ETV Bharat / state

ପଦ୍ମପୁର (ଖ) ଜୋନରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଉପନିର୍ବାଚନ

ଜିଲ୍ଲାର ପଦ୍ମପୁର ଜୋନ(ଖ) ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ଆଜି ଉପ ନିର୍ବାଚନ ଅନୁଷ୍ଠିତ ହୋଇଛି । ପଦ୍ମପୁର ବ୍ଲକର ଗୁଳୁଗୁଡା, ନୂଆଗଡ଼, ଲିକିଟିପଦର, ଜତ୍ତିଲି, ଇନ୍ଦୁପୁର, ତେମ୍ବଗୁଡା ଓ ଆଖୁସିଙ୍ଗ ପଞ୍ଚାୟତକୁ ନେଇ 85ଟି ବୁଥରେ ମତଦାନ କରାଯାଇଛି । ଅଧିକ ପଢନ୍ତୁ...

ପଦ୍ମପୁର ଖ ଜୋନରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଉପ ନିର୍ବାଚନ

author img

By

Published : Feb 24, 2021, 4:45 PM IST

ରାୟଗଡା : ଜିଲ୍ଲାର ପଦ୍ମପୁର ଜୋନ(ଖ) ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ଆଜି ଉପ ନିର୍ବାଚନ ଅନୁଷ୍ଠିତ ହୋଇଛି । ପଦ୍ମପୁର ବ୍ଲକର ଗୁଳୁଗୁଡା, ନୂଆଗଡ଼, ଲିକିଟିପଦର, ଜତ୍ତିଲି, ଇନ୍ଦୁପୁର, ତେମ୍ବଗୁଡା ଓ ଆଖୁସିଙ୍ଗ ପଞ୍ଚାୟତକୁ ନେଇ 85ଟି ବୁଥରେ ମତଦାନ କରାଯାଇଛି ।

ପଦ୍ମପୁର ଖ ଜୋନରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଉପ ନିର୍ବାଚନ

ଖ ଜୋନରେ ମୋଟ 22 ହଜାର ମତଦାତା ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଠାରେ କଂଗ୍ରେସ ପକ୍ଷରୁ ମାନୁଏଲ ମାଝୀ, ବିଜେଡ଼ି ପକ୍ଷରୁ କରୁଣାକର ଶବର, ବିଜେପି ପକ୍ଷରୁ ବିଦ୍ୟାଧର ଶବର ଓ ସିପିଆଇ ପକ୍ଷରୁ ବାବୁଲା ମାଝୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଆଜି ଦିନ 12ଟା ଯାଏଁ ମତଦାନ ଚାଲିବାକୁ ଥିବାବେଳେ ଆସନ୍ତା କାଲି ଭୋଟ ଗଣତି କରାଯିବ । ପ୍ରକାଶ ଥାଉ କି, ଏଠାରେ କଂଗ୍ରେସ ନେତା ଡ଼. ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.