ETV Bharat / state

ମାଓବାଦୀଙ୍କ ଓଡିଶା ଓ ପୂର୍ବ ଛତିଶଗଡ ବନ୍ଦ ଡାକରା

ରାୟଗଡା ଜିଲ୍ଲାର ସବୁ ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ କୁମ୍ବିଂ ଅପରେସନ ଜୋରଦାର କରାଯିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି ।

author img

By

Published : Oct 25, 2019, 2:59 PM IST

ମାଓବାଦୀଙ୍କ ବନ୍ଦ ଡାକରା

ରାୟଗଡା: ସରକାରଙ୍କ ମାଓ ଦମନ ଅଭିଯାନ ଓ ଫାଶୀବାଦୀ ଶାସନ ଅଭିଯାନକୁ ବିରୋଧ କରି ମାଓବାଦୀଙ୍କ ପକ୍ଷରୁ ଓଡିଶା ଏବଂ ପୂର୍ବ ଛତିଶଗଡ ବନ୍ଦ ଡାକରା ଦେଇଛି ସିପିଆଇ ମାଓବାଦୀ ସଙ୍ଗଠନ । ରାୟଗଡା ଜିଲ୍ଲାରେ ସକ୍ରୀୟ ଥିବା ବାଂଶଧାରା ଘୁମୁସର ନାଗାବଳି ଡଭିଜନର ସିପିଆଇ ମାଓବାଦୀ ସଙ୍ଗଠନ ସମ୍ପାଦିକା ମିତା ପୂର୍ବରୁ ଏକ ଅଡିଓଟେପ ଜାରି ଏହି କରି ବନ୍ଦ ଡାକରା ଦେଇଥିଲେ ।

ମାଓବାଦୀଙ୍କ ବନ୍ଦ ଡାକରା

ତେବେ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥିପାଇଁ ରାୟଗଡା ଜିଲ୍ଲା ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ରାୟଗଡ଼ା ଏସପି ଶ୍ରବଣ ବିବେକ.ଏମ । ଜିଲ୍ଲାର ସବୁ ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ କୁମ୍ବିଂ ଅପରେସନ ଜୋରଦାର କରାଯିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି । ହେଲେ ମୋଟାମୋଟି କହିବାକୁ ଗଲେ ରାୟଗଡାରେ ବନ୍ଦର କିଛି ପ୍ରଭାବ ପଡିପାରି ନାହିଁ ।

ଗତ ଅକ୍ଟୋବର ୧୬ ତାରିଖରେ ବାଘୁନା ଡିଭିଜନ ସମ୍ପାଦିକା ମିତା ଜାରି କରିଥିବା ଅଡିଓ ଟେପରେ ୨୦୦୯ ମସିହାରୁ ସରକାର ଚଳାଇଥିବା ଗ୍ରୀନ ହଣ୍ଟ ଅପେରେସନ ନାମରେ ନିରୀହ ଆଦିବାସୀଙ୍କୁ ପ୍ରତାଡିତ କରିବା, ନାଗାବଳୀ ଡିଭିଜନରେ ଚାଲୁଥିବା ସମସ୍ତ ଗଣତାନ୍ତ୍ରିକ,ପ୍ରାକୃତିକ ସମ୍ପଦକୁ ବହୁ ରାଷ୍ଟ୍ରିୟ କମ୍ପାନୀ ହାତକୁ ଟେକି ଦେବା ପାଇଁ ସରକାର ଏଭଳି ପ୍ରୟାସ କରୁଥିବା କୁହାଯାଇଛି । ଏହାସହ ବନ୍ଦକୁ ସଫଳ କରିବାକୁ ସମସ୍ତଙ୍କୁ ଅଡିଓ ଟେପ ମାଧ୍ୟମରେ ନିବେଦନ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro: ମାଓବାଦୀଙ୍କ ଓଡିଶା ଓ ଛତିଶଗଡ ବନ୍ଦ ଡାକରା ଦେଖି କଡ଼ା କଡ଼ି ହୋଇଛି ସୁରକ୍ଷା Body:ରାୟଗଡା ଜିଲ୍ଲାରେ ସକ୍ରୀୟ ଥିବା ବାଶଧାରା ଘୁମୁସର ନାଗାବଳି ଡଭିଜନର ସିପିଆଇ ମାଓବାଦୀ ସଂଗଠନ ସଂମ୍ପାଦିକା ମିତା ଗତ ଦିନରେ ଏକ ଏକ ଅଡିଓ ଟେପ ଜାରି କରି ଆଜି ଓଡିଶା ଓ ପୂର୍ବ ଛତଶଗଡ ବନ୍ଦ ଡାକରାଦେଇଥିଲେ । ଏହି ବନ୍ଦ ପାଳନ ସଫଳ କରିବା ନିମନ୍ତେ ଚାଷୀ, ଆଦିବାସୀ, ଦଳିତ, ଶିକ୍ଷକ, ଛାତ୍ରଛାତ୍ରୀ, ମହିଳା, ବ୍ୟବସାୟୀଙ୍କ ସମେତ ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ମାଓ ସଂମ୍ପାଦିକା ଏହି ଅଡିଓ ଟେପ ମାଧ୍ୟମରେ ନିବେଦନ କରିଥିଲେ । ତେବେ ମାଓ ସଂଘଠନର ବନ୍ଦ ପାଳନକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲା ପୁଲିସ ପ୍ରଶାସନ ସଂମୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ରାୟଗଡ଼ା ଏସପି ଶ୍ରବଣ ବିବେକ ଏମ । ଜିଲ୍ଲାର ନିୟମଗିରି , ମୁନିଗୁଡ଼ା ଅମ୍ବାଦଳା , ଚନ୍ଦ୍ରପୁର , ଗୁଡ଼ାରୀ , ବିସମକଟକ କାଶିପୁର , କଲ୍ୟାଣସିଂହପୁର ଏବଂ ରାୟଗଧା ଥାର ଶିମାକୁ ଲାଗିଥିବା ଆନ୍ଧ୍ର ପ୍ରଦେଶ ଶିମାକୁ ସିଲ କରାଯିବା ସହ ଗୋଇନ୍ଦା ସୁତ୍ର ଆଧାରରେ ଏହି ସବୁ ସମ୍ଭେଦନଶୀଳ ଅଚଂଳ ଗୁଡିକରେ କୁମ୍ବିଂ ଅପରେସନ ଜୋରଦାର କରାଯାଉଥିବା ବେଳେ ସର୍ଚ ଅପରେସନ ଓ ଏରିଆ ଡମିନେସନ ମାଧ୍ୟମରେ ଲାଲବାହିନୀଙ୍କ ଗତିବିଧି ଉପରେ ସୁରକ୍ଷା ବାହିନୀଙ୍କ କଡା ନଜର ରହିଥିବା ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେଏକ ଏମ ସୂଚନା ଦେଇଛନ୍ତି । ଏଥିସହ ଲାଲବାହିନୀଙ୍କ ଯେକୌଣସି ଗତିବିଧିକୁ ପ୍ରତିହତ କରିବା ପାଇଁ ଜିଲା ପୁଲିସ, ଏସଓଜି, ବିଏସଏଫ, ସିଆରପିଏଫ ଏବଂ ଡିଭିଏଫ ସୁରକ୍ଷା ବାହିନୀଙ୍କୁ ସତର୍କ ସୂଚନା ଜାରି ହୋଇଥିବା ଆରକ୍ଷୀ ଅଧିକ୍ଷକ କହିିଛନ୍ତି । ସୂଚନା ଅନୁସାରେ, ଗତ ଅକ୍ଟୋବର ୧୬ ତାରିଖ ଦିନ ବାଘୁନା ଡିଭିଜନ ସଂମ୍ପାଦିକା ମିତା ଜାରି କରିଥିବା ଅଡିଓ ଟେପରେ ୨୦୦୯ ରୁ ସରକାର ଚଳାଇଥିବା ଗ୍ରିନ ହଟଂ ଅପେରେସନ ନାମରେ ନିରିହ ଆଦିବାସୀ ବିପ୍ଳବିଙ୍କୁ ମାଓ ନାମରେ ପ୍ରତାଡିତ କରିବା , ଆନ୍ଦୋଳନକୁ ଚପାଇ ଦେଇ କର୍ଲାପାଟ, କାଶୀପୁର, ନିୟମଗିରି ଆଦି ଡଙ୍ଗରରେ ରହିଥିବା ପ୍ରକୃତିକ ସମ୍ପଦକୁ ବହୁ ରାଷ୍ଟ୍ରିୟ କମ୍ପାପାନି ହାତକୁ ଟେକିଦାବା ପାଇଁ ଏଭଳି ପ୍ରୟସ ସରକାର ଜାରି ରଖିଛନ୍ତି । ମାଓ ଦମନ ନାରେ ଉପାନ୍ତ ଅଚଂଳରେ ସୁରକ୍ଷା ବଳ ରଖି ସରକାର ନିରିହ ଗ୍ରାମବାସୀଙ୍କ ଉପରେ ଦାଉ ସାଧିବା ସହ ନିୟମଗିରି ପାଦଦେଶରେ ଥିବା ତ୍ରିଲୋଚନପୁରର ସିଆରପିଏଫ କ୍ୟାମ୍ପ ପ୍ରତ୍ୟହାର କରିବା ସହ କଳାହାଣ୍ଡିରେ ମିଥ୍ୟ ଗୁଳିବିନିମୟରେ ମାଓ କମ୍ରେଡ ଶୁରେସ ଦାସଙ୍କୁ ହତ୍ୟାକରାଯାଇଛି ବୋଲି ଅଭିଯୋଗ ଆଣିଛି ମାଓ ସଙ୍ଗଠନ । ଏହାର ପ୍ରତିବାଦରେ ଏହି ବନ୍ଦ ଡ଼ାକରା ଦିଆଯାଉଛି ।
ବାଇଟ - ଡା॰ଶ୍ରବଣ ବିବେକ ଏମ ( ଏସପି, ରାୟଗଡ଼ )Conclusion: ମାଓବାଦୀଙ୍କ ଓଡିଶା ଓ ଛତିଶଗଡ ବନ୍ଦ ଡାକରା ଦେଖି କଡ଼ା କଡ଼ି ହୋଇଛି ସୁରକ୍ଷା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.