ETV Bharat / state

ମିଳିଲା ପ୍ରତିଶୃତି, ରାସ୍ତାରୋକୋରୁ ହଟିଲେ ଗ୍ରାମବାସୀ

ସଡକ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାୟଗଡା ଓ କୋରାପୁଟ ରାସ୍ତା ବନ୍ଦ । ଉତ୍ତେଜନା ବଢୁଥିବାବେଳେ ବୁଝାସୁଝା କରି ପୋଲିସ ବି ନାକେଦମ । ଏବେ ଯାଏଁ ସୁଧୁରିନି ସ୍ଥିତି । ସୋମବାର ବିଳମ୍ବିତ ରାତିରେ ରାୟଗଡା ୩୨୬ ଜାତୀୟ ରାଜପଥରେ ଘଟିଥିଲା ଏହି ଦୁର୍ଘଟଣା ।

author img

By

Published : May 28, 2019, 8:11 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ରାୟଗଡା: ସୋମବାର ୩୨୬ ଜାତୀୟ ରାଜପଥରେ ଘଟିଥିବା ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି । ଦୁର୍ଘଟଣାକୁ ବହୁତ ସମୟ ବିତିଥିଲେ ସୁଦ୍ଧା ଥମୁନି ଆନ୍ଦୋଳନ । ବଢୁଛି ଉତ୍ତେଜନା । ରାୟଗଡ଼ା ଓ କୋରାପୁଟ ରାସ୍ତାରେ ଯାତାୟତ ଠପ ହୋଇଯାଇଛି । ପୋଲିସ ବୁଝାସୁଝା କଲା ପରେ ଗ୍ରାମବାସୀ ରାସ୍ତାରୋକୋରୁ ଉଠିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ସୋମବାର ବିଳମ୍ବିତ ରାତିରେ ରାୟଗଡା ଦେଇ ଯାଇଥିବା ୩୨୬ ଜାତୀୟ ରାଜପଥର କୁଦାପାଡୁ ନିକଟରେ ମୋଟର ସାଇକେଲ ସହ ବୋଲେରୋର ଦୁର୍ଘଟଣା ହୋଇଥିଲା । ଏଥିରେ ଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ରାଇକଣା ଗାଁର ଧର୍ମା ମିଣିଆକାଙ୍କ ଘଟଣାସ୍ଥଳରେ ମୄତ୍ୟୁ ହୋଇଥିବାବେଳେ ମୋଟର ସାଇକେଲ ପଛରେ ବସିଥିବା ଆନନ୍ଦ ହିମିରିକା ଗୁରୁତର ହୋଇଛନ୍ତି । ଆନନ୍ଦଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ।

ଏପଟେ କ୍ଷତିପୂରଣ ଦାବିରେ ଗାଁ ଲୋକେ ରାସ୍ତା ଅବରୋଧ କରିଛନ୍ତି । ରାୟଗଡ଼ା, କୋରାପୁଟ୍ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଛି । ତେବେ ଘଟଣାସ୍ଥଳରେ ରାୟଗଡା ସଦର ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

SLUG-FROUAD 
AVO-MRUTYUNJAY SENAPATI,MAYURBHABJ
DATE-28.05.2019
ANCHOR-SLUG-ଠକ ଅଟକ, ବାରିପଦା ପୋଲିସ ଏକ ଠକ କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ବିଭିନ୍ନ ଗଣମାଧ୍ୟମ ରେ ବେକାର ଯୁବକ ମାନଙ୍କୁ ଚାକିରୀ କରାଇଦେବା ପାଇଁ ଟଙ୍କା ନେଇଥିବା ଅଭିଯୋଗ ପରେ ଏହି ଠକ ଜଣଙ୍କ ସହ ଆଉ ଦୁଇ ଜଣକୁ ଅଟକ ରଖିଛି ବାରିପଦା ଟାଉନ ପୋଲିସ। ବିଶେଷ କରି ଓଡ଼ିଶାର ୨୫ଟି ବୈଦୁତିକ ଗଣମାଧ୍ୟମ କନକ ଟିଭି ଓ ନ୍ୟୁଜ 7 ସଂସ୍ଥା ରେ ସାମ୍ବାଦିକ ଏବଂ ଅଫିସର ବିଭିନ୍ନ ପୋଷ୍ଟ ରେ ଚାକିରୀ କରାଇ ଦେବା ନାଁ ରେ ଟଙ୍କା ନେଉଥିଲେ। ଠକ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା କେନ୍ଦୁଡ଼ିହା ଗ୍ରାମର ରାଜୀବ ଦାସ। ରାଜୀବ ଦାସ ବାରିପଦା ରେ ଥିବା ନିଶା ନିବାରଣ କେନ୍ଦ୍ରରେ ଚାକିରୀ କରନ୍ତି। ଆଜି ବାରିପଦା ତୁଳସୀ ଚଉରା ଅଞ୍ଚଳର ଅସୀମ ଦାସ ଙ୍କୁ ନିଶା ନିବାରଣ କେନ୍ଦ୍ର ରେ ଚାକିରୀ କରାଇଦେବାକୁ ଟଙ୍କା ନେଉଥିବା ବେଳେ ଠକ ଜଣକ ଧରା ପଡିଛନ୍ତି। ସେହିପରି ବାରିପଦା ସହର ର ଆଉ ଦୁଇଜଣ ଙ୍କ ଠାରୁ ବିଭିନ୍ନ ବୈଦୁତିକ ଗଣ ମାଧ୍ୟମ ରେ ଚାକିରି କରାଇ ଦେବାକୁ ଟଙ୍କା ନେଇଥିବା ସାମନା କୁ ଆସିଛି। ବାରିପଦା  ପୋଲିସ ଅଭିଯୁକ୍ତ କୁ ଅଟକ କରି ଅଧିକ ତଦନ୍ତ ଚାଲୁ ରଖିଛି।
Visual FTP
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.