ରାୟଗଡା: ବର୍ଷାରେ ଖାଇଲା ନାଗାବଳୀ ନଦୀ । ଅଣ୍ଟାରିଗୁଡା ନିକଟରେ ଧସିଲା ମାଟି ଅତଡା । ଗାଁ ଲୋକେ ଭୟଭୀତ । ତେବେ ପ୍ରତିବର୍ଷ ଏଭଳି ହେଉଥିବାରୁ ବର୍ଷା ଦିନ ଆସିଲେ ଗାଁ ଲୋକେ ଆତଙ୍କିତ ହୋଇପଡୁଛନ୍ତି ।
ନଦୀରୁ ମାଟି ଧସିଥିବାରୁ ରାତି ହେଲେ ଆଖିକୁ ନିଦ ଆସୁନି । କିପରି ରହିବେ କଣ କରିବେ କିଛି ଜାଣିପାରୁନାହାନ୍ତି । ତେବେ ସେଠାକାର ପରିସ୍ଥିତି କିପରି ଅଛି ସେନେଇ ସ୍ଥିତି ପରଖିଛନ୍ତି ଆମ ରାୟଗଡା ସମ୍ବାଦଦାତା ରଞ୍ଜନ ରଥ ।