ରାୟଗଡା: ସହରରେ ଥିବା ରୋହିତ କଲୋନୀର 150 ରୁ ଊର୍ଦ୍ଧ୍ବ ମହିଳା ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ମହିଳା ମାନେ ଦଳରେ ସାମିଲ ହୋଇଥିବା କହିଛନ୍ତି । ଆଜି ରାଜ୍ୟସଭା ସାଂସଦ ଏନ୍.ଭାସ୍କର ରାଓ ଏହି ମହିଳା ମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଛନ୍ତି ।
ଏହି ମହିଳା ମାନେ ପୂର୍ବରୁ କଂଗ୍ରେସ ଦଳର ଦୃଢ ସମର୍ଥକ ଥିଲେ । କିନ୍ତୁ ବର୍ତ୍ତମାନ ଦଳର ସଂଗଠନିକ ସ୍ଥିତି ଓ କୌଣସି ସମର୍ଥନ ନମିଳିବାରୁ ବିଜେଡିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ରୋହିତ କଲୋନୀର ବିଜେଡି କର୍ମୀ ଜି.ସତ୍ୟବତୀ,ଟି.ରମାଦେବୀ,ଟି.ପଦ୍ମା ଓ ଏନ୍.ଶ୍ରୀଦେବୀଙ୍କ ଜରିଆରେ ଆଜି ମହିଳା ମାନେ ଦଳରେ ସାମିଲ ହୋଇଛନ୍ତି ।
ତେବେ ଆଗାମୀ ଦିନ ପୌର ନିର୍ବାଚନ ରହିଥିବା ବେଳେ ମହିଳା ମାନଙ୍କ ଦଳରେ ଯୋଗଦାନ ଦେବା ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି ରାଜ୍ୟସଭା ସାଂସଦ ଏନ୍.ଭାସ୍କର ରାଓ କହିଛନ୍ତି । ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ଅନୁସୟା ମାଝୀ,ସୁଜାତା ପାଳ ପ୍ରମୁଖ ଉପସ୍ଥିତ ଥିଲେ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ