ETV Bharat / state

ପାଇଖାନା ଭିତରେ ବୋମା, ବୋମାକୁ ନିଷ୍କ୍ରିୟ କଲେ ପୁଲିସ ଓ ସିଆରପିଏଫ

ପାଇଖାନା ଭିତରେ ବୋମା ! ବୋମାକୁ ନିଷ୍କ୍ରିୟ କଲେ ପୁଲିସ ଓ ସିଆରପିଏଫ । ପାଇଖାନା ଭିତରେ ରଖାଯାଇଥିବା ବୋମା ବିସ୍ଫୋରଣ କରି ନିଷ୍କ୍ରିୟ କଲେ ପୁଲିସ ଓ ସିଆରପିଏଫ । ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ସୁଙ୍ଗେର ଗ୍ରାମରେ ଏହି ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

ପାଇଖାନା ଭିତରେ ରଖାଯାଇଥିବା ବୋମାକୁ ନିଷ୍କ୍ରିୟ କଲେ ପୁଲିସ ଓ ସିଆରପିଏଫ

author img

By

Published : Dec 7, 2022, 10:43 PM IST

ରାୟଗଡ଼ା : ପାଇଖାନା ଭିତରେ ବୋମା ! ବୋମାକୁ ନିଷ୍କ୍ରିୟ କଲେ ପୁଲିସ ଓ ସିଆରପିଏଫ । ପାଇଖାନା ଭିତରେ ରଖାଯାଇଥିବା ବୋମା ବିସ୍ଫୋରଣ କରି ନିଷ୍କ୍ରିୟ କଲେ ପୁଲିସ ଓ ସିଆରପିଏଫ । ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ସୁଙ୍ଗେର ଗ୍ରାମରେ ଏହି ଘଟଣା ଘଟିଛି । ଯାହାକି ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଛି । ଘଟଣାରୁ ପ୍ରକାଶ ଯେ, ସୁଙ୍ଗେର ଗ୍ରାମରେ ଟୁଟୁ ଗୋପାଳ ନାମକ ଜଣେ ବ୍ୟକ୍ତିଙ୍କ ଘର ପଛପଟେ ଥିବା ଏକ ପାଇଖାନା ଭିତରେ ବୋମା ରହିଥିଲା । ଏନେଇ କାଶୀପୁର ପୋଲିସ ସୂଚନା ପାଇଥିଲା ।

ପାଇଖାନା ଭିତରେ ରଖାଯାଇଥିବା ବୋମାକୁ ନିଷ୍କ୍ରିୟ କଲେ ପୁଲିସ ଓ ସିଆରପିଏଫ

ଏହି ଖବର ମିଳିବା ପରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରୁ ସାଇଣ୍ଟିଫିକ ଟିମ୍ ସହ ସିଆରପିଏଫ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ବୋମାକୁ ଠାବ କରିବାପରେ ଅତି ସତର୍କତାର ସହିତ ତାହା ନିଷ୍କ୍ରିୟ କରାଯାଇଛି । ଏସପି ବିବେକାନନ୍ଦ ଶର୍ମା ଓ ଏସଡିପିଓ ଦେବଜ୍ୟାେତି ଦାସ ଉପସ୍ଥିତ ରହି ବୋମାକୁ ନିଷ୍କ୍ରିୟ କରିଛନ୍ତି । ତେବେ କିଏ ଓ କାହିଁକି ଏହି ବୋମା ରଖିଥିଲା ତାହା ଜଣାପଡ଼ିନାହିଁ । ଏହାର ତଦନ୍ତ ଜାରି ରହିଛି ବୋଲି ଏସଡିପିଓ କହିଛନ୍ତି । ହେଲେ ଏହି ଘଟଣାରେ ସୌଭାଗ୍ୟବଶତଃ କାହାର କିଛି କ୍ଷତି ଘଟିନାହିଁ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.