ETV Bharat / state

ରାୟଗଡାରେ ମାତିଲେ ଲୁଟେରା, ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କା ଲୁଟ - Rayagada crime news

ରାୟଗଡା ସହରର ଦୁଇଟି ପୃଥକ ପୃଥକ ସ୍ଥାନରୁ ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଲୁଟିଲେନେଲେ ଲୁଟେରା । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ରାୟଗଡା ସହରରେ ମାତିଲେ ଲୁଟେରା,ଦୁଇଟି ସ୍ଥାନରୁ ଲକ୍ଷାଧିକ ଟଙ୍କା ଲୁଟ

author img

By

Published : Dec 28, 2021, 8:48 AM IST

ରାୟଗଡା: ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି ରାୟଗଡା ସହର । ଦୁଇଟି ପୃଥକ ପୃଥକ ସ୍ଥାନରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନାଗହଣା। ଘରେ କେହିନଥିବାର ସୁଯୋଗ ନେଇ ସହରର ମୁଖ୍ୟ ରୋଡ ସ୍ଥିତ ବି.ସତ୍ୟନାରାୟଣାଙ୍କ ଘରେ ପସି ଲୁଟେରା ଲୁଟି ନେଲେ ନଗଦ 5 ଲକ୍ଷଟଙ୍କା ସହ ସୁନା ଅଳଙ୍କାର ଓ ଟିଭି । ସେହିପରି ସହରର କରଣ ସାହି ବାସିନ୍ଦା ଡି.କୁମାର ସ୍ଵାମୀଙ୍କ ଘରେ କେହିନଥିବା ଦେଖି କବାଟ ଭାଙ୍ଗିବାସହ ନଗଦ 2 ଲକ୍ଷ 50 ହଜାର ଟଙ୍କା , 5 ଭାରି ସୁନା ଅଳଙ୍କାର ଏବଂ କିଛି ମୂଲ୍ୟବାନ ନଥିପତ୍ର ଲୁଟି ନେଇଛନ୍ତି ଲୁଟେରା। ଏନେଇ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ଟାଉନ ଥାନା ପୋଲିସ ।

ରାୟଗଡା ସହରରେ ମାତିଲେ ଲୁଟେରା,ଦୁଇଟି ସ୍ଥାନରୁ ଲକ୍ଷାଧିକ ଟଙ୍କା ଲୁଟ

ସୂଚନାଅନୁଯାୟୀ ଗତ ଏକମାସ ଧରି ଲୁଟିଆମାନେ ସହରର ବିଭିନ୍ନ ସ୍ଥାନରେ ଲୁଟ ଚଳାଇଥିବା ବେଳେ ପୋଲିସ ଅପରାଧିଙ୍କ ଟେର ପାଉନାହିଁ । ତେବେ ଗତକାଲି ହୋଇଥିବା ଏହି ଚୋରି ଘଟଣାର ତଦନ୍ତ ଚାଲିଛି ଏବଂ ସମସ୍ତ ଘଟଣାର ଖୁଲାସା କରାଯିବା ସହ ଅପରାଧିଙ୍କୁ ପୋଲିସ ଠାବ କରିବ ବୋଲି ଟାଉନ ଥାନାଅଧିକାରୀ ରଶ୍ମିରଂଜନ ପ୍ରଧାନ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.