ETV Bharat / state

ବର୍ଷା ବିତ୍ପାତ: ବାତିଲ ହେଲା ଟ୍ରେନ, ନଜର ପକାନ୍ତୁ ଲିଷ୍ଟ ଉପରେ

ପ୍ରବଳ ବର୍ଷା ଓ ପରିଚାଳନାଗତ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର କେତେକ ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି । ଆଉ କିଛି ଟ୍ରେନକୁ ଆଶିଂକ ବାତିଲ କରାଯାଇଛି ।

ଡିଜାଇନ ଫଟୋ
author img

By

Published : Aug 9, 2019, 11:09 PM IST

ରାୟଗଡା: ରାଜ୍ୟର ଅନେକ ଜିଲ୍ଲାରେ ଏବେ ବର୍ଷା ବିତ୍ପାତ । ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପରିଚାଳନାଗତ ସମସ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ କେତେକ ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଅଛି I

ଟିଟିଲାଗଡ଼ ଓ ରାୟଗଡା ରେଳ ସେକ୍ସନରେ ପରିଚାଳନାଗତ ସମସ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ କେବଳ କେତେକ ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଅଛି I ରେଳବାଇ ପକ୍ଷରୁ ୨୪X୭
ପାଟ୍ରୋଲିଂ କରାଯାଉଥିବାବେଳେ ବରିଷ୍ଠ ଅଧିକାରୀ ମାନେ ମରାମତି କରାଯାଇଥିବା ପ୍ରଭାବିତ ଟ୍ରାକକୁ ସମ୍ପୂର୍ଣ୍ଣ କରିବାପାଇଁ ଘଟଣାସ୍ଥଳରେ କାର୍ଯ୍ୟରତ ଅଛନ୍ତି I

ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ରେଳ ଧାରଣାର ତଳର ମାଟି ଓ ବାଲାଷ୍ଟ ଧୋଇ ହୋଇଯାଇଛି । ଫଳରେ ରାୟଗଡା-ଟିଟିଲାଗଡ଼ ରେଳ ସେକ୍ସନର ଦୋଇକାଲୁ-ଆମ୍ବୋଦଳା ଷ୍ଟେସନ ମଧ୍ୟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥିଲା I ଏହି ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ନିମ୍ନପ୍ରଦତ୍ତ କେତେକ ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଥିବା ବେଳେ ସମଲେଶ୍ବରୀ ଏକ୍ସପ୍ରେସକୁ ଆଂଶିକ ବାତିଲ କରାଯାଇଅଛି I

ନଜର ପକାନ୍ତୁ ବାତିଲ ହୋଇଥିବା ଟ୍ରେନ ଉପରେ :

  • ଦୁର୍ଗ ଠାରୁ ୯ ତାରିଖରେ ଏବଂ ବିଶାଖାପାଟଣାରୁ ୧୦ ତାରିଖରେ ଛାଡିବାକୁ ଥିବା ୫୮୫୨୯/୫୮୫୩୦ ଦୁର୍ଗ-ବିଶାଖାପାଟଣା-ଦୁର୍ଗ ପାସେଞ୍ଜର
  • ସମ୍ବଲପୁରରୁ ୧୦ ତାରିଖରେ ଏବଂ କୋରାପୁଟରୁ ୧୧ ତାରିଖରେ ଛାଡିବାକୁ ଥିବା ୫୮୩୦୧/୫୮୩୦୨ ସମ୍ବଲପୁର-କୋରାପୁଟ-ସମ୍ବଲପୁର ପାସେଞ୍ଜର
  • ସମ୍ବଲପୁରରୁ ୧୦ ତାରିଖରେ ଏବଂ ଜୁନାଗଡ଼ ରୋଡ଼ରୁ ୧୧ ତାରିଖ ରେ ଛାଡିବାକୁ ଥିବା ୫୮୩୦୩/୫୮୩୦୪ ସମ୍ବଲପୁର-ଜୁନାଗଡ଼ ରୋଡ଼-ସମ୍ବଲପୁର ପାସେଞ୍ଜର

ଆଂଶିକ ବାତିଲ ଟ୍ରେନ:

୯ ତାରିଖରେ ହାଓଡ଼ା ରୁ ଛାଡିଥିବା ଓ ୧୦ ତାରିଖରେ ଜଗଦଳପୁରରୁ ଛାଡିବାକୁ ଥିବା ୧୮୦୦୫/୧୮୦୦୬ ହାଓଡ଼ା-ଜଗଦଲପୁର-ହାଓଡ଼ା ସମଲେଶ୍ବରୀ ଏକ୍ସପ୍ରେସ ଟିଟିଲାଗଡ଼ ପର୍ଯ୍ୟନ୍ତ ଚଳାଚଳ କରିବ ଓ ଉଭୟ ଦିଗରୁ ଟିଟିଲାଗଡ଼ ଓ ଜଗଦଳପୁର ମଧ୍ୟରେ ବାତିଲ ରହିବ I

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.