ETV Bharat / state

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର, ଅଳ୍ପକେ ବର୍ତ୍ତିଲେ ଦୁଇ ପରିବାର

ଲଘୁଚାପ ଜନିତ ଲଗାଣ ବର୍ଷାରେ ରାୟଗଡ଼ା ଜିଲ୍ଲାର ୨ ପରିବାରଙ୍କ ଘର ଭୁଶୁଡ଼ି ଯାଇଛି । ତେବେ ଅଳ୍ପକେ ୨ ପରିବାରର ଜୀବନ ବଞ୍ଚି ଯାଇଥିବା ବେଳେ ଉଭୟ ପରିବାରକୁ ପକ୍କାଘର ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : Aug 14, 2022, 10:56 PM IST

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର, ଅଳ୍ପକେ ବର୍ତ୍ତିଲେ ଦୁଇ ପରିବାର
ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର, ଅଳ୍ପକେ ବର୍ତ୍ତିଲେ ଦୁଇ ପରିବାର

ରାୟଗଡ଼ା: ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ରାୟଗଡ଼ାରେ ୨ଜଣଙ୍କ ଘର ଭୁଶୁଡି ଯାଇଥିବା ଦେଖିବାକୁ ମିଳିଛି । ଜିଲ୍ଲାର ପଦ୍ମପୁର ବ୍ଲକ ଅନ୍ତର୍ଗତ ଜଗାମୁଣ୍ଡା ଓ ବିଷମକଟକ ବ୍ଲକ ଅନ୍ତର୍ଗତ ଦେଓଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଜଗାମୁଣ୍ଡା ଗ୍ରାମର ଜଗଦୀଶ ରଣା ଓ ଦେଓଗାଁର ସଦା କୁସୁଲିଆଙ୍କ ଘର ଲଗାଣ ବର୍ଷା ପ୍ରଭାବରେ ଭୁଶୁଡ଼ି ଯାଇଛି । ହଠାତ ଘରର କାନ୍ଥ ବାହାର ଆଡକୁ ପଡି ଯିବାରୁ ଭୟଭୀତ ହୋଇ ସମସ୍ତେ ବାହାରକୁ ଚାଲି ଆସିଥିଲେ । ଫଳରେ ଅଳ୍ପକେ ଦୁଇ ପରିବାରର ଜୀବନ ବଞ୍ଚି ଯାଇଥିଲା । ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ଦୁଇ ଗରିବ ପରିବାରକୁ ପକ୍କାଘର ଯୋଜନାରେ ସାମିଲ କରାଇବା ସହ ସେମାନଙ୍କୁ ବାସଗୃହ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ଜଗଦୀଶ ଜଣେ ମନ୍ଦିର ପୂଜକ ଥିବା ବେଳେ ପୂଜା ପାଠ କରି ଗୁଜୁରାଣ ମେଣ୍ଟାଇ ଥାଆନ୍ତି । ଅତ୍ୟନ୍ତ ଗରିବ ହୋଇଥିବାରୁ ବାରମ୍ବାର ପଞ୍ଚାୟତ ଓ ବ୍ଲକରେ ଆବାସ ଘର ପାଇଁ ଜଣାଇ ଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ସେହିଭଳି ସଦା କୁସୁଲିଆ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତି ପୋଷଣ କରନ୍ତି । ସେ ମଧ୍ୟ ବାରମ୍ବାର ପକ୍କା ଘର ଖଣ୍ଡିଏ ପାଇଁ ବିଷମକଟକ ବ୍ଲକ ଅଫିସକୁ ଅନେକ ଥର ଯାଇଛନ୍ତି । କେହି ତାଙ୍କ ଗୁହାରି ଶୁଣୁନଥିବା ବେଳେ ସେ ରହୁଥିବା ଘରଟିକୁ ମଧ୍ୟ ବର୍ଷା ଉଜାଡି ଦେଇଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.