ETV Bharat / state

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମା ମଝିଘରିଆଣୀଙ୍କୁ ନିମନ୍ତ୍ରଣ

Invitation sent to Maa Majhighariani Temple : ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ କାର୍ଯ୍ୟକ୍ରମ । ଏହି କ୍ରମରେ ନିମନ୍ତ୍ରଣ ମିଳିଛି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝି ଘରିଆଣୀଙ୍କୁ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 28, 2023, 10:28 PM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମା ମଝିଘରିଆଣୀଙ୍କୁ ମିଳିଲା ନିମନ୍ତ୍ରଣ

ରାୟଗଡ଼ା: ରାଜ୍ୟ ସରକାରଙ୍କ ମହତ୍ବାକାଂକ୍ଷୀ ଯୋଜନା ଆଧାରରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପରିକଳ୍ପନା ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି l ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟର ପ୍ରମୁଖ ଦେବାଦେବୀ ପୀଠ ଗୁଡିକୁ ନିମନ୍ତ୍ରଣ ପଠାଯାଇଛି । ଏହି କ୍ରମରେ ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଶ୍ରୀମନ୍ଦିରରୁ ନୋଡାଲ ଅଫିସର ସ୍ବରୂପ କୁମାର କରଙ୍କ ସହ ସେବାୟତ ଶିବଶଙ୍କର ରଣା, ସେବାୟତ ସତ୍ୟଶିଵ ସୁନ୍ଦର ଚ୍ୟାଉ ପଟ୍ଟନାୟକ ଓ ସେବାୟତ ସୁବାଷ ଚନ୍ଦ୍ର ମହାନ୍ତିଙ୍କ ସହ ଏକ 4 ଜଣିଆ ଦଳ ରାୟଗଡା ମନ୍ଦିର ଏବଂ ମା ମଝି ଘରିଆଣୀଙ୍କ ପାଇଁ ନିମନ୍ତ୍ରଣ ପତ୍ର ଧରି ରାୟଗଡାରେ ପହଞ୍ଚିଛନ୍ତି ।

ଗତକାଲି ସନ୍ଧ୍ୟାରେ ଏହି ଦଳ ରାୟଗଡାରେ ପହଞ୍ଚିଥିଲେ । ଆଜି ନିମନ୍ତ୍ରଣ ପ୍ରଦାନ ଅବସରରେ ସ୍ଥାନୀୟ ରଥ ଚକ ଠାରୁ ତାଙ୍କୁ ଶଙ୍ଖ, ମୃଦଙ୍ଗ ଓ ଗିନି ବଜାଇ ଓଡିଶୀ ନୃତ୍ୟ ସହ ପାରମ୍ପରିକ ଆଦିବାସୀ ନୃତ୍ୟରେ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ସଭା କରାଯାଇ ଜଗନ୍ନାଥ ମନ୍ଦିରକୁ ଯାଇ ସାଥିରେ ଆଣିଥିବା ଗୁଆ ଓ ନିମନ୍ତ୍ରଣ ପତ୍ର ଜଗନ୍ନାଥ ମନ୍ଦିରରେ ରାଜ ପୁରୋହିତ ବିରଞ୍ଚି ନାରାୟଣ ଦାସ ଗ୍ରହଣ କରିଥିଲେ । ନିମନ୍ତ୍ରଣ ପ୍ରଦାନ କରିବା ପରେ ଏକ ବିରାଟ ପଟୁଆରରେ ବାହାରି ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିରକୁ ଯିବା ପରେ ମନ୍ଦିର କମିଟି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ସହ ସ୍ବାଗତ କରାଯାଇଥିଲା । ମାଆଙ୍କ ନିମନ୍ତ୍ରଣ ପତ୍ରକୁ ଗ୍ରହଣ କରିଥିଲେ ମୁଖ୍ୟ ପୂଜକ ଚନ୍ଦ୍ର ଶେଖର ପୂଜାରୀ ।

ଏହା ମଧ୍ୟ ପଢନ୍ତୁ ... ପୁରୀରୁ ନିମନ୍ତ୍ରଣ, ଭବ୍ୟ ପ୍ରତିଷ୍ଠାରେ ଯୋଗ ଦେବେ ପ୍ରଭୁ ଚନ୍ଦନେଶ୍ଵର

ଏହି ଦଳ ଗତକାଲି ଗଜପତି ଜିଲ୍ଲାରେ ପହଞ୍ଚି ନିମନ୍ତ୍ରଣ ପତ୍ର ପ୍ରଦାନ କରିବା ପରେ ଆଜି ରାୟଗଡାରେ ପହଞ୍ଚି ନିମନ୍ତ୍ରଣ କରିବା ପରେ ଜଗନ୍ନଥ ମନ୍ଦିରରେ ଉପସ୍ଥିତ ଅଧିକାରୀ ଏବଂ ସେବାୟତଙ୍କ ମେଳରେ ପ୍ରସାଦ ସେବନ କରି ରାୟଗଡ଼ରୁ ବିଦାୟ ନେଇଛନ୍ତି ନିମନ୍ତ୍ରିତ ଦଳ । ପୁରୀରୁ ଆସଥିବା ବେଳେ ତାଙ୍କ ସହିତ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପଜିଲ୍ଲାପାଳ କଲ୍ୟାଣୀ ସଙ୍ଘମିତ୍ରା ଦେବୀ, ତହସିଲଦାର ପ୍ରିୟଦର୍ଶିନୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ରାଜପୁରୋହିତ ବିରଞ୍ଚିନାରାୟଣ ଦାସଙ୍କ ସମେତ ସହରର ହଜାର ସଂଖ୍ୟାରେ ଭକ୍ତ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.