ETV Bharat / state

କାଲି ଛୁଟି କଟାଇ ଫେରିଥିଲେ, ଆଜି ଡେପୁଟି ରେଞ୍ଜରଙ୍କ ମୃତଦେହ ଉଦ୍ଧାର - କଲ୍ୟାଣସିଂହପୁର ଡେପୁଟି ରେଞ୍ଜରଙ୍କ ମୃତ୍ୟୁ

ରାୟଗଡ଼ାରେ ସରକାରୀ ବାସଭବନରୁ କଲ୍ୟାଣସିଂହପୁର ବନ ବିଭାଗର ଡେପୁଟି ରେଞ୍ଜରଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ଅଧିକ ପଢ଼ନ୍ତୁ

କାଲି ଛୁଟି କଟାଇ ଫେରିଥିଲେ, ଆଜି ଡେପୁଟି ରେଞ୍ଜରଙ୍କ ମୃତଦେହ ଉଦ୍ଧାର

author img

By

Published : Apr 20, 2022, 6:09 PM IST

ରାୟଗଡ଼ା: ବନ୍ଦ ସରକାରୀ ବାସଭବନରୁ କଲ୍ୟାଣସିଂହପୁର ବନ ବିଭାଗର ଡେପୁଟି ରେଞ୍ଜରଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଛି । କଲ୍ୟାଣସିଂହପୁର ବନ ବିଭାଗର ଡେପୁଟି ରେଞ୍ଜର ବ୍ରଜମୋହନ ଭୋଇ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବାସିନ୍ଦା । ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ କଲ୍ୟାଣସିଂହପୁର ବନ ବିଭାଗ କର୍ମଚାରୀ ଡେପୁଟି ରେଞ୍ଜରଙ୍କ ସରକାରୀ ବାସଭବନକୁ ଆସି କବାଟ ବାଡ଼େଇଥିଲେ ।

କାଲି ଛୁଟି କଟାଇ ଫେରିଥିଲେ, ଆଜି ଡେପୁଟି ରେଞ୍ଜରଙ୍କ ମୃତଦେହ ଉଦ୍ଧାର

ତେବେ ଦୀର୍ଘ ସମୟ ଧରି ବ୍ରଜମୋହନ ଭୋଇ କବାଟ ଖୋଲିନଥିଲେ । ଏହାପରେ କର୍ମଚାରୀମାନେ ଝରକା ଦେଇ ଦେଖିବା ବେଳକୁ ସେ ଉଲଗ୍ନ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ । ଏହାକୁ ନେଇ ବନ ବିଭାଗ କର୍ମଚାରୀ ରେଞ୍ଜରଙ୍କୁ ସୂଚନା ଦେଇଥିଲେ । ସେପଟେ ରେଞ୍ଜର ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଓ ମାଜିଷ୍ଟ୍ରେଟ ଘଟଣାସ୍ଥଳରେ ପହଞ୍ଚି କଲ୍ୟାଣସିଂହପୁର ବନ ବିଭାଗର ଡେପୁଟି ରେଞ୍ଜରଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗତକାଲି(ମଙ୍ଗଳବାର) ଛୁଟି କଟାଇ ଘରୁ ଫେରିଥିଲେ । ସେ ଗତ ଅକ୍ଟୋବର ମାସରେ କଲ୍ୟାଣସିଂହପୁର ବନ ବିଭାଗର ଡେପୁଟି ରେଞ୍ଜର ଭାବରେ ଯୋଗ ଦେଇଥିଲେ । ସେପଟେସ ସ୍ବାସ୍ଥ୍ୟାଗତ ସମସ୍ୟା ଯୋଗୁଁ ସେ ନିଜ ଜିଲ୍ଲାକୁ ଚାକିରୀ ବଦଳି କରିବାକୁ ରାୟଗଡ଼ା ବନପାଳଙ୍କୁ ନିବେଦନ କରିଥିଲେ । ଏପଟେ ତାଙ୍କ ଉପରେ ସେଭଳି କୌଣସି କାର୍ଯ୍ୟଚାପ ନଥିଲା ବୋଲି କହିଛନ୍ତି ରାୟଗଡ଼ା ବନପାଳ ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.