ETV Bharat / state

ଆଜିଠୁ ଆରମ୍ଭ ନକ୍ସଲଙ୍କ PLGA ସପ୍ତାହ, ମୁକାବିଲା ପାଇଁ ପୋଲିସ ପ୍ରସ୍ତୁତ - ନକ୍ସଲଙ୍କ PLGA ସପ୍ତାହ

ନକ୍ସଲଙ୍କ PLGA ସପ୍ତାହ ଆଜିଠାରୁ ଆରମ୍ଭ । ମୁକାବିଲା ପାଇଁ ରାୟଗଡା ପୋଲିସ ପ୍ରସ୍ତୁତ । ସୀମାନ୍ତରେ କୁମ୍ବିଂ ଜୋରଦାର । ଅଧିକ ପଢନ୍ତୁ....

plga week started from today
ଆଜିଠାରୁ ଆରମ୍ଭ ନକ୍ସଲଙ୍କ PLGA ସପ୍ତାହ,ମୁକାବିଲା ପାଇଁ ପୋଲିସ ପ୍ରସ୍ତୁତ
author img

By

Published : Dec 2, 2020, 4:09 PM IST

ରାୟଗଡା: ଆଜିଠାରୁ ଆରମ୍ଭ ହୋଇଛି ନକ୍ସଲଙ୍କ ପିଏଲଜିଏ ସପ୍ତାହ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମାଓବାଦୀ ଡିସେମ୍ବର 2 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ସେମାନଙ୍କ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି। ଏଥି ନିମନ୍ତେ ଗତ କିଛି ଦିନ ତଳେ ପାଟସାଲି ଠାରେ ପୋଷ୍ଟର ବ୍ୟାନର ମାରି ସପ୍ତାହ ପାଳନ ପାଇଁ ମାଓବାଦୀ ଆହ୍ବାନ ଦେଇଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ରାୟଗଡା ପୋଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହି ସମୟରେ ସଂଗଠନକୁ ସୁଦୃଢ କରିବା ନିମନ୍ତେ ଅଞ୍ଚଳରେ ଲୋକଙ୍କ ସହ ସଭାସମିତି କରି ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟକୁ ବିରୋଧ କରି ଲୋକମାନଙ୍କୁ ନିଜ ଦଳରେ ସାମିଲ କରାଇଥାନ୍ତି।

ଆଜିଠାରୁ ଆରମ୍ଭ ନକ୍ସଲଙ୍କ PLGA ସପ୍ତାହ,ମୁକାବିଲା ପାଇଁ ପୋଲିସ ପ୍ରସ୍ତୁତ

ଉନ୍ନତି ମୂଳକ କାର୍ଯ୍ୟ ଗୁଡିକୁ ଭଣ୍ଡୁର କରିବାପାଇଁ ପୋଡାଜଳା , ବିସ୍ଫୋରଣ କରି ସାଧାରଣ ସମ୍ପତ୍ତି ସବୁ ନଷ୍ଟ କରିଥାନ୍ତି । ରାୟଗଡ଼ା ପୋଲିସ ପକ୍ଷରୁ ସହରରେ ନାକା ଚେକିଂ ଠାରୁ ଆରମ୍ଭ କରି ସହରର ପ୍ରବେଶ ପଥରେ ଯାଞ୍ଚ କଡାକଡି କରାଯାଇଛି । ସେହିପରି ଗୁଇନ୍ଦା ବିଭାଗ କୁ ମଧ୍ୟ ସମ୍ପୂର୍ଣ୍ଣ ଆଲର୍ଟ କରାଯିବା ସହ ସୀମାନ୍ତ ଅଞ୍ଚଳରେ ରେ କୁମ୍ବିଂ ଜୋରଦାର କରାଯାଇଛି। ଯେଉଁଥିରେ ରାୟଗଡ଼ା ପୋଲିସ ସହ ସିଆରପିଏଫ ଓ ବିଏସଏଫ ଯବାନ ସାମିଲ ହୋଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.