ETV Bharat / state

5 ମାସ ହେଲାଣି ନାହାଁନ୍ତି ଡାକ୍ତର, ଭୂତକୋଠି ପାଲଟିଛି ଚିକିତ୍ସାଳୟ

ପୁଣି ଉପାନ୍ତ ଅଞ୍ଚଳରୁ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି । କୋରୋନା ମହାମାରୀ ସମୟରେ 5 ମାସ ହେଲାଣି ନାହାଁନ୍ତି ଡାକ୍ତର, ଭୁତକୋଠି ପାଲଟିଛି ଚିକିତ୍ସାଳୟ ।

It's been 5 months since the doctor left,  hospital become a haunted house
5ମାସ ହେଲାଣି ନାହାଁନ୍ତି ଡାକ୍ତର, ଭୁତକୋଠି ପାଲଟିଛି ଚିକିତ୍ସାଳୟ
author img

By

Published : Aug 24, 2020, 10:57 PM IST

ରାୟଗଡା: ପୁଣି ଉପାନ୍ତ ଅଞ୍ଚଳରୁ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି । କୋରୋନା ମହାମାରୀ ସମୟରେ 5 ମାସ ହେଲାଣି ନାହାଁନ୍ତି ଡାକ୍ତର, ଭୁତକୋଠି ପାଲଟିଛି ଚିକିତ୍ସାଳୟ । ରାୟଗଡା ଜିଲ୍ଲା କୁଜେନ୍ଦ୍ରୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବା କହିଲେ ଡାକ୍ତରଶୂନ୍ୟ ଅପରିସ୍କାର ପରିବେଶରେ ଅନାବନା ଗଛ ମାଡିଥିବା ଡାକ୍ତରଖାନା ।

5ମାସ ହେଲାଣି ନାହାଁନ୍ତି ଡାକ୍ତର, ଭୁତକୋଠି ପାଲଟିଛି ଚିକିତ୍ସାଳୟ

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା କିପରି ଚାଲିଛି ଏହି ଚିତ୍ର ସବୁକିଛି ବୟାନ କରୁଛି । ଜରୁରୀକାଳୀନ ସମୟରେ ଉପଯୁକ୍ତ ସେବା ନ ପାଇ ଅନେକ ଅକାରଣରେ ମୃତ୍ୟୁମୁଖରେ ପଡୁଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ କୁଜେନ୍ଦ୍ରୀ ଗ୍ରାମରେ ଥିବା ସରକାରୀ ଆୟୁର୍ବେଦ ଚିକିତ୍ସାଳୟ । ଏଠାକାର ପ୍ରାୟ ପାଞ୍ଚଟି ପଞ୍ଚାୟତର ଲୋକଙ୍କୁ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ 1958 ରେ ସ୍ଥାପିତ ହୋଇଥିଲା ଏହି ଚିକିତ୍ସାଳୟ । ଡାକ୍ତରଖାନା ଉପରେ ଲତା ବୁଦା ମାଡ଼ି ଯାଇ ଅତ୍ୟନ୍ତ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ରକ୍ଷଣାବେକ୍ଷଣ ଅଭାବରୁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ମେଡ଼ିକାଲ କୋଠା ।

ଏହାକୁ ଚିକିତ୍ସାଳୟ ବୋଲି ଜାଣିବା ମୁସ୍କିଲ ହୋଇପଡ଼ିଛି । ଗତ ଏପ୍ରିଲ ମାସରୁ ଏଠାରେ ଡାକ୍ତର ନାହାଁନ୍ତି । ଯେଉଁ ଜଣେ ମାତ୍ର ଡାକ୍ତର ଥିଲେ ତାଙ୍କୁ ସରକାରୀ ନିର୍ଦ୍ଦେଶରେ କୋଭିଡ ପରିଚାଳନା ଦାୟିତ୍ବ ରେ ପଠାଇ ଦିଆଯାଇଛି । ଫଳରେ 5 ମାସ ହେଲାଣି ଚିକିତ୍ସାଳୟରେ ତାଲା ପଡିଥିବା ଦେଖିବାକୁ ମିଳିଛି । ଏବେ ଭଗବାନ ଭରସାରେ କୁଜେନ୍ଦ୍ରୀ, ଗୁଲୁମୁଣ୍ଡା, ନିଲମଗୁଡା, ପେନକମ୍ ପଞ୍ଚାୟତ ବାସୀ । କିଛି ବଡ ଅଘଟଣ ହେଲେ ପ୍ରାଥମିକ ଚିକିତ୍ସା ସୁବିଧାରୁ ବଞ୍ଚିତ ଏଠାକାର ବାସିନ୍ଦା । କୋରୋନା ମହାମାରୀ ସମୟରେ 5 ମାସ ହେଲାଣି ଡାକ୍ତର ନଥିବାଯୋଗୁଁ, ଭୁତକୋଠି ପାଲଟିଛି ଚିକିତ୍ସାଳୟ ।

ରାୟଗଡାରୁ ରାଜେନ୍ଦ୍ର କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.