ETV Bharat / state

ବ୍ରିଜ କାମ କରିବା ବେଳେ ଅଘଟଣ, ସଟର ପ୍ଲେଟ ତଳେ ଚାପି ହୋଇ ଶ୍ରମିକ ମୃତ - ରାୟଗଡ଼ା ସଟର ତଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ

ବିଜୁ ସେତୁ ଯୋଜନାରେ ନିର୍ମାଣାଧୀନ ବ୍ରିଜ କାମ ବେଳେ ଅଘଟଣ । ସଟର ତଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

ବ୍ରିଜ କାମ କରିବା ବେଳେ ଅଘଟଣ, ସଟର ପ୍ଲେଟ ତଳେ ଚାପି ହୋଇ ଶ୍ରମିକ ମୃତ

author img

By

Published : Aug 31, 2022, 5:30 PM IST

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର କଲ୍ୟାଣୀ ନଦୀର ସୁରକ୍ଷା କାନ୍ଥର ସଟର ପ୍ଲେଟ ବାହାର କରିବା ବେଳେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ହେଲେ କାଶୀପୁର ବ୍ଳକ ମଣିଷ ଗ୍ରାମ ପଞ୍ଚାୟତ ସିଙ୍ଗାରି ଖଡ଼କା ଗ୍ରାମର କାଶରୀ ମାଝୀ । ଆଜି ସକାଳେ କାଶରୀ ମାଝୀ କଲ୍ୟାଣୀ ନଦୀ ନିକଟରେ ପୋଲ ଓ ରାସ୍ତାକୁ ସୁରକ୍ଷା ଦେବାକୁ ଥିବା କାନ୍ଥ ନିର୍ମାଣରେ ଲାଗିଥିବା ସଟର ପ୍ଲେଟ ବାହାର କରିବାକୁ ଯାଇଥିଲେ । ସେହି ସମୟରେ ହଠାତ ଖସି ପଡ଼ିଥିଲା ଗାର୍ଡୱାଲ ସଟର୍ ପ୍ଲେଟ୍ ।

ବ୍ରିଜ କାମ କରିବା ବେଳେ ଅଘଟଣ, ସଟର ପ୍ଲେଟ ତଳେ ଚାପି ହୋଇ ଶ୍ରମିକ ମୃତ

ତେବେ ପ୍ଲେଟଟି ଖସି ପଡ଼ିବାରୁ ଗାର୍ଡୱାଲ ସଟର ତଳେ ଚାପି ହୋଇଯାଇଥିଲେ କାଶରୀ ମାଝୀ । ନିଜକୁ ବଞ୍ଚାଇବା ପାଇଁ ସେ ଅନେକ ଚେଷ୍ଟା କରିଥିଲେ । କିନ୍ତୁ ସଟର ତଳୁ ବାହାରି ପାରିନଥିଲେ କାଶରୀ । ଶେଷରେ ଅଣନିଶ୍ବାସୀ ହୋଇପଡ଼ିଥିଲେ ଶ୍ରମିକ ଜଣକ । ତେବେ ଦୀର୍ଘ ସମୟ ଧରି ସଟର ପ୍ଲେଟ ତଳେ ଚାପି ହୋଇ ରହିଥିବା କାଶରୀଙ୍କୁ ଉଦ୍ଧାର କରାଯାଇପାରିନଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଖବରପାଇ ପରିବାର ଲୋକେ ସେଠାରେ ପହଁଞ୍ଚି ଥିଲେ । ସେମାନେ ମଧ୍ୟ ତା ଭିତରୁ ନିଜ ଲୋକକୁ ଉଦ୍ଧାର କରିପାରିନଥିଲେ । ପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ଏହାପରେ ପୋଲିସ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବି କରିଥିବା ଜଣାପଡ଼ିଛି ।

ସୂଚନାନୁସାରେ ସରକାରଙ୍କ ନିୟମ ଅନୁଯାୟୀ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ହେଲମେଟ୍, ଜୋତା, ଗ୍ଲୋବସ ଆଦି ଠିକା ସଂସ୍ଥା ପକ୍ଷରୁ ଯୋଗାଇ ଦେବାକୁ ନିୟମ ରହିଛି । ହେଲେ ଉକ୍ତ କମ୍ପାନୀର ଠିକାଦାର ଜଣକ ନିୟମକୁ ଖୁଲମ୍ ଖୋଲା ଭାବେ ଉଲଂଘନ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.