ETV Bharat / state

କାଳ ବୈଶାଖୀର ତାଣ୍ଡବ ଲୀଳା: ଭାଙ୍ଗିଲା ଘର, ଛିଣ୍ଡିଲା ତାର

author img

By

Published : May 26, 2019, 6:15 PM IST

ରବିବାର ରାୟଗଡାରେ ଅପରାହ୍ନ ସମୟରେ କାଳବୈଶାଖୀ ହୋଇଥିଲା । ଯାହାଫଳରେ ରାୟଗଡାର ବ୍ରାହ୍ମଣ ସାହି, ଇତକଲୋନୀ, ବାରିଝୋଲା ଭଳି ଅନେକ ସ୍ଥାନରେ ବିରାଟ ଗଛ ପଡି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି । ଏଥିସହ ରାୟିତ କଲୋନୀ ଠାରେ ଦୁଇଟି ଘରର ଟିଣ ଉଡିଯାଇଥିବା ସହ ଗୋଟିଏ କାର ଏବଂ ଗୋଶାଳା ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ରାୟଗଡା

ରାୟଗଡା: କାଳବୈଶାଖୀର ପ୍ରଭାବରେ ରାୟଗଡାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଯାହାଫଳରେ ସହରର ବିଭିନ୍ନ ସ୍ଥାନରେ ଘରର ଟିଣ ଉଡିଯିବା ସହ ସାହି ଗଳିକନ୍ଦିରେ ଗଛ ଗୁଡିକ ଭାଙ୍ଗି ରାସ୍ତା ଅଵରୋଧ ହୋଇଛି।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ରାୟଗଡା

ସୂଚନା ଅନୁଯାୟୀ, ରବିବାର ରାୟଗଡାରେ ଅପରାହ୍ନ ସମୟରେ କୁଆପଥର ବର୍ଷା ସହ କାଳବୈଶାଖୀ ହୋଇଥିଲା । ଯାହାଫଳରେ ରାୟଗଡାର ବ୍ରାହ୍ମଣ ସାହି, ଇତକଲୋନୀ, ବାରିଝୋଲା ଭଳି ଅନେକ ସ୍ଥାନରେ ବିରାଟ ଗଛ ପଡି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି । ଏଥିସହ ସହରର ରାୟିତ କଲୋନୀ ଠାରେ ଦୁଇଟି ଘରର ଟିଣ ଉଡିଯାଇଥିବା ସହ ଗୋଟିଏ କାର ଏବଂ ଗୋଶାଳା ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାର ସୂଚନା ମିଳିଛି ।

ତେବେ ଏହାପରେ ଘଟଣା ସ୍ଥଳରେ ବିଦ୍ୟୁତ ବିଭାଗ ଅଧିକାରୀ, ରାଜସ୍ବ ଅଧିକାରୀଙ୍କ ସମେତ ଅଗ୍ନିଶମ ବିଭାଗ ପହଞ୍ଚି ରାସ୍ତା ଉପରେ ପଡିଥିବା ଗଛ କାଟି ରାସ୍ତା ଅବରୋଧ ହଟାଇବା ଆରମ୍ଭ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.