ETV Bharat / state

ଆସୁଛି ‘ଫନି’, ଚାଷୀଙ୍କ ଆଖିରୁ ହଜିଲା ନିଦ

ଓଡ଼ିଶାକୁ ‘ଫନି’ ନାମକ ବାତ୍ୟା ମାଡି ଆସୁଛି ବୋଲି ଭାରତୀୟ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଅଥୟ କରିଛି ରାୟଗଡ଼ା ଚାଷୀଙ୍କୁ ।

author img

By

Published : Apr 30, 2019, 12:00 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ମାଡ଼ିଆସୁଛି ବାତ୍ୟା ଫନି । ଏପଟେ ଖଳାରେ ପଡିଛି ପାଚିଲାଧାନ । କିନ୍ତୁ ଏଯାଏଁ ମଣ୍ଡିର ଦେଖାନାହିଁ, ଯାହାକୁ ନେଇ ଚିନ୍ତାରେ ଚାଷୀ । ଏପ୍ରିଲ ଯାଇ ମେ ଆସିବାକୁ ବସିଲାଣି ହେଲେ ଜିଲ୍ଲାରେ ଧାନ ମଣ୍ଡିର ମିଳୁନି ଦେଖା । ସେପଟେ ଦକ୍ଷିଣ ଓଡ଼ିଶାକୁ ‘ଫନି’ ନାମକ ବାତ୍ୟା ମାଡି ଆସୁଛି ବୋଲି ଭାରତୀୟ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଅଥୟ କରିଛି ରାୟଗଡ଼ା ଚାଷୀଙ୍କୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଖରିଫ ଫସଲ ପାଇଁ ପ୍ରଶାସନ ଯେତିକି ତତ୍ପର ରବି ପାଇଁ ସେଭଳି ତତ୍ପରତା ଦେଖିବାକୁ ମିଳୁନାହିଁ । ରାୟଗଡ଼ା ଜିଲ୍ଲାର ଭୌଗଳିକ ସ୍ଥିତି ଅନୁଯାଇ ଏଠି ଢ଼ାଲୁ ଜମିର ସଂଖ୍ୟା ଅଧିକ । ଫଳରେ ନଭେମ୍ବର ପ୍ରଥମ ସପ୍ତାହରୁ ଖରିଫ ଜମିରୁ ଧାନ ଉଠିବା ପରେ ପରେ ଚାଷୀ ପ୍ରସ୍ତୁତ ହୋଇଥାନ୍ତି ରବି ଫସଲ ପାଇଁ । ନଭେମ୍ବରରୁ ଜାନୁଆରୀ ମଧ୍ୟରେ ରବି ଚାଷର ଧାନ ରୁଆ ସରିଥିବା ବେଳେ ମଧ୍ୟମ ଅବଧି ଏବଂ ସ୍ୱଳ୍ପ ଅବଧିର ଧାନ ଚାଷ ହୋଇଥାଏ । ଏହି ସବୁ ଧାନ ରୁଆ ବେଉଷଣର ୧୨୦ରୁ ୧୩୦ ଦିନ ମଧ୍ୟରେ ଅମଳ ହୋଇଥାଏ । ଫଳରେ ଯଦି କୃଷି ବିଭାଗର ହିସାବକୁ ନିଆଯାଏ ତେବେ ଜିଲ୍ଲାରେ ମାର୍ଚ୍ଚ ଶେଷ ସୁଦ୍ଧା ରବି ଧାନ ଅମଳ ହୋଇ ଏପ୍ରିଲ ଶେଷ ସୁଦ୍ଧା ଜିଲ୍ଲାରେ ଧାନ ଅମଳ ସରିବାର ନଜିର ରହିଛି । ଚଳିତ ବର୍ଷ ମଧ୍ୟ ସମାନ ଭାବେ ୯୮ ପ୍ରତିଶତ ଧାନ ଅମଳ ସରି ଖଳାରେ ପଡ଼ିଛି, କିନ୍ତୁ ଏପଟେ ନିଜ ଉତ୍ପାଦିତ ଧାନକୁ ବିକ୍ରିପାଇଁ ମଣ୍ଡିକୁ ଅନାଇ ବସିଛି ଚାଷୀ ।

ଜିଲ୍ଲାରେ ଗତ ବର୍ଷ ୩୫୪୦ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ଚଳିତ ବର୍ଷ ଏହା ଖସିଆସି ୨୫୫୩ ହେକ୍ଟରରେ ସୀମିତ ରହିଛି । ତେବେ କୃଷି ବିଭାଗର ଆକଳନ ଅନୁଯାୟୀ ଚଳିତ ବର୍ଷ ୧୪୫୦୫ ମେଟ୍ରିକ ଟନ ରବି ଧାନ ସଂଗ୍ରହର ଲକ୍ଷ୍ୟ ରହିଛି । ସବୁଠାରୁ ବଡ଼ କଥା ଜିଲ୍ଲାରେ ଧାନ ଅମଳ ସରିଥିବା ବେଳେ ଶହ ଶହ ମେଟ୍ରିକ ଟନ ଧାନ ଖଳାରେ ପଡି ରହିଛି । ସାମୁଦ୍ରିକ ଝଡ଼ ଫନିର ଚେତାବନୀ ପରେ ଏବେ ନିଦ ହଜି ଯାଇଛି ଏଠିକା ଚାଷୀଙ୍କ ଆଖିରୁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.