ETV Bharat / state

ବ୍ୟକ୍ତିଗତ କଳହକୁ ନେଇ ହତ୍ୟାକାଣ୍ଡ, ଅଭିଯୁକ୍ତ ଫେରାର - personal dispute in raygada

ଆମ୍ବଦଳା ଥାନା ଅଧିନସ୍ଥ ଇଚ୍ଛାପୁର ପଞ୍ଚାୟତର କେନ୍ଦୁମରା ଗ୍ରାମ ନିକଟରେ ବ୍ୟକ୍ତିଗତ କଳହକୁ ନେଇ ଜଣଙ୍କୁ ହତ୍ୟା କରାଯାଇଛି । ଘଟଣାରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ 3 ଜଣ ଫେରାର ଅଛନ୍ତି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ରାୟଗଡା
author img

By

Published : Sep 18, 2019, 1:57 AM IST

ରାୟଗଡା: ଆମ୍ବଦଳା ଥାନା ଅଧିନସ୍ଥ ଇଚ୍ଛାପୁର ପଞ୍ଚାୟତର କେନ୍ଦୁମରା ଗ୍ରାମ ନିକଟରେ ଅଘଟଣ । ବ୍ୟକ୍ତିଗତ କଳହକୁ ନେଇ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ଘଟଣାରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ଶ୍ୟାମଘନ ଘୋଷଲେ ।

ସୂଚନା ଅନୁସାରେ, କେନ୍ଦୁମରା ଗାଁ ମୁଣ୍ଡରେ କିଛି ଦିନ ହେବ ମହାରାଷ୍ଟ୍ରର କିଛି ଯାଯାବର ଲୋକେ ଅସ୍ଥାୟୀ ଭାବେ ପାଲ ଟାଣି ବସବାସ କରୁଥିଲେ । ମାତ୍ର କୌଣସି କାରଣରୁ ସେମାନଙ୍କ ମଧ୍ୟରେ କଳହ ଲାଗିଥିଲା । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସାନ୍ତୁଆ ଘୋଷଲେ ନାମକ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଅମ୍ବାଦଳା ପରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ରାୟଗଡା

ସେପଟେ ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ 3 ଜଣ ଫେରାର ଅଛନ୍ତି । ଏମାନେ ସମସ୍ତେ ମହାରାଷ୍ଟ୍ରର ବାସିନ୍ଦା ବୋଲି ଜଣାପଡିଛି । ଘଟଣାସ୍ଥଳରେ ଅମ୍ବାଦଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶ୍ୟାମଘନଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ।

ତେବେ ବର୍ତ୍ତମାନ ସୁଦ୍ଧା କଳହ ଓ ହତ୍ୟାକାଣ୍ଡର କାରଣ ଜଣା ପଡିନଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଧରା ପଡିବା ପରେ ଘଟଣାର ରହସ୍ୟ ଖୋଲିବ ବୋଲି ରାୟଗଡା ଏସ୍ପି‌ ଶ୍ରବଣ ବିବେକ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ବ୍ୟକ୍ତିଗତ କଳହକୁ ନେଇ ହତ୍ୟାକାଣ୍ଡ ।
ଜଣେ ମୃତ ଜଣେ ଗୁରୁତର, ଅଭିଯୁକ୍ତ ଫେରାର
Body:ରାୟଗଡା ଜିଲ୍ଲା ଆମ୍ବଦଳା ଥାନା ଅଧିନସ୍ଥ ଇଚ୍ଛାପୁର ପଞ୍ଚାୟତର କେନ୍ଦୁମରା ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । କେନ୍ଦୁମରା ଗାଁ ମୁଣ୍ଡରେ କିଛିଦିନ ହେବ ମହାରାଷ୍ଟ୍ରର ଅଞ୍ଚଳର ଯାଯାବର ଲୋକେ ଅସ୍ତାଇ ପାଲ ଟାଣି ବସବାସ କରୁଥିଲେ । ହଠାତ କୌଣସି କାରଣରୁ ତାଙ୍କର ନିଜ ନିଜ ମଧ୍ୟରେ କଳହ ହୋଇଥିଲା । ଏହି କଳହରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଶ୍ୟାମଘନ ଘୋଷଲେ ବୋଲି ଜଣାପଡିଛି । ତେବେ ଘଟଣାରେ ଜଣେ ବୃଦ୍ଧା ସାନ୍ତୁଆ ଘୋଷଲେ ଗୁରୁତର ହୋଇ ପ୍ରଥମେ ଅମ୍ବାଦଳା ଡାକ୍ତରଖାନା ଏବଂ ପରେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମାଷ୍ଟର ଘୋଷଲେ ସମେତ ୩ଜଣ ଫେରାର ଥିବା ଜଣାପଡିଛି । ଏମାନେ ସମସ୍ତେ ମହାରାଷ୍ଟ୍ରର ବାସିନ୍ଦା ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଅମ୍ବାଦଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ଶ୍ୟାମଘନଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ବର୍ତମାନ ସୁଧା କେଉଁ କାରଣ ରୁ ହତ୍ୟାକାଣ୍ଡ ଘଟିଲା ତାର ଟେର ପାଉନି ପୁଲିସ । ମୁଖ୍ୟ ଅଭିଯୁକ୍ତ ଧାରା ପଡିଲେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି କହିଛନ୍ତି ରାୟଗଡା ଏସପି ଶ୍ରବଣ ବିବେକ ।
ରାୟଗଡାରୁ ରଞ୍ଜନ ରଥ ଇଟିଭି ଭରତ ।
Conclusion:ବ୍ୟକ୍ତିଗତ କଳହକୁ ନେଇ ହତ୍ୟାକାଣ୍ଡ,।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.