ରାୟଗଡା: ସ୍ବଚ୍ଛ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ଅଣ୍ଟା ଭିଡିଛି ଫ୍ଲାଇଂସ୍କ୍ବାର୍ଡ ଓ ପୋଲିସ୍ ପ୍ରଶାସନ। ଏହି କ୍ରମରେରାୟଗଡାରେ ବେଆଇନ ମଦ ବିକ୍ରି ଓ ଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ ହେବା ସହ ଚଢାଉ ଜାରିରହିଛି । ରବିବାରଗୁଣପୁର ଥାନା ଅନ୍ତର୍ଗତ ରାମନାଗୁଡାରେ 2ଟି ପୃଥକ ପାନ ଦୋକାନରେ ନିର୍ବାଚନ ଫ୍ଲାଇଂ ସ୍କ୍ବାଡ ଓ ପୋଲିସ୍ ମିଳିତ ଭାବେ ଚଢାଉ କରିଥିଲା । ସେମାନଙ୍କ ଠାରୁ 125ଲିଟର ବିଦେଶୀ ମଦ ଜବତ କରିବା ସହ 2ଜଣଙ୍କୁ ଗିରଫ କରାଯାଇଛି ।
ତେବେ ଗିରଫ ହୋଇଥିବା 2ଜଣ ହେଲେ ସଂଯୁକ୍ତା ପଣ୍ଡା ଓ ଲକ୍ଷ୍ମୀ ନାରାୟଣ ସାହୁ ।ବେଆଇନ ମଦ ବିକ୍ରି ଆରୋପରେ ଗିରଫ ହୋଇଥିବା 2ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ