ETV Bharat / state

ହସ୍ପିଟାଲ ପରିସରରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ - crime news

Half burnt body found In Hospital: ଚନ୍ଦ୍ରପୁର ଡାକ୍ତରଖାନା ପରିସରରେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ମୃତକ ଜଣଙ୍କର ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳର ଲକ୍ଷ୍ମୀ ମାଝୀ ବୋଲି ଜଣାପଡ଼ିଛି । ମୃତ୍ୟୁର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ଡାକ୍ତରଖାନାରେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

author img

By ETV Bharat Odisha Team

Published : Dec 24, 2023, 7:04 AM IST

Updated : Dec 24, 2023, 2:34 PM IST

ହସ୍ପିଟାଲ ପରିସରରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ରାୟଗଡା: ହସ୍ପିଟାଲ ପରିସରରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ରାୟଗଡା ଜିଲ୍ଲାରେ । ଚନ୍ଦ୍ରପୁର ଡ଼ାକ୍ତରଖାନା ପରିସରରେ ଥିବା ମାଆ ଘର ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଲକ୍ଷ୍ମୀ ମାଝୀ ଏବଂ ସେ ଚନ୍ଦ୍ରପୁରଠାରେ ଥିବା ମାଆ ଗୃହର ପରିଚାଳିକା ଥିଲେ । ଲକ୍ଷ୍ମୀଙ୍କ ସମ୍ପୂର୍ଣ୍ଣ ଶରୀର ପୋଡି ଯାଇଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକଙ୍କ ଘର କାଶୀପୁର ବ୍ଲକରେ । କେମିତି ସେ ପୋଡି ହୋଇ ପ୍ରାଣ ହରାଇଲେ ତାହାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାରେ ଛାନଭିନ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଲକ୍ଷ୍ମୀ ମାଝୀଙ୍କ ଘର କାଶୀପୁର ଅଞ୍ଚଳର ହୋଇଥିବା ବେଳେ ସେ ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ମାଆ ଗୃହର ପରିଚାଳିକା ଭାବେ କାମ କରୁଥିଲେ । ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ପରିତ୍ୟକ୍ତ କୋଠରୀରୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଏନେଇ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ଓ ଚନ୍ଦ୍ରପୁର ପୋଲିସକୁ ସୂଚନା ଦିଆଯାଇଥିଲା । ଲକ୍ଷ୍ମୀଙ୍କ ପୁରା ଶରୀର ପୋଡ଼ି ଯାଇଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନି । ଲକ୍ଷ୍ମୀଙ୍କ ଶରୀରରେ କିଭଳି ନିଆଁ ଲାଗିଲା ତାହାକୁ ନେଇ ପ୍ରଶ୍ନ ଉଠିଛି ।

ତେବେ ତାଙ୍କୁ କେହି ହତ୍ୟା କରିଛନ୍ତି ନା ସେ ଆତ୍ମହତ୍ୟା କରିଛନ୍ତି ସେନେଇ ପୋଲିସ ଅଧିକ ତଦନ୍ତ କରୁଛି । ମୃତ ଲକ୍ଷ୍ମୀ ମିଷ୍ଟଭାଷୀ ଓ ମେଳାପୀ ଯୁବତୀ ଥିଲେ । ସେ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ମାଆ ଘରର ପରିଚାଳିକା ଭାବେ ଅନେକ ଦିନ ଧରି କାମ କରୁଥିଲେ । ମୃତ ଲକ୍ଷ୍ମୀ ଆଲିସା ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ପରିଚାଳିତ ମାଆ ଗୃହରେ ପରିଚାଲିକା ଭାବେ କାମ କରୁଥିଲେ ।

ଅଧିକ ପଢନ୍ତୁ......ସମ୍ପର୍କରେ କଳଙ୍କ ଲଗାଇଲା ସଇତାନ ମାମୁଁ, 10 ବର୍ଷୀୟ ଭାଣେଜୀକୁ କଲା ଦୁଷ୍କର୍ମ

ଅନ୍ୟପଟେ ପୂର୍ବରୁ ଏହି ସଂସ୍ଥାର ନିର୍ଦ୍ଦେଶକ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ତାଙ୍କ ପିତା ବେଲଧର ମାଝୀ ଅଭିଯୋଗ କରିଛନ୍ତି । ତାଙ୍କ ଝିଅ ଆତ୍ମହତ୍ୟା କରିନି ବରଂ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ବାପା କରିଛନ୍ତି । ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ନା ଏହା କୌଣସି ଦୁର୍ଘଟଣା ନା ଆତ୍ମହତ୍ୟା ଜନିତ ମୃତ୍ୟୁ,ପୋଲିସର ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇପାରିବ ।

ଇଟିଭି ଭାରତ, ରାୟଗଡ଼ା

Last Updated : Dec 24, 2023, 2:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.