ETV Bharat / state

ରାୟଗଡ଼ାରେ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ରଖିଲେ ମୁଖ୍ୟମନ୍ତ୍ରୀ - ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ରଖିଲେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ୍‍ ପ୍ଲାଣ୍ଟ ଏବଂ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ । ଅଧିକ ପଢ଼ନ୍ତୁ...

infrastructure for liquid oxygen plant, liquid oxygen plant, liquid oxygen plant  in rayagada, ମେଡିକାଲ ଅକ୍ସିଜେନ୍‍ ପ୍ଲାଣ୍ଟ, ଚାପ ଅବଶୋଷଣ ପ୍ରଣାଳୀ, PSA, ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ରଖିଲେ ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ରାୟଗଡ଼ାରେ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ରଖିଲେ ମୁଖ୍ୟମନ୍ତ୍ରୀ
author img

By

Published : Jun 24, 2021, 10:35 PM IST

ରାୟଗଡ଼ା: ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ୍‍ ପ୍ଲାଣ୍ଟ ଏବଂ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଗୁରୁବାର ରାୟଗଡ଼ା ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ୍‍ ପ୍ଲାଣ୍ଟ ଏବଂ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ ଉତ୍ପାଦନ(PSA) ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଦ୍ବିତୀୟ ଲହର ମୁକାବିଲା ଲାଗି ଓଡି଼ଶାକୁ ଦେଶର ବିଭିନ୍ନ ସ୍ଥାନ ସମେତ ଚାଇନାରୁ ମଧ୍ୟ ଅକ୍ସିଜେନ୍‍ ସିଲିଣ୍ଡର ଅଣାଯାଇଛି । ଏହାଦ୍ବାରା ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଅଧିକ ସୁଦୃଢ ହୋଇଛି ।

ରାୟଗଡ଼ାରେ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ରଖିଲେ ମୁଖ୍ୟମନ୍ତ୍ରୀ

କୋରୋନା ଭୂତାଣୁ ସଂକ୍ରମଣର ଗତି ଅନିଶ୍ଚିତ । ଏଥିଲାଗି ଆମକୁ ପ୍ରସ୍ତୁତ ରହିବାକୁ ହେବ । ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି, ସ୍ବାସ୍ଥ୍ୟ କର୍ମଚାରୀ ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ବ ଦେଇ କାମ କରାଯାଉଛି । ପ୍ରମୁଖ ହସ୍ପିଟାଲ ଗୁଡିକରେ ତରଳ ମେଡିକାଲ ଅକ୍ସିଜେନ୍‍ ପ୍ଲାଣ୍ଟ ନିର୍ମାଣ କରାଯାଉଛି ବୋଲି ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ତେବେ ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଯୋଗ ଦେଇ ଅକ୍ସିଜେନ୍‍ କ୍ଷେତ୍ରରେ ଓଡି଼ଶା ଦେଶ ପାଇଁ ନୂଆ ଆଶା ହୋଇପାରିଛି ଏବଂ ଏହି ଭିତ୍ତିଭୂମି ବ୍ୟବସ୍ଥା ଦ୍ବାରା ରାଜ୍ୟ ତୃତୀୟ ଲହରର ସଫଳ ମୁକାବିଲା କରିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଗୁରୁବାରର ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଅନ୍ୟନ୍ୟ ଜିଲ୍ଲାସ୍ଥରୀୟ ଅଧିକାରୀ ଯୋଗଦେଇଥିଲେ l

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.