ETV Bharat / state

ପ୍ରକୃତିର ଭୂମିପୁତ୍ର ଲାଞ୍ଜିଆ ସଉରା; ସ୍ବତନ୍ତ୍ର ବେଶଭୂଷା ପାଇଁ ବିଶ୍ବରେ ପରିଚିତ - saura janajati

ସଉରା ଜନଜାତି ସବୁବେଳେ ଆମୋଦ ପ୍ରମୋଦ ପ୍ରିୟ । ପୂର୍ବରୁ ସୋପାନ ପ୍ରଣାଳୀରେ ଧାନ ଚାଷକରି ଜୀବିକା ନିର୍ବାହ କରୁଥିବା ବେଳେ ଏବେ କାଜୁ ଭଳି ଅର୍ଥକାରୀ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କଲେଣି । ଅଧିକ ପଢନ୍ତୁ...

lanjia sarua janajati tribal
ପ୍ରକୃତିର ଭୂମିପୁତ୍ର ଲାଞ୍ଜିଆ ସଉରା
author img

By

Published : Dec 10, 2020, 4:45 PM IST

Updated : Dec 10, 2020, 5:44 PM IST

ରାୟଗଡା: ପ୍ରକୃତି ପ୍ରତି ଏମାନଙ୍କର ରହିଛି ସ୍ଵତନ୍ତ୍ର ଅବଦାନ । ପରମ୍ପରା, ରୀତିନୀତି, ବେଶଭୂଷା, ପରିପାଟି ଏହି ସବୁ ଏମାନଙ୍କୁ ଅନ୍ୟ ଠାରୁ କରେ ଭିନ୍ନ । ସୋପାନ ପ୍ରଣାଳୀରେ ଚାଷ କାର୍ଯ୍ୟ ହେଉ କି ଇଡତାଲ ଚିତ୍ରକଳା, ବିଶ୍ଵରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛନ୍ତି ସଉରା ଜନଜାତିର ମୁଖ୍ୟ ଉପଜାତି ଲାଞ୍ଜିଆ ଜନଜାତି । ଏମାନେ ମୁଖ୍ୟତଃ ରାୟଗଡାର ଗୁଣପୁର ଏବଂ ଗଜପତିର ଗୁମ୍ମା ବ୍ଲକରେ କେଉଁ ଆବାହମାନ କାଳରୁ ବସବାସ କରି ଆସୁଛନ୍ତି ।

ପ୍ରକୃତିର ଭୂମିପୁତ୍ର ଲାଞ୍ଜିଆ ସଉରା; ସ୍ବତନ୍ତ୍ର ବେଶଭୂଷା ପାଇଁ ବିଶ୍ବରେ ପରିଚିତ

ଏହି ଜନଜାତିର ପୁରୁଷମାନେ ପିନ୍ଧୁଥିବା ପାରମ୍ପାରିକ ବସ୍ତ୍ର ଅଣ୍ଟାରୁ ତଳକୁ ଅଳ୍ପ ଝୁଲିରହୁଥିବା ବେଳେ, ପଛ ପାଖକୁ ଲାଞ୍ଜ ଭଳି ଲମ୍ବିଥାଏ। ଏମାନଙ୍କର ବେଶଭୁଷା ହିଁ ତାଙ୍କୁ ଲାଞ୍ଜିଆ ସଉରାର ପରିଚୟ ପ୍ରଦାନ କରିଛି। ମୁଣ୍ଡରେ ବଗ ପରର ଟୋପି ତାଙ୍କୁ ଆକର୍ଷଣୀୟ କରି ଗଢ଼ିତୋଳେ।

ଇଶ୍ଵର ବିଶ୍ବାସୀ ସଉରା ଜନଜାତି ଦାରୁକୁ ନିଜର ଇଷ୍ଟ ଦେବତା ମାନନ୍ତି। ଏହି ଜନଜାତି ଏବେ କାଜୁ ଭଳି ଅର୍ଥକାରୀ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କଲେଣି । ଏମାନେ ସବୁବେଳେ ଆମୋଦ ପ୍ରମୋଦ ପ୍ରିୟ। ଛୁଆଟିଏ ଜନ୍ମ ହେଉ ବା କାହାର ମୃତ୍ୟୁର ଦଶ ଦିନ ଅବା ଯାନିଯାତ୍ରା, ସଞ୍ଜ ନଇଲେ ଗାଁ ମୁଣ୍ଡରେ ଭାସିଆସେ ଲାଞ୍ଜିଆ ସଉରା ରମଣ ରମଣୀଙ୍କ ନୃତ୍ୟ ଗୀତର ଗୁଞ୍ଜରଣ । ସମୟର ପରିବର୍ତ୍ତନ ସାଙ୍ଗକୁ ଆଧୁନିକ ଚାକଚକ୍ୟର ଅନୁପ୍ରବେଶରେ ଏହି ପ୍ରାଚୀନ ଜନଜାତିର ପରମ୍ପରା, ଲୋକକଳା ଏବଂ ସଂସ୍କୃତି ଯଦିଓ ଅବକ୍ଷୟମୁଖୀ ତଥାପି ଏବେ ମଧ୍ୟ ବଞ୍ଚି ରହିଛି ଏମାନଙ୍କର ସ୍ବତନ୍ତ୍ରତା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Dec 10, 2020, 5:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.