ETV Bharat / state

ଚିକିତ୍ସା ଅବହେଳାରୁ ରୋଗୀର ମୄତ୍ୟୁ, ହସ୍ପିଟାଲରେ ଉତ୍ତେଜନା

ଚିକିତ୍ସାରେ ଅବହେଳା ଯୋଗୁଁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ମେଡିକାଲରେ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ...

author img

By

Published : Oct 3, 2019, 11:14 PM IST

ଚିକିତ୍ସା ଅଭାବରୁ ରୋଗୀର ମୄତ୍ୟୁ

ରାୟଗଡ଼ା: ଚିକିତ୍ସା ଅବହେଳାରୁ ଜଣେ ରୋଗୀର ମୄତ୍ୟୁକୁ ନେଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖା ଦେଇଥିଲା । ଶ୍ବାସରୁଦ୍ଧ ହୋଇ ଚିକତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ଠିକ ସମୟରେ ଇସିଜି କରା ନଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିବା ସହ ଡାକ୍ତରଖାନାରେ ପାଟିତୁଣ୍ଡ କରିଥିଲେ ମୃତବ୍ୟକ୍ତିଙ୍କ ସମ୍ପର୍କୀୟ । ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଚିକିତ୍ସା ଅଭାବରୁ ରୋଗୀର ମୄତ୍ୟୁ

ଗୁରୁବାର ସକାଳ 10ଟା ବେଳେ ରାୟଗଡ଼ାର ରଶ୍ମି ରଞ୍ଜନ ଖଟୁଆ ନାମକ ବ୍ୟକ୍ତିଙ୍କୁ ଛାତିରେ ଜନ୍ତ୍ରଣା ହୋଇ ନିଶ୍ବାସ ନେବାରେ କଷ୍ଟ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ଇସିଜି କରିବା ପାଇଁ କହିଥିଲେ । ହେଲେ ଇସିଜି ଦାୟିତ୍ବରେ ଥିବା କର୍ମଚାରୀ ଦିନ 2ଟା ବେଳେ ଇସିଜି ହେବ ବୋଲି କହିଥିଲେ । ତେବେ ଏନେଇ ରୋଗୀଙ୍କ ସମ୍ପର୍କୀୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି ଫଳ ମିଳି ନଥିଲା । ତେବେ ଦିନ ପ୍ରାୟ 1ଟା ସମୟରେ ରୋଗୀର ମୃତ୍ୟୁ ହୋଇଥିଲା । ଖବର ପାଇ ରୋଗୀଙ୍କ ସମ୍ପର୍କୀୟ ଓ ସାଙ୍ଗସାଥୀ ପ୍ରବଳ ପାଟିତୁଣ୍ଡ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ପରିସ୍ଥିତିକୁ ନିୟନ୍ତ୍ରିତ କରିବା ସହ ଦୁଇଜଣ ମେଡିକାଲ କର୍ମଚାରଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଚିକିତ୍ସା ଅଭାବରୁ ରୋଗୀର ମୄତ୍ୟୁ , ମେଡିକାଲରେ ଉତ୍ତେଜନା ।Body: ଚିକିତ୍ସା ଅବହେଳାରୁ ଜଣେ ରୋଗୀ ର ମୄତ୍ୟୁକୁ ନେଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତେଜନା । ଶ୍ୱାସରୁଦ୍ଧ ହୋଇ ଚିକତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ଠିକ ସମୟରେ ECG କରାନଯିବା ଯୋଗୁଁ ମୄତ୍ୟୁ ଘଟିଥିବା ବେଳେ ରୋଗୀଙ୍କ ସମ୍ପର୍କୀୟ ମନେ ହସ୍ପିଟାରରେ ପାଟିତୁଣ୍ଡ କରିଛନ୍ତି। ଶେଷରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତେକ୍ତ ଲୋକଙ୍କୁ ବିଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଆଜି ସକାଳ ୧୦ଟା ବେଳେ ରାୟଗଡ଼ା ସହରର ରଶ୍ମି ରଞ୍ଜନ ଖଟୁଆ ନାମକ ଜଣେ ବ୍ୟକ୍ତିଙ୍କୁ ଛାତି ବଥା ହୋଇ ଶ୍ୱାସ ପ୍ରସାସରେ କଷ୍ଟ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା କରିବା ଡାକ୍ତର ତାଙ୍କୁ ECG କରିବା ପାଇଁ କହିଥିଲେ । ହେଲେ ECG ଦାୟିତ୍ୱରେ ଥିବା କର୍ମଚାରୀ ଦିନ ୨ଟା ବେଳେ ECG ହବ ବୋଲି କହିଥିଲେ । ତେବେ ଏନେଇ ରୋଗୀ ସମ୍ପର୍କୀୟ ହସ୍ପିଟାଲ କତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କିଛି କରା ଜୈନଥିବା ବେଳେ ଦିନ ପ୍ରାୟ ୧ଟା ସମୟରେ ରୋଗୀର ମୃତ୍ୟୁ ଘଟିଥିଲା । ଏଖବର ପାଇ ରୋଗୀଙ୍କ ସମ୍ପର୍କୀୟ ଓ ସାଙ୍ଗସାଥି ମନେ ପ୍ରବଳ ପାଟିତୁଣ୍ଡ କରିଥିଲେ । ଖବର ପାଇ ପୋଲିସ ପହଂଚିବା ସହ ଦୁଇଜଣ ହସ୍ପିଟାଲ କର୍ମଚାରଙ୍କୁ ଅଟକ ରଖିଛି ।Conclusion:ଚିକିତ୍ସା ଅଭାବରୁ ରୋଗୀର ମୄତ୍ୟୁ , ମେଡିକାଲରେ ଉତ୍ତେଜନା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.