ETV Bharat / state

ଶ୍ରମିକଙ୍କୁ ଘରଜମି ପ୍ରଦାନ ନେଇ ଘନେଇଲା ଜେଏସ୍କୋର ଜମି ବିବାଦ

ଘନେଇଲା ଜେଏସ୍କୋ ଜମି ବିବାଦ । ବେଆଇନ ଭାବେ ଜେଏସ୍କୋ ଦଖଲରେ ଥିବା ଜମି ମୁକ୍ତ ସାଙ୍ଗକୁ ଶ୍ରମିକଙ୍କ ପାଇଁ କମ୍ପାନୀ ପକ୍ଷରୁ ୧୯୭୦ ମସିହାରେ ଘର ଜମି ଦେବାକୁ ହୋଇଥିବା ଚୁକ୍ତି ପାଳନର ଖିଲାପ ପ୍ରତିବାଦରେ ଧାରଣାରେ ବସିଛନ୍ତି ପୂର୍ବରୁ ଏହି କାରଖାନାରେ କାମ କରୁଥିବା ଶ୍ରମିକଙ୍କ ପରିବାର ।

author img

By

Published : Jun 24, 2019, 9:49 PM IST

Updated : Jun 25, 2019, 2:14 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ରାୟଗଡା: ଘନେଇଲା ଜେଏସ୍କୋ ଜମି ବିବାଦ । ବେଆଇନ ଭାବେ ଜେଏସ୍କୋ ଦଖଲରେ ଥିବା ଜମିକୁ ମୁକ୍ତ ସାଙ୍ଗକୁ ଶ୍ରମିକଙ୍କ ପାଇଁ କମ୍ପାନୀ ପକ୍ଷରୁ ୧୯୭୦ ମସିହାରେ ଘର ଜମି ଦେବାକୁ ହୋଇଥିବା ଚୁକ୍ତି ପାଳନର ଖିଲାପ ପ୍ରତିବାଦରେ ଧାରଣାରେ ବସିଛନ୍ତି ପୂର୍ବରୁ ଏହି କାରଖାନାରେ କାମ କରୁଥିବା ଶ୍ରମିକଙ୍କ ପରିବାର । ୧୯୭୦ ମସିହାରେ ଜୟପୁର ସୁଗାର କମ୍ପାନୀରେ କାମ କରୁଥିବା ୩୦୦ ଶ୍ରମିକଙ୍କ ଠାରୁ ୨୦ ସେଣ୍ଟ ଘରଡ଼ିହ ବାବଦକୁ ୩୦୦ ଟଙ୍କା ଲେଖାଏଁ ନେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଇଞ୍ଚେ ଜମି ଯୋଗାଇ ଦିଆଯାଇପାରିନି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ଏପରିକି ଘର ଜମି ବାବଦକୁ ୬୦ ଏକର ଏବଂ କାରଖାନାର ବର୍ଜ୍ୟବସ୍ତୁ ପରିଚାଳନାର ଡ଼ମ୍ପିଂୟାର୍ଡ଼ ବାବଦକୁ ୭୦ ଏକର ଜମିକୁ ହାଇକୋର୍ଟ ଛାଡ଼ କରିଥିବା ବେଳେ କିନ୍ତୁ କମ୍ପାନୀ କତ୍ତୃପକ୍ଷ ଏଦିଗରେ ନିରବଦ୍ରଷ୍ଟା ସାଜିଛନ୍ତି । ଏହାର ପ୍ରତିବାଦରେ ଆଜି କାରଖାନାର ପୂର୍ବତନ କର୍ମଚାରୀ ସଂଗଠନର ପରିବାର ଲୋକେ କାରଖାନା ଆଗରେ ଧାରଣା ଦେଇଥିଲେ ।

ସ୍ଥାନୀୟ ତହସିଲଦାର ଉମାଶଙ୍କର ବେହେରା ଜିଲ୍ଲାପ୍ରଶାସନ ପକ୍ଷରୁ ଆସି ଲୋକଙ୍କୁ ବୁଝାସୁଝା କରିବା ସହ ମାମଲା ହାଇକୋର୍ଟରେ ଥିବା ଯୋଗୁଁ ଟିକିଏ ସମସ୍ୟା ହେଉଛି । ତେଣୁ ତୁରନ୍ତ ଜିଲ୍ଲାପ୍ରଶାସନ ରାଜ୍ୟ ଆଡ଼ଭୋକେଟ ଜେନେରାଲଙ୍କ ସହିତ ଯୋଗସୂତ୍ର ରକ୍ଷାକରି ଏହାର ସମାଧାନ କରାଯିବ ବୋଲି କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:mail ରେ ସ୍କିପଟ ଏବଂ ଫାଇଲ ଭିଜୁଆଲ ଯାଇଛି ।Body:କConclusion:ଖ
Last Updated : Jun 25, 2019, 2:14 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.