ETV Bharat / state

ଏକଲବ୍ୟ ଆଧୁନିକରଣ ବିଦ୍ୟାଳୟ ନିମନ୍ତେ ଜମି ଚିହ୍ନଟକୁ ନେଇ ଉତ୍ତେଜନା

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀଗୁଡା ନିକଟରେ ପ୍ରଶାସନ ପକ୍ଷରୁ ଏକଲବ୍ୟ ଆଧୁନିକରଣ ବିଦ୍ୟାଳୟ ନିମନ୍ତେ ଜମି ଚିହ୍ନଟକୁ ନେଇ ଦେଖାଦେଇଛି ଉତ୍ତେଜନା । ଅଧିକ ପଢ଼ନ୍ତୁ

ଏକଲବ୍ୟ ଆଧୁନିକରଣ ବିଦ୍ୟାଳୟ ନିମନ୍ତେ ଜମି ଚିହ୍ନଟକୁ ନେଇ ଉତ୍ତେଜନା
ଏକଲବ୍ୟ ଆଧୁନିକରଣ ବିଦ୍ୟାଳୟ ନିମନ୍ତେ ଜମି ଚିହ୍ନଟକୁ ନେଇ ଉତ୍ତେଜନା
author img

By

Published : Oct 21, 2022, 1:00 PM IST

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀଗୁଡା ନିକଟରେ ପ୍ରଶାସନ ପକ୍ଷରୁ ଏକଲବ୍ୟ ଆଧୁନିକରଣ ବିଦ୍ୟାଳୟ ନିମନ୍ତେ ଜମି ଚିହ୍ନଟକୁ ନେଇ ଦେଖାଦେଇଛି ଉତେଜନା । ଅଞ୍ଚଳର ଅଧିକାଂଶ ଲୋକ ଏକଲବ୍ୟ ଆଧୁନିକରଣ ବିଦ୍ୟାଳୟ ପ୍ରତିଷ୍ଠାକୁ ସମର୍ଥନ କରୁଥିବା ବେଳେ କିଛି ଲୋକ ଯେଉଁମାନେ ସରକାରୀ ଜମିରେ ଚାଷ କରୁଛନ୍ତି ସେମାନେ ଏହାକୁ ତୀବ୍ର ବିରୋଧ କରୁଛନ୍ତି ।

ଏନେଇ ଗତକାଲି(ଗୁରୁବାର) ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଧାନୀଗୁଡା ଓ ମନେଇଗୁଡା ମୌଜାରେ ପ୍ରସ୍ତାବିତ ଏକଲବ୍ୟ ଆଧୁନିକରଣ ବିଦ୍ୟାଳୟ ନିମନ୍ତେ ସରକାରୀ ଜମି ଚୟନ କରିଥିଲେ । ଏହାକୁ ନେଇ ଚଳିତ ମାସ ୧୩ତାରିଖ ଦିନ ଜିଲ୍ଲାପାଳ ସ୍ୱଧା ଦେବ ସିଂ ପରିଦର୍ଶନ କରି ତୁରନ୍ତ ଜମି ଚିହ୍ନଟ କରିବା ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏକଲବ୍ୟ ଆଧୁନିକରଣ ବିଦ୍ୟାଳୟ ନିମନ୍ତେ ଜମି ଚିହ୍ନଟକୁ ନେଇ ଉତ୍ତେଜନା

ଗତକାଲି କଲ୍ୟାଣସିଂହପୁର ତହସିଲଦାର ସୁଧାକର ରଇତ, ରାଜସ୍ୱ ଅଧିକାରୀ, ଅମିନ ଓ ସ୍ଥାନୀୟ ପୁଲିସ ସହାୟତାରେ ଜମି ଚିହ୍ନଟ କରି ମାପଚୁପ କରୁଥିବା ବେଳେ ସମ୍ପୃକ୍ତ ଜମିରେ ଚାଷ କରିଥିବା ଚାଷୀ ବିରୋଧ କରିଥିଲେ । ଯାହାଫଳରେ ସ୍ଥାନୀୟ ପ୍ରଶାସନ ନିରାଶ ହୋଇ ଫେରି ଆସିଥିଲେ ।

ତେବେ ଗତକାଲି(ଗୁରୁବାର) ଏକ ପ୍ଲାଟୁନ ପୋଲିସ, ୩ ଡ଼ିଏସପି,୩ ଏସଡିପିଓ, ୫ ଜଣ ଥାନା ଅଧିକାରୀ, ମାଜିଷ୍ଟ୍ରେଟ ରାୟଗଡ଼ା ତହସିଲଦାର ତାପସ ରାଉତ, କୋଲନର ତହସିଲଦାର ବିଘ୍ନରାଜ କହଁର, କଲ୍ୟାଣସିଂହପୁର ତହସିଲଦାର ସୁଧାକର ରଇତ, ରାଜସ୍ୱ ଅଧିକାରୀ ସନ୍ତୋଷ ପାଣିଗ୍ରାହୀ, ଅମିନ ଏସ୍ ରାଜୁ ସମେତ ପଦାଧିକାରୀ ପ୍ରଧାନୀଗୁଡା ଗ୍ରାମର ପ୍ରସ୍ତାବିତ ସରକାରୀ ଜମି ନିକଟରେ ଉପସ୍ଥିତ ରହି ବିରୋଧକାରୀଙ୍କୁ ବୁଝାସୁଝା କରିବା ସହ ଜମି ଚିହ୍ନଟ ସାଙ୍ଗକୁ ମାପଚୁପ କରିଥିଲେ । ଅନ୍ୟପଟେ ଚାଷ କରିଥିବା ଚାଷୀ ଜମି ଚିହ୍ନଟ ନକରିବା ପାଇଁ ଅଡି ବସିଥିବା ବେଳେ ସେମାନଙ୍କୁ ରାୟଗଡା ତହସିଲଦାର ସୁଧାକର ରଇତ ବୁଝାସୁଝା କରିବା ସହ ଅନ୍ୟତ୍ର ସରକାରୀ ଜମିରେ ଥାଇଥାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.