ETV Bharat / state

ବିଶାଖାପାଟନମରେ ସ୍ଥାପନ ହେବ ନୂତନ ରେଳ ଜୋନ - ରାୟଗଡା

କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ବୈମାତୃକ ମନୋଭାବ ପୁଣି ଥରେ ପଦାରେ ପଡ଼ିଛି। ଓଡ଼ିଶାରୁ ପୂର୍ବତଟ ରେଳପଥର ବିଭାଜନ କରିବା ପାଇଁ ନିଷ୍ପତ୍ତି ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Feb 28, 2019, 1:45 PM IST

ରାୟଗଡା: କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ବୈମାତୃକ ମନୋଭାବ ପୁଣି ଥରେ ପଦାରେ ପଡ଼ିଛି । ଓଡ଼ିଶାରୁ ପୂର୍ବତଟ ରେଳପଥ ବିଭାଜନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଜୋନ ଅନ୍ତର୍ଗତ ଓ୍ୱାଲଟିୟର ଡିଭିଜନକୁ ଭାଙ୍ଗି ଦିଆଯିବ। ଏହାକୁ ଭାଙ୍ଗି ଆଉ ଏକ ନୂଆ ଜୋନ ଗଠିତ ହେବ। ସାଉଥକୋଷ୍ଟ ରେଳଓ୍ୱେନାମରେ ନାମିତ ହେବ ଏହି ଜୋନ।

ଭାରତୀୟ ରେଳ ଅଧିନିୟମ 13(ଭିତ୍ତିଭୂମୀ ଓ ନିର୍ମାଣ) ଅନୁଯାୟୀ ଆନ୍ଧ୍ରପ୍ରଦେଶର ଏକ ନୂଆ ଜୋନ କରିବାକୁ ରେଳ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଜୋନରେ ଗୁଣ୍ଟକାଲ, ଗୁଣ୍ଟୁର ଓ ବିଜୟଓ୍ୱାଡ଼ା ଡିଭିଜନ ରହିବ। ଆନ୍ଧ୍ରପ୍ରଦେଶ ପୁନଃଗଠନ-2014 ନିୟମ ଅନୁଯାୟୀ ଏହିଜୋନରଗଠନ କରାଯିବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସେପଟେ ପୂର୍ବତଟ ଜୋନକୁ ଭାଙ୍ଗି ଦୁଇ ଭାଗ କରାଯିବ । ଗୋଟିଏ ଜୋନ ସାଉଥ ରେଲଓ୍ୱେସହିତ ମିଶିବ । ଏଥିରେ ଗୁଣ୍ଟକାଲ, ଗୁଣ୍ଟୁର ଓ ବିଜୟଓ୍ବାଡ଼ା ସାମିଲ ହେବ । ଅନ୍ୟଟି ଭାଗକୁ ନେଇ ଆଉ ଏକ ଜୋନ ଗଠିତ ହେବ । ଯାହାର ମୁଖ୍ୟାଳୟ ରାୟଗଡ଼ାରେ ରହିବ ଏବଂ ଏହା ପୂର୍ବତଟ ଅଧିନରେ ରହିବ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

||ବରଗଡ||
   ସହପାଠୀଙ୍କ ସମ୍ମୁଖରେ ବିଶଖାଇ ମରିଜା ବୋଲି କହିଲେ ଅଧ୍ୟାପକ , ଗୁରୁଙ୍କ କଟୁକଥା ମନକୁ ଭେଦିଗଲା  ଏବଂ କ୍ଷଣିକ ପାଇଁ ଭୁଲିଗଲେ ଜନ୍ମଦେଇଥିବା ମାଁ ,ବାପାଙ୍କୁ ଓ ବିଶାଖାଇ ଚାଲିଗଲେ ଆରପାରୀକୁ | ଏପରି ଏକ ଅଘଟଣ ଘାଟିଯାଇଛି ବରଗଡ ଜିଲ୍ଲା ଭଟଲି ରେ ଥିବା ଦଧିବାବନ ମହାବିଦ୍ୟାଳୟ ଠାରେ |
 ବରଗଡ ଥାନା ଅନ୍ତର୍ଗତ ପଥଲ୍ଲା ଗ୍ରାମର ରାଜେଶ ସାହୁ ,  ମାଁ ବାପାଙ୍କ ଏକ ମାତ୍ର ଅଳିଅଳି ପୁଅ ବୟସ ମାତ୍ର ୧୭ ବର୍ଷ , ପାଠ ପଢାରେ ଯେତିକି ପାରଙ୍ଗମ ଖେଳକୁଦରେ ମଧ୍ୟ ସେତିକି ଧୁରନ୍ଧର | ବାପା ସଂସ୍କୃତ ଅଧ୍ୟାପକ ଥିବା ବେଳେ ରାଜେଶ ନିଜେ ମଧ୍ୟ ସଂସ୍କୃତ ଓ ହିନ୍ଦୀରେ ଭଲ ରୁଚି ରଖୁଥିଲେ ଓ ଭଲ ନମ୍ବର ରଖୁଥିଲେ | ଦଶମ ଶ୍ରେଣୀ ପାଠପଢା ସାରିବା ପରେ ବାପା ଦୁର୍ଲଭ ସାହୁ  ରାଜେଶଙ୍କ ଉଚ୍ଚଶିକ୍ଷା ପାଇଁ ଭଟଲି ସ୍ଥିତ ଦଧିବାବନ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ ଏବଂ ମାଁ ବାପାଙ୍କ ଠାରୁ ପ୍ରଥମ ଥର ପାଇଁ ଅଲଗା ହୋଇ କଲେଜ ହଷ୍ଟେଲରେ ରହି ପାଠ ପଢିଥିଲେ | ଯୁକ୍ତ ୨ ବିଜ୍ଞାନ ବିଭାଗ ରେ ରାଜେଶ ଙ୍କର  ପ୍ରଥମ ବର୍ଷ ପାଠ ପଢା ଠିକଠାକ ଚାଲିଗଲା ହେଲେ ଦ୍ଵିତୀୟ ବର୍ଷରେ ଘଟିଗଲା ଅଘଟଣ | କେଉଁ ଗୋଟେ ଘଟଣାକୁ ନେଇ ରାଜେଶ ଙ୍କୁ ତାଙ୍କ ସହପାଠୀ ମାନଙ୍କ ସମ୍ମୁଖରେ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ ବୋଟାନି ଅଧ୍ୟାପକ ସୁବ୍ରତ ଷଡଙ୍ଗୀ ଏପରିକି ରାଗିଜାଇ ଲଟାମରା ବିଶ ଖାଇ ତୁ ମରିଯା ବୋଲି ମଧ୍ୟ ଅଧ୍ୟାପକ ଜଣକ ରାଜେଶଙ୍କୁ କହିଥିଲେ | ସମସ୍ତଙ୍କ ଆଗରେ ଅପଦସ୍ତ କରି ବହୁ  କଟୁକଥା କହି ଚାଲିଯାଇଥିଲେ ଅଧ୍ୟାପକ ହେଲେ ଗୁରୁଙ୍କ କଟୁକଥା ଭେଦିଯାଇଥିଲା ରାଜେଶଙ୍କ ମନକୁ | ସମସ୍ତଙ୍କ ସମ୍ମୁଖରେ ସେ  ସହ୍ୟ କରିପାରିନଥିଲେ ତାଙ୍କପ୍ରତି  ହୋଇଥିବା ଅପଦସ୍ତକୁ ଏବଂ ଗୁରୁ କହିଥିବା ଲଟାମରା ବିଶଖାଇ ମରିଯିବା ପାଇଁ ନେଇଥିଲେ ଶେଷ ନିଷ୍ପତ୍ତି | କ୍ଷଣିକ ପାଇଁ ଭୁଲିଗଲେ ନିଜ ମାଁ ଓ ବାପାଙ୍କୁ | ଅପମାନ ଓ ଆତ୍ମସମ୍ମାନ ଆଗରେ ଫିକା ପଡିଗଲା ମା ବାପାଙ୍କ ଏତେ ବର୍ଷର ସ୍ନେହ ଓ ମମତା | ଗୁରୁ କହିଥିବା ଲଟାମରା ବିଶ ଖାଇ ପକାଇଥିଲେ ରାଜେଶ | ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ , ବୁର୍ଲା ଓ ପରେ ଭୁବନେଶ୍ବର କୁ ନେଇ ଚିକିତ୍ସା କରାଯାଇଥିଲା ହେଲେ ଶେଷରେ ଆଖି ବୁଜିଦେଇଥିଲେ ରାଜେଶ |
                        ରାଜେଶ ହଷ୍ଟେଲ ରେ ଥାଇ ତାଙ୍କ ପାଖକୁ ଲଟାମରା ବିଶ ଆସିଲା କିପରି ? ଏପରି କେଉଁ ପରିସ୍ଥିତିରେ ରାଜେଶ ଙ୍କୁ ଆତ୍ମହତ୍ୟା କରିବାକୁ ପଡିଲା ବୋଲି ବାପା କେବଳ ପ୍ରଶ୍ନ କରୁଥିବା ବେଳେ ରାଜେଶଙ୍କ ମାଁ ଘରେ ପୁଅକୁ ଝୁରୀଝୁରୀ ଅଚେତ ହୋଇପଡୁଛନ୍ତି | ରାଜେଶ ପାଇଥିବା ଟ୍ରଫି ଓ ସାର୍ଟିଫିକେଟ ଗୁଡିକ ମନରେ  ଛାନିଆ କରିପକାଉଛି ସମସ୍ତଙ୍କୁ| ମାଁ ଙ୍କ ଆଖିରୁ ବହିଯାଉଛି ଅନବରତ ଲୁହ | ସେପଟେ ବାପା ଭଟଲି ଥାନାରେ ବୋଟାନି ଅଧ୍ୟାପକ ସୁବ୍ରତ ଷଡଙ୍ଗୀ ଓ ଅନ୍ୟମାନଙ୍କ ନାମରେ ଥାନାରେ ଏତଲା ଦେଇଥିବା ବେଳେ ଅଭିଯୁକ୍ତ ଅଧ୍ୟାପକ କୁଆଡେ ଫେରାର ହୋଇଯାଇଛନ୍ତି |
୧୭ ବର୍ଷର ନାବାଳକ ଛାତ୍ର ଜଣକୁ ଅଧ୍ୟାପକଙ୍କ ଏପରି ବ୍ୟବହାର ଯୋଗୁଁ ଆଜି ଗୋଟେ ଅମୂଲ୍ୟ ଜୀବନ ଚାଲିଯାଇଛି ଆଗକୁ ଯେପରି ଆଉ କୌଣସି ଛାତ୍ର ସହିତ ଏପରି ଘଟନାର ପୁନରାବୃତ୍ତି ନ ହେଉ ସେଥିପାଇଁ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ରାଜେଶ ଙ୍କ ମାଁ ଓ ବାପା ଦାବିକରିଛନ୍ତି |

ବାଇଟ ଓ ଭିଡିଓ FTP ରେ ଯାଇଛି |
slug- ODbargarh_studentdeath_rajesh_270219

 ବାଇଟ ୧-  ମୃତ ଛାତ୍ରଙ୍କ ମାଁ 
ବାଇଟ ୨- ମୃତ ଛାତ୍ରଙ୍କ ବାପା 
ବାଇଟ ୩- ପଡୋଶୀ 

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.