ETV Bharat / state

୨ ଦିନିଆ ରାୟଗଡା ଗସ୍ତ ସାରି ଫେରିଲେ ଅପରାଜିତା, ବିକାଶ-ସମସ୍ୟା ନେଇ କଲେ ଆଲୋଚନା - ସାଂସଦ ଅପରାଜିତା

ଦୁଇଦିନିଆ ରାୟଗଡା ଜିଲ୍ଲା ଗସ୍ତରେ ଆସି ଫେରିଛନ୍ତି ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ । ଏହି ଦୁଇଦିନିଆ ଗ୍ରସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଅଞ୍ଚଳର ବିକାଶ, ସମସ୍ୟା ନେଇ ବୁଦ୍ଧିଜୀବୀ ଲୋକଙ୍କ ସହ କରିଥିଲେ ଆଲୋଚନା। ଅଧିକ ପଢନ୍ତୁ...

୨ ଦିନିଆ ରାୟଗଡା ଗ୍ରସ୍ତରେ ଆସିଥିଲେ ସାଂସଦ ଅପରାଜିତା; ଅଞ୍ଚଳର ବିକାଶ,ସମସ୍ୟା ନେଇ କଲେ ଆଲୋଚନା

author img

By

Published : Oct 6, 2021, 8:50 AM IST

ରାୟଗଡ଼ା: ଦୁଇଦିନିଆ ରାୟଗଡା ଜିଲ୍ଲା ଗସ୍ତରେ ଆସି ଫେରିଛନ୍ତି ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ । ଏହି ଦୁଇଦିନିଆ ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଅଞ୍ଚଳର ବିକାଶ, ସମସ୍ୟା ନେଇ ବୁଦ୍ଧିଜୀବୀ ଲୋକଙ୍କ ସହ ଆଲୋଚନା କରିଥିଲେ । କୋରାପୁଟ ଗସ୍ତ ଶେଷ କରି ଗତ ସୋମବାର ଗୁଣପୁର ପହଞ୍ଚିଥିଲେ ସାଂସଦ ଶ୍ରୀମତି ଅପରାଜିତା ଷଡଙ୍ଗୀ ।

୨ ଦିନିଆ ରାୟଗଡା ଗସ୍ତ ସାରି ଫେରିଲେ ଅପରାଜିତା, ବିକାଶ-ସମସ୍ୟା ନେଇ କଲେ ଆଲୋଚନା

ଏହାପରେ ମଙ୍ଗଳବାର ସକାଳେ ଚାଏପେ ଚର୍ଚ୍ଚା, ଜଗନ୍ନାଥ ମନ୍ଦିର ଦର୍ଶନ, ନରସିଂହ କଲ୍ୟାଣ ମଣ୍ଡପରେ ବୈଠକ ଓ ଶୋଭାଯାତ୍ରା, ସ୍ବାଭିମାନ ମଞ୍ଚ ପକ୍ଷରୁ ସାଧାରଣ ବୈଠକ ପରେ ଗୁଡାରୀ ଏନଏସି ଗ୍ରସ୍ତ କରି ପାଣିଡଙ୍ଗର ଜଳପ୍ରକଳ୍ପ, ଐତିହାସିକ ଶୈବପୀଠ ଶ୍ରୀମିନାଝୁଲା ଗସ୍ତ କରିଥିଲେ। ତାସହ ଗୁଣପୁର ଓ ଗୁଡାରୀ ଅଞ୍ଚଳର ମୌଳିକ ସମସ୍ୟା ଓ ଏହାର ସମାଧାନ ଦିଗରେ ଲୋକଙ୍କ ସହ ଆଲୋଚନା କରିଥିଲେ । ସନ୍ଧ୍ୟାରେ ବିକ୍ରମପୁର ଛକଠାରେ ଶତାଧିକ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ଶ୍ରୀମତୀ ଷଡଙ୍ଗୀ ।

ଏପଟେ ଗୁଣପୁର ସହରର ବିକ୍ରମପୁର ଛକରେ ସାଂସଦଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ତାପରେ ନୂତନ ବସଷ୍ଟାଣ୍ଡ ନିକଟରେ ଏକ ହୋଟଲରେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହାସହ ସନ୍ଧ୍ୟାରେ ସ୍ଥାନୀୟ ବିଜେପି କର୍ମକର୍ତ୍ତାଙ୍କ ସହ ଆଗାମୀ ପଞ୍ଚାୟତ, ପୌରସଂସ୍ଥା ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ ଅପରାଜିତା ଷଡଙ୍ଗୀ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.