ETV Bharat / state

ବିନା ଶ୍ରଦ୍ଧାଳୁରେ ଦର୍ଶନ ଦେଇ ରାୟଗଡାରୁ ବିଦାୟ ନେଲେ ମା’

କୋଭିଡ କଟକଣା ଭିତରେ ଆସିଲେ ମା' ହେଲେ ଦର୍ଶନ ନପାଇ ନିରାଶ ହେଲେ ଭକ୍ତ । ରାୟଗଡାରେ ଚଳିତ ବର୍ଷ ଦଶହରା ବେଶ ନିରାଡମ୍ବର ଭାବରେ ମାଙ୍କ ଭସାଣି ଉତ୍ସବ ପାଳନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Oct 28, 2020, 11:00 PM IST

ରାୟଗଡା ଦଶହରା: ବିନା ଭକ୍ତରେ ଦର୍ଶନ ଦେଇ ଫେରିଗଲେ ମାଁ

ରାୟଗଡା: ବିନା ଭକ୍ତକୁ ଦର୍ଶନ ଦେଇ ଫେରିଗଲେ ମା’ । କୋଭିଡ କଟକଣା ଭିତରେ ଆସିଲେ ମା' ହେଲେ ଦର୍ଶନ ନପାଇ ନିରାଶ ହେଲେ ଭକ୍ତ । ବିଦାୟ ବେଳେ ବି ପାଛୋଟି ଆଣିଥିବା ଭକ୍ତ ମେଲାଣି ବେଳେ ମା'ଙ୍କୁ ସାଥିରେ ରହିପାରିଲେନି ଭକ୍ତ ।

ଭକ୍ତ ଆଉ ଭଗବାନ ମଧ୍ୟରେ କୋରୋନା ସଜିଲା ବାଧକ । କଟକଣା ମଧ୍ୟରେ ଦୁର୍ଗତିନାସିନୀ ଦେବୀ ଦୁର୍ଗାଙ୍କ ପୂଜା ପରଦା ଆଢୁଆଳରେ କରାଯାଇଥିବା ବେଳେ ଆଜି ମା'ଙ୍କ ଭସାଣି ଉତ୍ସବ ମଧ୍ୟ କଟକଣା ମଧ୍ୟରେ ହାତ ଗଣତି କମଟି ସଭ୍ୟଙ୍କ ମଧ୍ୟରେ ପାଳିତ ହୋଇଛି । ଏହେଉଛି ରାୟଗଡା ଜିଲ୍ଲାର ସର୍ବ ପୁରାତନ ଦୁର୍ଗା ପୂଜା । ଏଠି ମାଁ ୬୦ ବର୍ଷ ଧରି ପୂଜାପାଇ ଆସୁଛନ୍ତି । ବିଗତ ଷଷ୍ଠି ଠାରୁ ମା' ଦୁର୍ଗାଙ୍କୁ ମଣ୍ଡପରେ ପୂଜା ପରେ ପୂଜାର୍ଚ୍ଚନା ପରେ ଆଜି ମେଲାଣି ଦିଆଯାଇଛି । ଯେଭଳି କଟକଣା ମଧ୍ୟରେ ପରଦା ଆଢୁଆଳରେ ପୂଜା ମଣ୍ଡପରେ ବିନା ଭକ୍ତରେ ମା' ଙ୍କୁ ପୂଜା କରାଯାଇଛି ।

ଠିକ ସେହିଭଳି ମା'ଙ୍କୁ ଭସାଣି ଉତ୍ସବ ବ୍ୟଥିତ କରିଛି ଭକ୍ତକୁ । ଆଉ ଫୁଟି ନାହିଁ ବାଣ କି ବାଜି ନାହିଁ ଭଳିକି ଭଳି ବଜା ସାଙ୍ଗକୁ ସାଂସ୍କୃତିକ ଦଳଙ୍କ ନୃତ୍ୟ । କେବଳ ଘଣ୍ଟ ଓ ଢୋଲ ମହୁରୀରେ ମା' ଙ୍କୁ ମେଲାଣି ଦେଇଛନ୍ତି ରାୟଗଡା ବ୍ରାହ୍ମଣସାହି ବାସୀ । ହେଲେ ଏବେ ମଧ୍ୟ ଆଶା ବାନ୍ଧିଛନ୍ତି ଆସନ୍ତା ଥରକୁ ଦେଶ କୋରୋନା ମୁକ୍ତ ହେଲେ ପୁଣି ଜାକଜମକରେ ହେବ ମା’ଙ୍କ ପୂଜା ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.