ରାୟଗଡା: ଗୁଣପୁରରେ ପୁଣି ମାତିଲେ ବ୍ଲାକ ପଲସର ଗ୍ୟାଙ୍ଗ । ରାୟଗଡ଼ ପରେ ଏବେ ଟାର୍ଗେଟ ଗୁଣପୁର । ବ୍ଲାକ ପଲସର ଗ୍ୟାଙ୍ଗଙ୍କ ଆତଙ୍କ ଏବେ ଗୁଣପୁରରେ ଦେଖିବାକୁ ମିଳିଛି ।
ସୋମବାର ପୁରଣା ଗୁଣପୁର ବ୍ୟାଙ୍କ କଲୋନିର ବାସିନ୍ଦା ବଲରାମ ମହାପାତ୍ର ନିଜ ଝିଅ ବାହାଘର ପାଇଁ ସ୍ଥାନୀୟ ଷ୍ଟେଟବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କା ଉଠାଇ ମୋଟର ସାଇକେଲରେ ଘରକୁ ଫେରିଥିଲେ । ଘର ଦାଣ୍ଡରେ ମୋଟର ସାଇକେଲ ଡିକିରୁ ଟଙ୍କା ବାହାର କରିବା ସମୟରେ ଦୁଇ ଜଣ ଯୁବକ ଏକ ବ୍ଲାକ ପଲସର ଗାଡିରେ ଆସି ଆଖି ପିଛୁଳାକେ ବଳରାମଙ୍କ ହାତରୁ ତାଙ୍କ ବ୍ୟାଗକୁ ଝାମ୍ପି ନେଇଥିଲେ ।
ତେବେ ଘଟଣାସ୍ଥଳରେ ଗୁଣପୁର ପୋଲିସ ପହଞ୍ଚି ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ