ETV Bharat / state

ସୁନା ଦୋକାନରେ ଆୟକର ଚଢାଉ, ୨ଟି ରାଇସ ମିଲ୍ ଓ ଲଜରେ ମଧ୍ୟ ଛାନଭିନ

author img

By ETV Bharat Odisha Team

Published : Dec 18, 2023, 9:42 PM IST

IT Raid in Rayagada: ଟିକସ ଫାଙ୍କିବା ଅଭିଯୋଗରେ ଚଢାଉ ଏକ ସୁନା ଗହଣା ଦୋକାନରେ ଚଢାଉ ହୋଇଛି । ଏହାସହ ଦୋକାନ ମାଲିକଙ୍କ ବାସଭବନ ସମେତ ୨ଟି ରାଇସ ମିଲ୍ ଓ ଲଜରେ ମଧ୍ୟ ଛାନଭିନ କରିଛି ବିଭାଗ । ଅଧିକ ପଢନ୍ତୁ

income tax raid
ଆୟକର ଚଢ଼ାଉ

ଆୟକର ଚଢ଼ାଉ

ରାୟଗଡ଼ା: ରାୟଗଡ଼ା ସହରର ଏକ ସୁନା ଗହଣା ସୋ'ରୁମରେ ଚଢାଉ । ଟିକସ ଫାଙ୍କିବା ଅଭିଯୋଗରେ ଚଢାଉ କରାଯାଇଥିବା କୁହାଯାଉଛି । ସୂଚନା ଅନୁସାରେ, ସାବିତ୍ରୀ ଜୁଏଲର୍ସ ନାମକ ଏକ ସୁନା ଗହଣା ଦୋକାନରେ ଆୟକର ବିଭାଗ ଚଢ଼ାଉ କରିଛି । ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଏହାକୁ ରୁଟିନ ଚେକ୍ କରାଯାଉଥିବା କହି ସଫେଇ ଦେଇଛନ୍ତି ଦୋକାନ ମାଲିକ କିନ୍ତାଲି ଅମରନାଥ । ଆଜି ଦିନ ୧୧ଟା ସମୟରୁ ଏହି ଚଢ଼ାଉ ଆରମ୍ଭ ହୋଇଛି । ରାୟଗଡ଼ା, ଭବାନୀପାଟଣା ଓ ଜୟପୁର ସ୍ଥିତ ଆୟକର ବିଭାଗର ଅଧିକାରୀ ମିଳିତ ଭାବେ ଏହି ଚଢ଼ାଉ କରିଛନ୍ତି ।

ତେବେ ଏହି ସୁନା ଓ ରୂପା ଅଳଙ୍କାର ଦୋକାନ ନାଁରେ କ'ଣ ଅଭିଯୋଗ ପାଇଥିଲେ ଆୟକର ଅଧିକାରୀ ତାହା ସ୍ପଷ୍ଟ ହୋଇନାହିଁ । ହେଲେ ବ୍ୟାପକ ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । କେବଳ ସୁନା ଦୋକାନ ନୁହେଁ, ତାଙ୍କ ମାଲିକାନାରେ ଥିବା ଦୁଇଟି ରାଇସ ମିଲ, ଲଜ୍ ସାଙ୍ଗକୁ ବାସଭବନରେ ମଧ୍ୟ ଚଢାଉ ଜାରି ରହିଛି । ତେବେ ସନ୍ଧ୍ୟା 7ଟା ସୁଦ୍ଧା ଚଢାଉ ଜାରି ରହିଥିବାବେଳେ ଏଯାଏଁ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ । ତେବେ ସମ୍ପୃକ୍ତ ଜୁଏଲର୍ସ ଦୋକାନର ମାଲିକ କିନ୍ତାଲି ଅମରନାଥ ବିଭିନ୍ନ ସମୟରେ ଆୟକର ଠକୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା ।

ଏହା ମଧ୍ୟ ପଢନ୍ତୁ...ଟିକସ ଫାଙ୍କିବା ଅଭିଯୋଗରେ ମଦ ଫ୍ୟାକ୍ଟ୍ରି ଉପରେ ଚଢାଉ

ଏହା ମଧ୍ୟ ପଢନ୍ତୁ...ବେଆଇନ୍ ମାଂସ କଟା ଦୋକାନ ଉପରେ CMC ଏନଫୋର୍ସମେଣ୍ଟ ଟିମ୍‌ର ଚଢ଼ାଉ

ଏହା ମଧ୍ୟ ପଢନ୍ତୁ...ଭିଜିଲାନ୍ସ ଜାଲରେ ସବ ରେଜିଷ୍ଟ୍ରାର, ପୈତୃକ ଘର ସମେତ ଏକାଧିକ ସ୍ଥାନରେ ରେଡ୍

ଖାଲି ସେତିକି ନୁହେଁ, ସୁନା କିଣୁଥିବା ଗ୍ରାହକଙ୍କୁ ବିଲ ନଦେବା ନେଇ ଅନେକ ସମୟରେ ଅଭିଯୋଗ ରହିଥିଲା । ତେବେ ଏହାକୁ ଦୋକାନ ମାଲିକ ଅମରନାଥ ଆୟକର ବିଭାଗର ରୁଟିନ ଚେକ୍ ବୋଲି କହି ସଫେଇ ଦେଇଛନ୍ତି । ଦୋକାନ ମାଲିକ କିନ୍ତାଲି ଅମରନାଥ କହିଛନ୍ତି, "ପୂର୍ବରୁ କେବେ ମଧ୍ୟ ଆୟକର ବିଭାଗ ତରଫରୁ ମୋ ଦୋକାନ କିମ୍ବା ବ୍ଯବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ ହୋଇନାହିଁ । ମଝି ମଝିରେ ସରକାର ଏପରି ଆୟ ବାବଦରେ ଚେକ୍ କରିଥାନ୍ତି ।"ଏଭଳି କିଛି କହି ଦୋକାନି ମାଲିକ ଜଣକ ସଫେଇ ଦେଇଥିବାବେଳେ ଏନେଇ ଆୟକର ବିଭାଗ ପକ୍ଷରୁ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.