ରାୟଗଡ଼ା: ଜିଲ୍ଲାରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ଏହି ଉପଲକ୍ଷେ ରାୟଗଡ଼ା ସହରର ଗଜପତି ଛକ ଠାରୁ ମହିଳାମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା । ଶେଷରେ ଶୋବାଯାତ୍ରା ସ୍ଥାନୀୟ ଗାନ୍ଧୀ ପାର୍କରେ ପହଞ୍ଚିଥିଲା ।
ସେଠାରେ ଭାରତୀୟ ମଜଦୂର ସଙ୍ଘ ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ଶ୍ରୀ ଯୋଗେଶ୍ୱର ଦାଶ ଯୋଗ ଦେଇଥିଲେ । ରାୟଗଡା ଜିଲ୍ଲାର ୧୧ଟି ବ୍ଳକରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଛି । ତା ସହିତ ଜିଲ୍ଲା ସଦର ମହକୁମାରେ ମଧ୍ୟ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି ।
ଗାନ୍ଧୀ ପାର୍କରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବେ ରାଜ୍ୟ ଆଦିବାସୀ ମଞ୍ଚର ରାଜ୍ୟ ସଭାନେତ୍ରୀ ବିଦୁଲତା ହୁଇକା ପ୍ରମୁଖ ଯୋଗ ଦେଇ ରାଷ୍ଟ୍ର ଗଠନରେ ମହିଳାମାନଙ୍କ ଭୂମିକାକୁ ନେଇ ଆଲୋଚନା କରଥିଲେ । ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱ।ରକର୍ସ ଆସୋସିଏସନ୍, ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ , ରାୟଗଡ଼ା ଜିଲ୍ଲା ସଫେଇ ମଜଦୂର ସଂଘ, ପାଚିକା ସଂଘ, ରାୟଗଡ଼ା ଜିଲ୍ଲା ମହିଳା ଶ୍ରମଜୀବୀ ସଂଘ ପ୍ରମୁଖ ଯୋଗ ଦେଇଥିଲେ ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ