ETV Bharat / state

ଲାଲବାହିନୀର ଗରିବ ଆଦିବାସୀଙ୍କ ଚିନ୍ତା ! ମୁନିଗୁଡ଼ାରେ ପୁଣି ଲାଗିଲା ମାଓ ପୋଷ୍ଟର - Mao Poster in Rayagada

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅଞ୍ଚଳରେ ପୁଣି ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଭୁରୁଶିଖମାର ଛକରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର । ଅଧିକ ପଢ଼ନ୍ତୁ

ଲାଲବାହିନୀର ଗରିବ ଆଦିବାସୀଙ୍କ ଚିନ୍ତା !
ଲାଲବାହିନୀର ଗରିବ ଆଦିବାସୀଙ୍କ ଚିନ୍ତା !
author img

By

Published : Jul 9, 2023, 10:49 PM IST

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳରେ ଲାଲବାହିନୀ ବାରମ୍ବାର ନିଜର ଉପସ୍ଥିତି ଜାହିର କରୁଛି । ନିକଟରେ ମୁନିଗୁଡ଼ା ଥାନା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ୨ଟି ପ୍ରୋକ୍ଲିନ, ୫ଟି ହାଇୱା ସମେତ ୯ଟି ଗାଡ଼ି ଜାଳି ଦେଇଥିଲେ ମାଓବାଦୀ । ଏହାପରେ ସେହି ମୁନିଗୁଡ଼ା ଥାନା ଅଞ୍ଚଳରେ ପୁଣି ମାଓ ପୋଷ୍ଟର ଦେଖିବାକୁ ମିଳିଛି । ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୁରୁଶିଖମାର ଛକରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ ।

ତେବେ ଏହି ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, 'ଶେରକାପାଡିରୁ ନିୟମଗିରିକୁ ଯାଉଥିବା ରାସ୍ତା କାମ ବନ୍ଦ କର । ସରକାର ଆଦିବାସୀଙ୍କଠାରୁ ସବୁ ଜଙ୍ଗଲ ଜମି ପୁଞ୍ଜିପତିଙ୍କ ହାତକୁ ଟେକି ଦେଉଛନ୍ତି । ତେଣୁ ସରକାରଙ୍କୁ ବିରୋଧ କରନ୍ତୁ । ନିୟମଗିରି ଓ ଶାଶୁବହୁମାଳୀ ପର୍ବତରେ ଯେଉଁ ଦଲାଲ ମାନେ ବୁଲୁଛନ୍ତି, ସେମାନେ ସାବଧାନ ରୁହନ୍ତୁ । ଗତ ମେ' ୧୫ ତାରିଖରେ ଆମର ବନ୍ଦର ସଫଳତାକୁ ଯେଉଁମାନେ ବିରୋଧ କରିଛନ୍ତି ଓ ପୋଷ୍ଟରକୁ ଯେଉଁମାନେ ଲୁଚାଇଛନ୍ତି, ସେମାନଙ୍କୁ ପ୍ରଜା କୋର୍ଟରେ ଦଣ୍ଡ ଦିଆଯିବ ।' ଏହି ପୋଷ୍ଟରରେ କିଛି ସାମ୍ବାଦିକମାନେ ପୋଲିସ ଓ ପ୍ରଶାସନ ସପକ୍ଷରେ ରାଜ ଚଳାଇ ଗରିବ ଲୋକଙ୍କ ସମସ୍ୟା ସମାଧାନରେ ସହଯୋଗ କରୁନାହାନ୍ତି ବୋଲି ଲେଖା ଯାଇଥିବା ବେଳେ ପୋଷ୍ଟର ଓ ବ୍ୟାନରକୁ CPI ମାଓବାଦୀ- ବଂଶଧରା- ଘୁମୁସର- ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲଗାଯାଇଥିବା ଉଲ୍ଲେଖ ରହିଛି ।

ଏହା ମଧ୍ଯ ପଢ଼ନ୍ତୁ...ମୁନିଗୁଡାରେ ମାତିଲେ ମାଓବାଦୀ, ଜାଳି ଦେଲେ 9 ଗାଡି

ତେବେ ଗତ କିଛିଦିନ ହେବ ଏହି ଅଞ୍ଚଳରେ ଲାଲବାହିନୀ ପୁଣି ସକ୍ରିୟ ହୋଇ ଉଠିଛନ୍ତି । ଗତ ଜୁନ୍‌ ୩୦ ତାରିଖ ବିଳମ୍ବିତ ରାତିରେ ଦେଓକୁପୁଲି ଛକ ନିକଟ କ୍ରସରରେ ଥିବା ୨ଟି ପ୍ରୋକ୍ଲିନ, ୫ଟି ହାଇୱା ସମେତ ୯ଟି ଗାଡ଼ି ଜାଳି ଦେଇଥିଲେ ମାଓବାଦୀ । ସେହିଦିନ ବିଳମ୍ବିତ ରାତିରେ କିଛି ମହିଳା ମାଓବାଦୀଙ୍କ ସମେତ ୧୦ରୁ ଊର୍ଦ୍ଧ୍ବ ମାଓବାଦୀ ଆସି ଏପରି କାଣ୍ଡ ଘଟାଇଥିଲେ । ପ୍ରଥମେ ୫ଜଣ ମାଓବାଦୀ ସିକ୍ୟୁରିଟି ସମେତ ଅନ୍ୟ କର୍ମଚାରୀଙ୍କୁ ଗେଟ୍‌ ପାଖରେ ଅଟକ ରଖି ସେମାନଙ୍କଠାରୁ ମୋବାଇଲ ଛଡ଼ାଇ ନେଇଥିଲେ । ଅନ୍ୟ ମାଓବାଦୀ ମାନେ କ୍ରସରରେ ଥିବା ଗାଡିରେ ନିଆଁ ଲଗାଇ ଦେଇ ଘଟଣାସ୍ଥଳରେ ପୋଷ୍ଟର ଲଗାଇ ଚାଲିଯାଇଥିଲେ । କ୍ରସର ଦ୍ବାରା ପରିବେଶ ପ୍ରଦୂଷଣ ସହ ଚାଷ କ୍ଷତି, ଭାରିଯାନ ଯାତାୟତ ଯୋଗୁଁ ରାସ୍ତା ନଷ୍ଟ, ପଥର ବ୍ଲାଷ୍ଟିଂ ଯୋଗୁଁ ପିଲାଙ୍କ ଶ୍ରବଣ ଶକ୍ତି ନଷ୍ଟ ହେଉଥିବା ପୋଷ୍ଟରରେ ଲେଖା ହୋଇଥିଲା । ସେହି ବଂଶଧାରା- ଘୁମୁସର- ନାଗାବଳୀ ଡିଭିଜନ ତରଫରୁ ଏଭଳି କାଣ୍ଡ ଘଟାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଥିଲା । ଏନେଇ ଖବର ପାଇ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟର ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.