ରାୟଗଡ଼ା: ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ବାରା ମାଈ କୁଟୁରା ଛୁଆ ଉଦ୍ଧାର । ରାୟଗଡ଼ା ବନାଞ୍ଚଳ ଅଧିନସ୍ଥ ଗାଡି ଶେଷଖାଲ ଗ୍ରାମରୁ ଆଜି ସକାଳେ ଗ୍ରାମବାସୀଙ୍କ ଦ୍ବାରା ଏକ ମାଈ କୁଟୁରାକୁ ଉଦ୍ଧାର କରାଯାଇ ରାୟଗଡ଼ା ବନ ବିଭାଗକୁ ହସ୍ତାନ୍ତର କରଯାଇଛି ।
ପ୍ରାଣୀଧନ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସନ୍ଧ୍ୟାରେ କୁଟୁରାକୁ ଜଙ୍ଗଲରେ ଛାଡି ଦିଆଯାଇଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ, ଆଜି(ବୁଧବାର) ସକାଳୁ ଶେଷଖାଲ ଗାଁ ନିକଟରେ ପ୍ରବାହିତ ନାଗାବଳୀ ନଦୀ ତଟକୁ କୁଟୁରାମାନେ ପାଣି ପିଉଥିବାବେଳେ କୁକୁରମାନେ ସେମାନଙ୍କୁ ଘଉଡାଇବାରୁ ୬ମାସର ଏକ ମାଈ କୁଟୁରା ଛୁଆ ଗାଁମୁହାଁ ହୋଇ ଗାଁକୁ ପଶି ଆସିଥିଲା ।
ସ୍ଥାନୀୟ ଗ୍ରାମବାସୀ ଉକ୍ତ କୁଟୁରା ଛୁଆଟିକୁ ଉଦ୍ଧାର କରି ରାୟଗଡ ବନାଞ୍ଚଳ ଅଧିକାରୀ ଅଶୋକ କୁମାର ପ୍ରଧାନକୁ ଜଣାଇଥିଲେ । ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ା ଶେଷଖାଲ ଗ୍ରାମକୁ ଯାଇ କୁଟୁରା ଛୁଆଟିକୁ ନେଇ ରାୟଗଡ଼ା ପଶୁ ଚିକିତ୍ସାଳୟକୁ ନିଆଯାଇଛି ।
କୁଟୁରା ଛୁଆଟିର ସ୍ବାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସୁସ୍ଥ ଥିବାରୁ ସନ୍ଧ୍ୟା ସମୟରେ ତାକୁ ଘଞ୍ଚ ଜଙ୍ଗଲରେ ଛଡାଯାଇଥିବା ନେଇ ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ