ETV Bharat / state

କାଶୀପୁରରେ ହଇଜା ମାଡିବା ପଛର ସତ: ଷ୍ଟୋର ରୁମ ସାଜିଛି ଶୌଚାଳୟ, ପଡିଆ ପାଲଟିଛି ପାଇଖାନା - କାଶୀପୁରରେ ଷ୍ଟୋର ରୁମ ସାଜିଛି ପାଇଖାନା

ସାମନାକୁ ଆସିଲା କାଶୀପୁର ହଇଜାର ଅସଲ ଚିତ୍ର । ପଦାରେ ପଡ଼ିଲା ରାୟଗଡ଼ା ଜିଲ୍ଲା ପ୍ରଶାସନର ମିଥ୍ୟା ତଥ୍ୟ । ବାହାରେ ମଳମୂତ୍ର ତ୍ୟାଗ କରୁଥିବା ଗାଁକୁ ପ୍ରଶାସନ ଶତପ୍ରତିଶତ ବାହ୍ୟ ମଳମୁକ୍ତ ଗାଁ ଭାବେ ଘୋଷଣା କରିଛି । ମାତ୍ର ବାହାରେ ମଳତ୍ୟାଗ କରି ହଇଜାରେ ରୋଗରେ ଲୋକେ ପୀଡ଼ିତ ହୋଇ ସରକାରୀ ତଥ୍ୟକୁ ମିଥ୍ୟା ପ୍ରମାଣିତ କରିଛନ୍ତି । ଦେଖନ୍ତୁ କାଶୀପୁର ହଇଜା ବ୍ୟାପିବାର ମୁଖ୍ୟ କାରଣ ଉପରେ ସ୍ବତନ୍ତ୍ର ରିପୋର୍ଟ

କାଶୀପୁର ହଇଜାର ଅସଲ ଚିତ୍ର: ଷ୍ଟୋର ରୁମ ସାଜିଛି ପାଇଖାନା, ବାହାରେ ମଳତ୍ୟାଗ କରୁଛନ୍ତି ଲୋକେ

author img

By

Published : Aug 7, 2022, 10:51 AM IST

ରାୟଗଡ଼ା: ଜିଲ୍ଲାର କାଶୀପୁର ବ୍ଲକରେ ଗତ ୧ ମାସ ଧରି ଆତଙ୍କ ଖେଳାଇଥିବା ହଇଜା ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି । ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩୦ ତଳକୁ ଖସିଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୩୧ ଜଣ ଚିକିତ୍ସା ହେଉଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଏହି ବ୍ଲକରେ ବର୍ତ୍ତମାନ ଯେଉଁ ହଇଜା ବ୍ୟାପିଛି ତାହାର ମୂଳ କାରଣ ହେଉଛି ଦୂଷିତ ଜଳ ଏବଂ ଖୋଲାରେ ମଳ ତ୍ୟାଗ । ବାହାରେ ମଳମୂତ୍ର ତ୍ୟାଗ କରୁଥିବା ଗାଁକୁ ପ୍ରଶାସନ ଶତପ୍ରତିଶତ ବାହ୍ୟ ମଳମୁକ୍ତ ଗାଁ ଭାବେ ଘୋଷଣା କରିଛି । ମାତ୍ର ହଇଜା ରୋଗ ସରକାରୀ ତଥ୍ୟକୁ ମିଥ୍ୟା ପ୍ରମାଣିତ କରିଛି । ବାହାରେ ମଳତ୍ୟାଗ କରୁଥିବା ଯୋଗୁଁ ହଇଜା ବ୍ୟାପି ଅନେକଙ୍କ ପ୍ରାଣ ନେଇଛି ।

କାଶୀପୁର ହଇଜାର ଅସଲ ଚିତ୍ର: ଷ୍ଟୋର ରୁମ ସାଜିଛି ପାଇଖାନା, ବାହାରେ ମଳତ୍ୟାଗ କରୁଛନ୍ତି ଲୋକେ

କାଶୀପୁର ବ୍ଲକରେ ପାନୀୟ ଜଳ ଠାରୁ ପାଇଖାନା ପର୍ଯ୍ୟନ୍ତ, ସବୁଠି ମାଳ ମାଳ ସମସ୍ୟା । ବ୍ଲକର ୨୪ଟି ପଞ୍ଚାୟତବାସୀଙ୍କ ପାଇଁ ସ୍ଵଚ୍ଛ ଭାରତ ଯୋଜନାରେ ୨୦୨୦ ସୁଧା ୩୪ ହଜାର ୯୮୪ଟି ଘରକୁ ପାଇଖାନା ଯୋଗାଇ ଦିଆଯାଇଥିବା ଗ୍ରାମ୍ୟ ଜଳ ଏବଂ ପରିମଳ ବିଭାଗର ତଥ୍ୟ କହୁଛି । ଜିଲ୍ଲାରେ ୨୩ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ୧୧ଟି ବ୍ଲକ, ୨ଟି ମ୍ୟୁନିସପାଲିଟି ଏବଂ ଗୋଟିଏ NACରେ ୧ଲକ୍ଷ ୯୪ହଜାର ୫୧୩ଟି ପାଇଖାନା ନିର୍ମାଣ କରି ସରକାରଙ୍କୁ ଖୁସି କରିବା ପାଇଁ ଶତପ୍ରତିଶତ ଗାଁକୁ ବାହ୍ୟ ମଳମୁକ୍ତ ଗାଁ ଭାବେ ଘୋଷଣା କରିଦିଆଗଲା । ହେଲେ ସବୁଠାରୁ ବଡ କଥା କାଶୀପୁର ବ୍ଲକର ତୃଣମୂଳ ସ୍ତରରେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ।

ଲୋକଙ୍କ ଆବଶ୍ୟକତା ଅନୁଯାୟୀ ପାଇଖାନା ନିର୍ମାଣ ହୋଇନଥିବା ଅଭିଯୋଗ ହୋଇଛି । କେଉଁଠି ପାଇଖାନା ଅଛି ତ ପୁଣି ପାଣି ନାହିଁ, କେଉଁଠି ପାଇଖାନା ଘର ଅଛି କିନ୍ତୁ ଟାଙ୍କି ନାହିଁ । ଫଳରେ ଲୋକଙ୍କ ବ୍ୟବହାରରେ ଆସିପାରୁନି ପାଇଖାନା ଘର । ଏହାକୁ ସ୍ଥାନୀୟବାସୀ ଷ୍ଟୋର ରୁମ ଭାବେ ବ୍ୟବହାର କରୁଛନ୍ତି । ନିର୍ମାଣ ହୋଇଥିବା ପାଇଖାନା ଘରର କବାଟ ନଥିବା ବେଳେ ଛାତ ମଧ୍ୟ ନାହିଁ । ହେଲେ ଜିଲ୍ଲା ପ୍ରଶାସନ କିନ୍ତୁ ନିଜ ପାରିବା ପାଣିଆକୁ ପଦାରେ ପକାଇ ସବୁ ଗାଁରେ ବାହ୍ୟ ମଳ ମୁକ୍ତ ଗାଁର ବିଜ୍ଞାପନ ବୋର୍ଡ ଲଗାଇ ଦେଇ ସବୁ କାମ ସାରିଦେଇଛି । ସେପଟେ ପାଣି ସମସ୍ୟାର ସମାଧାନ ପାଇଁ 2018 ମସିହାରୁ କାଶୀପୁର ବ୍ଲକର ୩୩୮ କୋଟି ୮୨ ଲକ୍ଷ ଟଙ୍କା ବ୍ୟୟରେ ଜଳ ଜୀବିକା ମିଶନ ଜରିଆରେ ୨୪ ପଞ୍ଚାୟତ ଅନ୍ତର୍ଗତ ୪୨୫ ଗ୍ରାମକୁ ପାଇପ ଜଳ ଯୋଗାଣ ପାଇଁ ଏକ ବୃହତ ପ୍ରକଳ୍ପ ଯୋଜନା ହୋଇଛି ସତ କିନ୍ତୁ ଯୋଜନା ତାବାଟରେ ପଡିରହିଛି ।

ହଇଜା ଆକ୍ରାନ୍ତ ରୋଗୀଙ୍କ ବାହ୍ୟ ମଳ ତ୍ୟାଗ ଯୋଗୁଁ କାଶୀପୁର ବ୍ଲକରେ ହାଇଜାରେ 13 ଜଣଙ୍କ ମୃତ୍ୟୁ ସାଙ୍ଗକୁ ଶତାଧିକ ଲୋକଙ୍କ ଆକ୍ରାନ୍ତ ହୋଇଥିବା କଥାକୁ ପ୍ରମାଣ କରିଛି କାଶୀପୁର ବ୍ଲକରେ ହାଇଜାର ତାଣ୍ଡବ ଲୀଳା ପରେ ଚେତିଛି ଜିଲ୍ଲା ପ୍ରଶାସନ । ଏବେ ଗାଁ ଗାଁରେ ସାମୁହିକ ପାଇଖାନା ନିର୍ମାଣ ପାଇଁ ଆରମ୍ଭ ହୋଇଛି ଯୋଜନା । ତେବେ ଏହାକୁ ସହଜରେ ଗହଣ କରିପାରୁନାହଁ।ନ୍ତି ସ୍ଥାନୀୟ ଲୋକେ । ଏନେଇ ଗୋକୁଳମୁଣ୍ଡା ଗ୍ରାମବାସୀ ଲାଇଛନ ମାଝି କହିଛନ୍ତି ଯେ, "ଗାଁରେ ପାଣି ସମସ୍ୟା ଯୋଗୁଁ ଲୋକେ ପାଇଖାନା ବ୍ୟବହାର କରୁନାହାନ୍ତି । ଫଳରେ ବାହାରେ ମଳତ୍ୟାଗ କରିବାରୁ ମହାମାରୀ ବ୍ୟାପୁଛି । ସାମୁହିକ ପାଇଖାନା ଦ୍ବାରା ଅଧିକ ରୋଗ ବ୍ୟାପିବାର ଆଶଙ୍କା ରହିଛି ।"

ସେପଟେ ଏନେଇ ଜିଲ୍ଲାପାଳ ସ୍ବଧାଦେବ ସିଂ କହିଛନ୍ତି ଯେ, "ପାଇଖାନା ନିର୍ମାଣ ପରେ ଲୋକଙ୍କୁ ଏହାର ବ୍ୟବହାର ଲାଗି ସଚେତନ କରାଇବାର ଆବଶ୍ୟକ ଥିଲା । ମାତ୍ର ତାହା ନ କରିବାରୁ ଲୋକେ ଏହାକୁ ଷ୍ଟୋର ରୁମ୍‌ ଭାବେ ବ୍ୟବହାର କରୁଛନ୍ତି । ତେବେ ବର୍ଷା କମିବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ସାମୁହିକ ପାଇଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।" ଏଠି ପ୍ରଶ୍ନ ଉଠୁଛି ଯେଉଁଠି ବ୍ୟକ୍ତିଗତ ପାଇଖାନା କାମରେ ଲାଗି ପାରିଲାନି, ହଇଜା ହେଲା ସେଠାରେ ସାମୁହିକ ପାଇଖାନା କେତେ କାମ ଦେବ ତାହା ସ୍ପଷ୍ଟ ବାରି ହୋଇପଡୁଛି । ସାମୁହିକ ପାଇଖାନା ବଦଳରେ ଦିଆଯାଇଥିବା ବ୍ୟକ୍ତିଗତ ପାଇଖାନାକୁ ମରାମତି କରି ପାଣି ଭଳି ଆନୁଷଙ୍ଗିକ ସୁବିଧା ଯୋଗାଇ ଦେଲେ ଲୋକେ ଉପକୃତ ହେବେ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.