ETV Bharat / state

ରାସ୍ତାରୁ ହଟିଲା ବିଶାଳକାୟ ପଥର, ଯାତାୟାତ ସ୍ବାଭାବିକ - ପୂର୍ତ୍ତବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲାର ପୁଟାସିଂ ଗ୍ରାମପଞ୍ଚାୟତରେ ପାହାଡରୁ ବିଶାଳକାୟ ପଥର ଧସି ରାସ୍ତା ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ଏହି ପଥରକୁ ଅତ୍ୟାଧୁନିକ ଯନ୍ତ୍ର ମାଧ୍ୟମରେ କାଟି ସଫା କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଇଟିଭି ଭାରତ
author img

By

Published : Oct 26, 2019, 10:02 AM IST

ରାୟଗଡ଼ା: ଜିଲ୍ଲାରେ ଲଗାଣ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅତ୍ୟଧିକ ବର୍ଷା କାରଣରୁ ଗୁଣପୁର ଅଞ୍ଚଳରେ ପାହାଡରୁ ବିଶାଳ ପଥର ଖଣ୍ଡ ଧସି ରାସ୍ତା ଅବରୋଧ କରିଥିଲା । ଏହାକୁ ପୂର୍ତ୍ତବିଭାଗ ରାସ୍ତାରୁ ହଟାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଇଟିଭି ଭାରତ

ପୂର୍ତ୍ତବିଭାଗର ଅଧିକାରୀମାନେ ପହଞ୍ଚି ଅତ୍ୟାଧୁନିକ ମେସିନ ସାହାଯ୍ୟରେ ପଥର ଭାଙ୍ଗି ରାସ୍ତା ସଫା କରିଛନ୍ତି । ବିଗତ ତିନିଦିନ ଧରି ଗୁଣପୁର ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ପାହାଡରୁ ମାଟି ଖସିବା ସହ ବଡ଼ ବଡ଼ ପଥର ଖଣ୍ଡ ଧସି ରାସ୍ତା ଅବରୋଧ ହୋଇଥିଲା । ତେବେ ପୂର୍ତ୍ତବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୀମାଦ୍ରି ନାୟକଙ୍କ ନେତୃତ୍ଵରେ ଏକ ଇଂଜିନିୟର ଟିମ ଗୁଣପୁର ବ୍ଲକ୍ ଅନ୍ତର୍ଗତ ପୁଟାସିଂ ପଞ୍ଚାୟତର ରେଞ୍ଜିତାଲ ଘାଟିରେ ପହଞ୍ଚି ପାହାଡରୁ ଖସିଥିବା ପଥରକୁ ସଫା କରିଛନ୍ତି । ବର୍ତ୍ତମାନ ରାସ୍ତାରେ ଯାତାୟାତକୁ ସ୍ଵାଭାବିକ କରାଯାଇଛି । ଗତ ଦୁଇ ଦିନ ଧରି ରାସ୍ତା ଉପରେ ପଥର ପଡିଯିବାରୁ ଗାଁ ଲୋକେ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଥିଲା ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Intro:ପଥର ତାଡି ରାସ୍ତା ସଫା ।Body:ରାୟଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅତ୍ୟଧିକ ବର୍ଷା କାରଣରୁ ଗୁଣପୁର ଅଞ୍ଚଳରେ ପାହାଡରୁ ବିଶାଳ ପଥର ଖଣ୍ଡ ଧସି ରାସ୍ତା ଅବରୋଧ ହୋଇଥିବା ବେଳେ ଆଜି ପୁର୍ତବିଭାଗର ଅଧିକାରୀ ମାନେ ପହଞ୍ଚି ଅତ୍ୟାଧୁନିକ ମେସିନ ସାହାଯ୍ୟରେ ପଥର ଭାଙ୍ଗି ରାସ୍ତା ସାଫା କରିଛନ୍ତି । ବିଗତ ତିନିଦିନ ଧରି ଗୁଣୁପୁର ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ପାହାଡରୁ ମାଟି ଖସିବା ସହ ବଡ଼ ବଡ଼ ପଥର ଖଣ୍ଡ ଧସି ରାସ୍ତା ହୋଇଥିଲା । ତେବେ ଆଜି ପୁର୍ତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୀମାଦ୍ରି ନାୟକଙ୍କ ନେତୃତ୍ଵରେ ଏକ ଇଂଜିନିୟର ଟିମ ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ପୁଟାସିଂ ପଞ୍ଚାୟତର ରେଜିଂତାଲ୍ ଘାଟିରେ ପହଞ୍ଚି ପାହାଡରୁ ଖିସିଥିବା ପଥରକୁ ସଫା କରି ରାସ୍ତାରେ ଯାତାୟାତକୁ ସ୍ଵାଭାବିକ କରିଛିନ୍ତି । ଗତ ଦୁଇ ଦିନ ଧରି ରାସ୍ତା ଉପରେ ପଥର ପଡିଯିବାରୁ ଗାଁ ଲୋକେ ବାହ୍ୟ ଜଗତରୁ ବିଛିନ୍ନ ଥିଲେ । Conclusion:ପଥର ତାଡି ରାସ୍ତା ସଫା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.