିନ୍ଦାଙ୍କ କବଜାରେ ରହିଛି । ତେଣୁ ମାତ୍ର ଦିନକ ମଧ୍ୟରେ ବସ୍ତି ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ବିରୋଧ କରିଛନ୍ତି ବସ୍ତି ବାସିନ୍ଦା । ବସ୍ତି ଖାଲି କରିବା ପାଇଁ ୨୦୧୯ ଠାରୁ ବସ୍ତି ବାସିନ୍ଦାଙ୍କୁ ରେଳ ବିଭାଗ ତରଫରୁ ବାରମ୍ବାର ନୋଟିସ ଦିଆଯାଇଛି ତଥାପି ସେମାନେ ବସ୍ତି ଖାଲି କରୁନଥିଲେ ।

ସେପଟେ ନୂତନ ରେଳ ଡିଭିଜନ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ରେଳ ମନ୍ତ୍ରାଳୟ ପର୍ଯ୍ୟନ୍ତ ତୃଣମୂଳରେ ଚାପ ବଢିବାରେ ଲାଗିଛି । କିଛି ସ୍ଥାନରୁ ଜବରଦଖଲକାରୀଙ୍କୁ ଧୀରେ ଧୀରେ ହଟେଇବା ରେଳ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ବେଳେ ରେଳବାଇ ଜମିରେ ଗଢ଼ି ଉଠିଥିବା ବସ୍ତିଗୁଡ଼ିକୁ ଫେବୃଆରୀ 28 ତାରିଖ ସୁଦ୍ଧା ଖାଲି କରିବା ପାଇଁ ବିଭାଗ ପକ୍ଷରୁ ଶେଷ ନୋଟିସ ଜାରି କରାଯାଇଛି । ରାୟଗଡ଼ା ସହରରେ ବିଭିନ୍ନ ଅଞ୍ଚଳରେ ଥିବା ୧୧୦୫ଟି ଘରକୁ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ କରି ରେଳବାଇ ପକ୍ଷରୁ ନୋଟିସ ଜାରି ହୋଇଛି । ସେଥିମଧ୍ୟରୁ କୋଇଲାପଡା ବସ୍ତିରେ ସର୍ବାଧିକ 120ଟି ଘର ରହିଛି । ବର୍ତ୍ତମାନ କୋଇଲାପଡ଼ା, ଭୀମାସାହି, ଅଣ୍ଡରଗ୍ରାଉଣ୍ଡ ନିକଟ, ବନ ବିଭାଗ କାର୍ଯ୍ୟାଳୟ ନିକଟ, ରୟତକୋଲୋନି, କୋରାପୁଟ ଛକ, ଡେଲିମାର୍କେଟ ଭିତରେ ରହିଥିବା ବସ୍ତିଗୁଡ଼ିକ ଉଚ୍ଛେଦ ହେବ ବୋଲି ଜଣାପଡ଼ିଛି । ଫଳରେ ବସ୍ତି ବାସିନ୍ଦା ଚିନ୍ତାରେ ପଡ଼ିଛନ୍ତି ।

ଉଚ୍ଛେଦ ପରେ ସେମାନେ କୁଆଡ଼େ ଯିବେ କୁଆଡେ, କିଭଳି ନିଜ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନିର୍ମାଣ କରିବେ ସେହି ଚିନ୍ତାରେ ରହିଛନ୍ତି ବସ୍ତି ବାସିନ୍ଦା । ତୁରନ୍ତ ରାଜ୍ୟ ସରକାର ସମସ୍ତ ବସ୍ତିର ଲୋକଙ୍କୁ ଭୂମି ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ଦାବି କରିଛନ୍ତି । ଏନେଇ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, "ଜିଲ୍ଲା ପ୍ରସାଶନ ପକ୍ଷରୁ ଉଚ୍ଛେଦ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ପାଇଁ ପିତାମହଲ ପଞ୍ଚାୟତ ଅନ୍ତର୍ଗତ କୁଡେସୁ ଗାଁ ନିକଟରେ ୫୪ ଏକର ଜମି ଚିହ୍ନଟ ହୋଇଛି । ସେହିଠାରେ ଯୋଗ୍ୟ ହିତାଧିକାରୀଙ୍କୁ ଥଇଥାନ କରାଯିବା ସହ ଜମି ପଟ୍ଟା ଦିଆଯିବ ଏବଂ ସମସ୍ତ ସୁବିଧା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.