ETV Bharat / state

ବନ୍ଦ ଡାକରା ସତ୍ତ୍ବେ ଭୋଟ ଦେଲେ ନିୟମଗିରିବାସୀ

ନିୟମଗିରି ଅଞ୍ଚଳରେ ସୁରୁଖୁରୁରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ମାଓବାଦୀଙ୍କ ବନ୍ଦ ଡାକରା ସତ୍ତ୍ବେ ନିୟମଗିରିବାସୀ ବେଶ୍‌ ଉତ୍ସାହର ସହ ଆସି ଭୋଟଦାନ କରିଛନ୍ତି ।

author img

By

Published : Apr 11, 2019, 5:24 PM IST

Updated : Apr 12, 2019, 2:43 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ନିୟମଗିରି ଅଞ୍ଚଳରେ ସୁରୁଖୁରୁରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ମାଓବାଦୀଙ୍କ ବନ୍ଦ ଡାକରା ସତ୍ତ୍ବେ ନିୟମଗିରିବାସୀ ବେଶ୍‌ ଉତ୍ସାହର ସହ ଆସି ଭୋଟଦାନ କରିଛନ୍ତି । ସୂଚନା ଅନୁଯାୟୀ ବିଗତ କିଛି ଦିନ ହେବ ଭୋଟ ବର୍ଜନ ପାଇଁ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିବା ସହ ଅଞ୍ଚଳବାସୀଙ୍କୁ ଭୟଭୀତ କରି ରଖିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ମାତ୍ର ସମସ୍ତ ବାଧାକୁ ପଛରେ ପକାଇ ମତଦାନ କରି ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି ନିୟମଗିରିବାସୀ । ପ୍ରକାଶ ଯେ ସମ୍ପୃକ୍ତ ଅଞ୍ଚଳ ସମତେ 4ଟି ଜିଲ୍ଲାରେ ଗୁରୁବାର ମାଓବାଦୀମାନେ ବନ୍ଦ ଡାକରା ଦେଇଥିଲେ । ଏନେଇ ମତଦାନ ପ୍ରକ୍ରିୟା ଆରମ୍ଭରେ ଲୋକଙ୍କ ମନରେ ମାଓବାଦୀଙ୍କୁ ନେଇ ରହିଥିବା ଡର ଜଣା ପଡିଥିବାବେଳେ ପରବର୍ତ୍ତୀ ସମୟରେ ବେଶ ଉତ୍ସାହର ସହ ଡଙ୍ଗରିଆମାନେ ଭୋଟ ଦେଇଥିବା ଦେଖିବାକୁ ମିଳିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Apr 12, 2019, 2:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.