ETV Bharat / state

ରୁଦ୍ଧଦ୍ବାର ବୈଠକରେ ଦୁଇ BJD ଗୋଷ୍ଠୀଙ୍କ ଜରୁରୀକାଳିନ ବୈଠକ - ରାୟଗଡା ଜିଲ୍ଲା ଗସ୍ତ କରିବେ ଭିକେ ପାଣ୍ଡିୟାନ

ଗତକାଲି ଜିଲ୍ଲା ଯୋଜନା ବୈଠକରେ ଯୋଗ ଦେଲେ ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ । ଅଧିକ ପଢନ୍ତୁ

ରୁଦ୍ଧଦ୍ବାର ବୈଠକ
ରୁଦ୍ଧଦ୍ବାର ବୈଠକ
author img

By

Published : Jun 4, 2023, 10:42 AM IST

ରାୟଗଡା: ଆସନ୍ତା ୭ତାରିଖରେ ରାୟଗଡ଼ା ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିୟାନ । ଏନେଇ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ବିଜେଡି ନେତୃବୃନ୍ଦଙ୍କ ମଧ୍ୟରେ ତତ୍ପରତା ଦେଖା ଦେଇଛି । ସେପଟେ ଗତକାଲି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଜିଲ୍ଲା ଯୋଜନା ବୈଠକରେ ଯୋଗ ଦେବାକୁ ଆସିଥିବା ବେଳେ ଅଚାନକ ବବି ଦାସ ଆସି ପହଞ୍ଚିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ, ଜିଲ୍ଲା ସଭାପତି ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧିର ଦାସ ଏବଂ ପୂର୍ବତନ ରାଜ୍ୟ ସଭା ସାଂସଦ ଏନ ଭାସ୍କର ରାଓଙ୍କ ମଧ୍ୟରେ ମନମାଳିନ୍ୟ ଲାଗି ରହିଥିବା ବେଳେ ଏହାର ପ୍ରଭାବ ବିଜେଡି ସଂଗଠନରେ ଦେଖିବାକୁ ମିଳିଛି । ଆଗକୁ ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହା ପୂର୍ବରୁ ସଂଗଠନକୁ ସଜାଡିବା ପାଇଁ ମନ୍ତ୍ରୀ ଅତୁନୁ ସବ୍ୟସାୟୀ ଓ ବବି ଦାସଙ୍କ ବୈଠକକୁ ନେଇ ଚର୍ଚ୍ଚା ଲାଗି ରହିଛି । ଗତକାଲି ବବି ଦାସ ଅଚାନକ ରାୟଗଡା ଗସ୍ତ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ, ମନ୍ତ୍ରୀ ଅତନୁ ସବ୍ୟସାଚୀ ଓ ମନ୍ତ୍ରୀ ଜଗନ୍ନାଥ ସାରକା,ବିଧାୟକ ରଘୁନାଥ ଗମାଙ୍ଗ,ଏନ.ଭାସ୍କର ରାଓ, ସୁଧିର ଦାସଙ୍କୁ ନେଇ ଏକ ଜୁରୁରୀ ଆଲୋଚନା କରିଥିଲେ । ତାପରେ ସେଠାରୁ ଜେକେପୁର ଗେଷ୍ଟ୍‌ ହାଉସରେ ବିଜେଡି ନେତାଙ୍କୁ ନେଇ ରୁଦ୍ଧଦ୍ବାର ବୈଠକ କରିଥିଲେ।

ଉଭୟ ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ଓ ରାଜ୍ୟ ସାଂଗଠାନିକ ସଂପାଦକ ବବି ଦାସ ଜିଲ୍ଲାରେ ଚାଲିଥିବା ବିଜେଡିର ଗୋଷ୍ଠୀ ବିବାଦକୁ ପୂର୍ଣ୍ଣଛେଦ ପକାଇବା ପାଇଁ ଉଭୟ ଗୋଷ୍ଠୀର ନେତାଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଆଗକୁ ୨୦୨୪ ନିର୍ବାଚନକୁ ଦୃଷ୍ଟି ରଖି ବିଶୃଙ୍ଖଳିତ ଆଚରଣ ବନ୍ଦ କରିବା ପାଇଁ ରାଜ୍ୟ ସାଂଗଠାନିକ ସଂପାଦକ ଜିଲ୍ଲା ବିଜେଡି ନେତାମାନଙ୍କୁ ତାଗିଦ କରିଥିଲେ। ବିଶେଷକରି ବିଜେଡିର ଅନୁଶାସନ,ଶୃଙ୍ଖଳା ଓ ସର୍ବପରି ନବୀନ ପଟ୍ଟନାୟକଙ୍କ ଭାବମୁର୍ତ୍ତି ତଥା ଶଂଙ୍ଖ ଚିହ୍ନକୁ ଆଧାର କରି ଆଗକୁ ସଂଗଠନକୁ ମଜବୁତ କରିବା ସହ କୌଣସି ପ୍ରକାର ବିଶୃଙ୍ଖଳା କିମ୍ବା ଗୋଷ୍ଠୀ କନ୍ଦଳକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିବା ଜଣାପଡିଛି।

ତେବେଏହି ବୈଠକରେ ବରିଷ୍ଠ ନେତାଙ୍କୁ ପରାମର୍ଶ ଦେବାକୁ ଏବଂ କର୍ମକର୍ତ୍ତାଙ୍କୁ ସଂଗଠନକୁ ଆଗକୁ ବଢାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣା ପଡିଛି । ଜିଲ୍ଲାର ଆଗାମୀ ନିର୍ବାଚନରେ କାହାକୁ ପ୍ରାର୍ଥୀ କରାଯିବ ତାହା ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ଚୟନ କରିବେ । ସେନେଇ କୌଣସି ଆଲୋଚନା ନକରି ସଂଗଠନକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ । ପୁଣି ରାୟଗଡା ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀରେ ବିଜେଡି ଯେପରି ବିପୁଳ ସଂଖ୍ୟାରେ ବିଜୟୀ ହେବ ସେଥି ପ୍ରତି ଦୃଷ୍ଟି ଦେବାକୁ ସମସ୍ତଙ୍କୁ ତାଗିଦ କରିଥିଲେ । ଏହି ରୁଦ୍ଧଦ୍ବାର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ସୁଧିର ଦାସ, ପୂର୍ବତନ ରାଜ୍ୟ ସଭା ସାଂସଦ ଏନ ଭାସ୍କର ରାଓ, ବିଧାୟକ ରଘୁନାଥ ଗମାଙ୍ଗ, ଏସଡିସି ଅଧ୍ୟକ୍ଷା ଅନୁସୟା ମାଝି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି, ପୌରାଧ୍ୟକ୍ଷ ପି.ମହେଶ ପଟନାୟକ, ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ଯୋଗ ଦେଇଥିଲେ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.