ETV Bharat / state

ଖରିଫ ଧାନ କିଣା: ରାୟଗଡାରେ ଧରାପଡିଲାଣି ୧୦ ହଜାରରୁ ଅଧିକ ଭୂତ ପ୍ଲଟ

author img

By

Published : Dec 2, 2022, 1:03 PM IST

ରାୟଗଡା ଜିଲ୍ଲାରେ ଖରିଫ ଧାନ କିଣାରେ ଅନିୟମିତତା । ଧରାପଡିଲାଣି ୧୦ ହଜାରରୁ ଊର୍ଦ୍ଧ୍ବ ଭୂତ ପ୍ଲଟ । ଅଧିକ ପଢନ୍ତୁ

ଖରିଫ ଧାନ କିଣା: ରାୟଗଡାରେ ଧରାପଡିଲାଣି ୧୦ ହଜାରରୁ ଅଧିକ ଭୂତ ପ୍ଲଟ
ଖରିଫ ଧାନ କିଣା: ରାୟଗଡାରେ ଧରାପଡିଲାଣି ୧୦ ହଜାରରୁ ଅଧିକ ଭୂତ ପ୍ଲଟ

ରାୟଗଡା: ଚଳିତ ବର୍ଷ ଖରିଫ ଧାନ ପାଇଁ ରାୟଗଡା ଜିଲ୍ଲାରେ ୨୧ ହଜାର ୧୭୧ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି । ସେଥିମଧ୍ୟରୁ ୨୦ ହଜାର ୩୩୨ ଚାଷୀଙ୍କ ତଥ୍ୟ ଯାଞ୍ଚ ସରିଛି । ହେଲେ ଧାନ ଚାଷ ହୋଇଥିବା ଜମି ଗୁଡିକର ସାଟେଲାଇଟ ସର୍ଭେ ପରେ ୧୦ ହଜାରରୁ ଊର୍ଦ୍ଧ୍ବ ଭୂତ ପ୍ଲଟ ରହିଥିବା ନଜରକୁ ଆସିଛି । କୃଷକଙ୍କୁ ସୁବିଧା ପ୍ରଦାନ ପାଇଁ ସରକାର କୃଷି କ୍ଷେତ୍ରକ ଅନେକ ସୁବିଧା ପ୍ରଦାନ କରୁଛନ୍ତି । ମୁଖ୍ୟତଃ ନିଜର ଉତ୍ପାଦିତ ଫସଲ କିଭଳି ଭଲରେ ବିକ୍ରି କରିବେ ଓ ଉଚିତ୍ ମୂଲ୍ୟ ପାଇବ ତାହା ଏକ ବଡ କାର୍ଯ୍ୟ । ସେଥିପାଇଁ ସରକାର ଅନେକ ନିୟମ ଲାଗୁ କରିଛନ୍ତି । ହେଲେ ସମବାୟ ଓ ରାଜସ୍ୱ ବିଭାଗ ଅଧିକାରୀଙ୍କ ଦୁର୍ନୀତି ଯୋଗୁଁ ପ୍ରକୃତ ଚାଷୀ ହଇରାଣ ହେବା ସହିତ ଉତ୍ପାଦିତ ଫସଲ ବିକ୍ରିରୁ ବଞ୍ଚିତ ହେଉଛନ୍ତି । ଫଳରେ ଦଲାଲ ଓ କିଛି କର୍ମଚାରୀ ଏହାର ଫାଇଦା ନେଉଛନ୍ତି ।

ଧାନ କିଣାରେ ଅନିୟମିତତା: ରାୟଗଡାରେ ଧରାପଡିଲାଣି ୧୦ ହଜାରରୁ ଅଧିକ ଭୂତ ପ୍ଲଟ

ମୁଖ୍ୟତଃ ଧାନ ଓ ମାଣ୍ଡିଆ ଚାଷ କ୍ଷେତ୍ରରେ ଏହି ଅନିୟମିତତା ସର୍ବାଧିକ ରହିଛି । ସରକାର ଧାନ ଚାଷ ହୋଇଥିବା ଜମିଗୁଡିକର ସାଟେଲାଇଟ ସର୍ଭେ କରିବା ପରେ ୧୦ ହଜାରରୁ ଊର୍ଦ୍ଧ୍ବ ଭୂତ ପ୍ଲଟ ରହିଥିବା ନଜରକୁ ଆସିଛି । ସାଟେଲାଇଟ ସର୍ଭେ ଶେଷ ପରେ ଏହି ନକଲି ପ୍ଲଟ ସଂଖ୍ୟା ୧୪ ହଜାର ପାର କରିବ ବୋଲି ସନ୍ଦେହ କରାଯାଉଛି । ଫଳରେ ବର୍ଷ ବର୍ଷ ଧରି ଯେଉଁ ଅନିୟମିତତା ଚାଲିଥିଲା ସେଥିରେ ଏକପ୍ରକାର ଯବନିକା ପଡିବାର ସମ୍ଭାବନା ଦେଖାଦେଇଛି ।

ସମବାୟ ଉପନିବନ୍ଧକ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମଗ୍ର ଜିଲ୍ଲାରେ ୧୭ ହଜାର ୫୧୨ଟି ପ୍ଲଟ ସନ୍ଦେହ ଘେରରେ ରହିଥିଲା । ସେଥି ମଧ୍ୟରୁ ସର୍ବାଧିକ ୩,୫୯୦ଟି ରାମନାଗୁଡା ଲ୍ୟାମ୍ପରେ ନଜରକୁ ଆସିଥିଲା । ସେହିଭଳି କଲ୍ୟାଣସିଂହପୁର ଲ୍ୟାମ୍ପରେ ୩୪୩୧, ଗୁଣପୁର ଲ୍ୟାମ୍ପରେ ୨୬୩୫, କୋଲନରା ଲ୍ୟାମ୍ପରେ ୧୫୬୯, ବିଷମକଟକ ଲ୍ୟାମ୍ପରେ ୧୪୨୬, ପଦ୍ମପୁର ଲ୍ୟାମ୍ପରେ ୧୨୬୮, ଗୁଡାରୀ ଲ୍ୟାମ୍ପରେ ୧୦୮୬ଟି ରହିଛି । ତାହାର ସାଟେଲାଇଟ ସର୍ଭେ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପ୍ରତି ପ୍ଲଟର ସାଟେଲାଇଟ ସର୍ଭେ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ୧୧ ହଜାର ୧୧୨ଟି ପ୍ଲଟର ସାଟେଲାଇଟ ସର୍ଭେ ହୋଇଛି । ସେଥିରୁ ମାତ୍ର ୧,୬୨୫ଟି ପ୍ଲଟରେ ଧାନ ଚାଷ ହୋଇଛି । ବଳକା ୯ ହଜାର ୪୮୭ଟି ପ୍ଲଟରେ କୌଣସି ପ୍ରକାର ଧାନ ଚାଷ ହୋଇନଥିବା ଜଣାପଡିଛି । କେଉଁଠି ପୋଖରୀ ରହିଛି ତ ଆଉ କେଉଁଠି କପା, ହରଡ ଚାଷ ହୋଇଛି । ଏପରିକି ଆକାଷୀ ଓ କାଜୁ ବଗିଚାକୁ ମଧ୍ୟ ଧାନ ଚାଷ ଦେଖାଇ ପଞ୍ଜିକରଣ ହୋଇଛି । ଜିଲ୍ଲାର ରାମନାଗୁଡା, ପଦ୍ମପୁର, କୋଲନରା ଓ କଲ୍ୟାଣସିଂହପୁର ବ୍ଲକରେ ଏହି ମିଛ ଚାଷର ପରିମାଣ ସର୍ବାଧିକ ରହିଥିବା ଜଣାପଡିଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.