ETV Bharat / state

ପର୍ଯ୍ୟଟକଙ୍କ ପାଇଁ ଅଭିଶପ୍ତ ନାଗାବଳୀ, ନେଲାଣି 18 ମୁଣ୍ଡ - ପର୍ଯ୍ୟଟକଙ୍କ ପାଇଁ ଅଭିଶାପ ନାଗାବଳୀ ନଦୀ

ରାୟଗଡାର ଝୁଲାପୋଲ ଉପରୁ ନାଗାବଳୀର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ନିଜକୁ ଅଟକାଇ ପାରେନି ପର୍ଯ୍ୟଟକ । କିନ୍ତୁ ଥରେ ପାଣିରେ ପଶିଲେ ମୃତ୍ୟୁ ଏକ ପ୍ରକାର ସୁନିଶ୍ଚିତ। ଅଧିକ ପଢ଼ନ୍ତୁ...

nagabali river,  rayagarda tourist place, nagavali the curse for tourist, ନାଗାବଳୀ ନଦୀର ଝୁଲାପୋଲ, ପର୍ଯ୍ୟଟକଙ୍କ ପାଇଁ ଅଭିଶାପ ନାଗାବଳୀ ନଦୀ, ରାୟଗଡା ଖବର
ପର୍ଯ୍ୟଟକଙ୍କ ପାଇଁ ଅଭିଶାପ: ନାଗାବଳୀ ନଦୀ
author img

By

Published : Dec 13, 2019, 11:23 PM IST

Updated : Dec 14, 2019, 9:52 AM IST

ରାୟଗଡା: ପର୍ଯ୍ୟଟକଙ୍କ ପାଇଁ ଅଭିଶାପ ପାଲଟିଛି ନାଗାବଳୀ ନଦୀର ଝୁଲାପୋଲ । ପ୍ରକୃତିକୁ ଉପଭୋଗ କରିବା ପାଇଁ ଅନେକ ପର୍ଯ୍ୟଟକ ସମୟ ସମୟରେ ଏଠାକୁ ଆସନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ଆଉ ଜୀବନ୍ତ ଫେରି ପାରନ୍ତି ନାହିଁ । କାରଣ ହେଉଛି ଝୁଲାପୋଲ ତଳେ ଥିବା ନାଗାବଳୀ ନଦୀ ।

ରାୟଗଡା ଉପକଣ୍ଠ ନାଗାବଳୀ ନଦୀ ଉପରେ ନିର୍ମାଣ ହୋଇଛି ଜିଲ୍ଲାର ପ୍ରଥମ ଝୁଲା ପୋଲ। ରାୟଗଡା ଅଧିଷ୍ଠାତ୍ରୀ ମା ମଝି ଘରିଆଣୀ ଦର୍ଶନ ପାଇଁ ଓଡିଶା ସମେତ ଆନ୍ଧ୍ର ଓ ଛତିଶଗଡ଼ରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଝୁଲା ବ୍ରିଜ ଏକ ଦର୍ଶନୀୟ ସ୍ଥାନ ପାଲଟିଛି । ହେଲେ ସେଠାର ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିବା ସହ ସ୍ମୁତିକୁ ସାଇତି ରଖିବାକୁ ସେଲ୍ଫି ନେବା ପାଇଁ ନଦୀ ଉପରକୁ ଚାଲିଯାନ୍ତି ପର୍ଯ୍ୟଟକ । ଯାହା ସେମାନଙ୍କ ପାଇଁ କାଳ ସାଜୁଛି । ଗତ 3ବର୍ଷ ମଧ୍ୟରେ ନାଗାବଳୀରେ 18ଜଣଙ୍କ ବୁଡିଯାଇ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ବାହାର ରାଜ୍ୟର ପର୍ଯ୍ୟଟକ। ନିଜର ଅସାବଧାନତା କାରଣରୁ ପଥରରୁ ଗୋଡଖସି ମୃତ୍ୟୁ ମୁଖରେ ପଡ଼ିଥାନ୍ତି ପର୍ଯ୍ୟଟକ ।

ପର୍ଯ୍ୟଟକଙ୍କ ପାଇଁ ଅଭିଶାପ: ନାଗାବଳୀ ନଦୀ

ଏମିତିରେ ନାଗାବଳୀ ନଦୀର ଜଳରାଶିକୁ ଦେଖିଲେ ତାର ଗଭୀରତା ଅନୁମାନ କରି ହୁଏ ନାହିଁ । କିନ୍ତୁ ଥରେ ପାଣିରେ ପଶିଲେ ମୃତ୍ୟୁ ଏକ ପ୍ରକାର ନିଶ୍ଚିତ ହୋଇଯାଏ । ଏନେଇ ପ୍ରଶାସନ ପକ୍ଷରୁ ବିପଦ ପୂର୍ଣ ସ୍ଥାନ ବୋଲି ବିଭିନ୍ନ ଭାଷାରେ ବୋର୍ଡ ଲଗାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । କାରଣ ଉପରେ ପାଣି ସ୍ଥିର ଥିଲେ ମଧ୍ୟ ଭିତରେ ପାଣି ବହୁତ ପ୍ରଖର। ଏପରିକି ସେଠାର ପାଣି ଭିତରେ ଥିବା ପଥରଗୁଡିକ ମଧ୍ୟ ମୁନିଆ ଯାହା ବାହାରକୁ ଜଣାପଡ଼େ ନାହିଁ । ଯାହା ବହୁ ପର୍ଯ୍ୟଟକଙ୍କ ମୃତ୍ୟୁର କାରଣ ହୋଇଥାଏ । ତେବେ ଏନେଇ ଅଧିକ ସଚେତନତା ଓ ଜଗୁଆଳି ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ପର୍ଯ୍ୟଟକ ମତ ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଅଭିଶପ୍ତ ପାଲଟିଛି ନାଗାବଳୀ ନଦୀର ଝୁଲାପୋଲ , 3ବର୍ଷରେ ଗଲାଣି 18 ଜୀବନ । Body:
ଅଭିଶପ୍ତ ପାଲଟିଛି ନାଗାବଳୀ ନଦୀର ଝୁଲାପୋଲ । ପର୍ଯ୍ୟଟକ ପ୍ରକୃତିକୁ ଉପଭୋଗ କରିବା ସହ ସ୍ମୁତିକୁ ସାଇତି ରଖିବାକୁ ସେଲ୍ଫି ନେବା ସେମାନଙ୍କ ପାଇଁ କାଳ ପଲଟୁଛି । ଗତ 3ବର୍ଷ ମଧ୍ୟରେ ବୁଡି ମଲେଣି 18ଜଣ। ମୃତକ ମଧ୍ୟରେ ଅଧିକାଂଶ ବାହାର ରାଜ୍ୟର ପର୍ଯ୍ୟଟକ। ରାୟଗଡା ଉପକଣ୍ଠ ନାଗାବଳୀ ନଦୀ ଉପରେ ନିର୍ମାଣ ହୋଇଛି ଜିଲ୍ଲାର ପ୍ରଥମ ଝୁଲା ପୋଲ।ଯାହା ବର୍ତ୍ତମାନ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି। ରାୟଗଡା ଅଧିଷ୍ଠାତ୍ରୀ ମାଁ ମଝି ଘରିଆଣୀ ଦର୍ଶନପାଇଁ ଆସୁଥିବା ଓଡିଶା ସମେତ ଆନ୍ଧ୍ର ଓ ଛତିଶଗଡ଼ରୁ ଆସୁଥିବା ଭକ୍ତଙ୍କ ପାଇଁ ଝୁଲା ବ୍ରିଜ଼ ଏକ ଦର୍ଶନୀୟ ସ୍ଥାନ ପାଲଟିଛି । ହେଲେ ସେଠାର ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିବା ସହ ନିଜ ମୋବାଇଲରେ କୟେଦ ନିମନ୍ତେ ଫୋଟ ଉଠାଇବା ସହ ସେଲ୍ଫି ନେବାକୁ ପଛେଇ ନଥାନ୍ତି । ତେବେ ବହୁ ସମୟରେ ନିଜର ଅସାବଧାନତା କାରଣରୁ ପଥରରୁ ଗୋଡଖସି ମୃତ୍ୟୁ ମୁଖରେ ପଡ଼ିଥାନ୍ତି ପର୍ଯ୍ୟଟକ ।
Byte-1-ନାରାୟଣ ରାଓ, ଆନ୍ଧ୍ର ପ୍ରଦେଶ
Byte-2-ପ୍ରଭାତ ରଞ୍ଜନ ଦାଶ
Conclusion:VO-2 -ଦେଖିବାକୁ ସୁନ୍ଦର ପ୍ରବେଶ ଓ ଶାନ୍ତ ଜଳରାଶି। କିନ୍ତୁ ଥରେ ପାଣିରେ ପଶିଲେ ମୃତ୍ୟୁ ଏକ ପ୍ରକାର ନିଶ୍ଚିତ। ଗତ 3 ବର୍ଷରେ 18ଜଣଙ୍କ ମୃତ୍ୟୁ ଘଟିସରିଲାଣି।ଏନେଇ ପ୍ରଶାସନ ପକ୍ଷରୁ ବିପଦ ପୂର୍ଣ ସ୍ଥାନ ବୋଲି ବିଭିନ୍ନ ଭାଷାରେ ବୋର୍ଡ ଲଗାଯାଇଛି ତଥାପି ମୃତ୍ୟୁ ବଢିଚାଲିଛି। କାରଣ ଉପରେ ପାଣି ସ୍ଥିର ଥିଲେ ମଧ୍ୟ ଭିତରେ ପାଣି ବହୁତ ପ୍ରଖର। ଏପରିକି ସେଠାର ପାଣି ଭିତରେ ଥିବା ପଥରଗୁଡିକ ମଧ୍ୟ ମୂନିଆ ଯାହା ପଦାକୁ ଦେଖାଯାଉନି । ଯାହା ବହୁ ପର୍ଯ୍ୟଟକଙ୍କ ମୃତ୍ୟୁର କାରଣ ପାଲଟିଛି ।ତେଣୁ ସଚେତନତା ଓ ଜଗୁଆଳି ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ପର୍ଯ୍ୟଟକଙ୍କ ମତ ।
Byte-3-ପ୍ରଦୀପ କୁମାର ପଟ୍ଟନାୟକ,
Byte-4-କବିନ୍ଦ୍ର ସୁନାନୀ, ଜିଲ୍ଲା ଅଗ୍ନିଶମ ଅଧିକାରୀ

P To C ରଞ୍ଜନ ରଥ
Last Updated : Dec 14, 2019, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.