ETV Bharat / state

ଶୋଇଛି ପ୍ରଶାସନ, କ୍ଷତିଗ୍ରସ୍ତଙ୍କୁ ମିଳୁନି ସହାୟତା

ଭାଙ୍ଗିଯାଇଛି ଘରଦ୍ବାର। ରାତି ବିତିଛି କିଟ କିଟ ଅନ୍ଧାରରେ । ପେଟ ମୁଠାଏ ଖାଇବା ଯାଇନି। ପିଲା ଠାରୁ ବୁଢା ସେମିତି ରହିଛନ୍ତି ଉପବାସ। ରାୟଗଡା କାଶିପୁରରେ କାଳବୈଶାଖୀର ତାଣ୍ଡବ ପରେ।

author img

By

Published : Mar 22, 2019, 3:20 PM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, ରାୟଗଡା

ରାୟଗଡା: କାଶିପୁରରେ କାଳବୈଶାଖି ରଚିଛି ତାଣ୍ଡବ। ରାୟଗଡ଼ା ସଦର ମହକୁମା ସହିତ ଦୁର୍ଗମ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କିନ୍ତୁ ମିଳିନି କିଛି ସରକାରୀ ସହାୟତା। ଇତିମଧ୍ୟରେ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିଥିଲେ ସୁଧା ଏଯାଏଁ ପ୍ରଭାବିତ ପରିବାରଙ୍କୁ ପଲିଥିନ ଖଣ୍ଡିଏ କିମ୍ବା ରାନ୍ଧିବା ପାଇଁ ଚାଉଳ ମୁଠାଏ ଯୋଗାଇ ଦିଆ ଯାଇନାହିଁ ।

ଏପରିକି ଗାଁରେ ଲୋକେ ଭୋକ ଉପାସରେ ଗତ କାଲି ଠାରୁ ରହିଥିବା ବେଳେ ପ୍ରଶାସନିକ ଅଧିକାରିଙ୍କ ଦେଖା ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । କାଳବୈଶାଖିରେ କାଶିପୁର ନୁଆ ସାହିରେ ୧୦ଟି ଘର ଭାଙ୍ଗିବା ସହ ୫ଟି ଦୋକାନ ଘର , ଗୋଟିଏ ବୋଲେରୋ ଗାଡ଼ି ସମେତ ଅନେକ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହିତ ୭ଟି ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ରାୟଗଡା

ସେହିଭଳି ଦୁର୍ଗମ ପିପଲପଦର ଗ୍ରାମରେ ୧୧ଟି ଘର, କେନ୍ଦୁଗୁଡ଼ାରେ ୫ଟି ଘର ଏବଂ ଚିଲିଗୁଡ଼ାରେ ୨ ଟି ଘର ଭାଙ୍ଗିଯାଇଥିବା ବେଳେ ଘରେ ସାଇତି ରଖିଥିବା ଧାନ, ମାଣ୍ଡିଆ ଏବଂ ଚାଉଳ ଭିଜି ନଷ୍ଟ ହୋଇଯାଇଛି। ବିଦ୍ୟୁତ ଖୁଣ୍ଟ ଭାଙ୍ଗିପଡ଼ିଥିବା ବେଳେ ଗତ ସନ୍ଧ୍ୟାରୁ ସମଗ୍ର ବ୍ଲକରେ ବିଦ୍ୟୁତ ସରବରାହ ବନ୍ଧ ରହିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେବେ ଏନେଇ ଆମେ ସ୍ଥାନୀୟ ତହସିଲଦାରଙ୍କ ମତାମତ ଲୋଡ଼ିଥିବା ବେଳେ ତାହା ସମ୍ଭବପର ହୋଇନଥିଲା । କେବେ ପ୍ରଶାସନର ଆଖି ଖୋଲୁଛି, କେବେ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳୁଛି ତାହା ଦେଖିବା ବାକି ରହିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

କଟକ: ରାତି ପାହିଲେ ରଙ୍ଗ ର ପର୍ବ ହୋଲି । ଏନେଇ ଆଜି ଠୁ ବାସିଲାଣି ଫଗୁ ର ବାସ୍ନା । ଉତ୍ସବମୁଖର ସିଲଭରସିଟି ।ରଙ୍ଗ ଖେଳିବା ପାଇଁ ଚାହିଁ ରହିଛନ୍ତି ଆବାଳବୃଢ଼ବନିତା । ସକାଳ ହେବାକ୍ଷଣି ବନ୍ଧୁ ପରିଜନ ଙ୍କ ଦେହ ରେ ରଙ୍ଗ ବୋଳି ବେଶ ଆଂନନ୍ଦ ଉଠାଇବା ଲକ୍ଷ୍ୟରେ ସମସ୍ତେ । ସେଠୀ ପାଇଁ ବଜାର ରେ ମୁଳୁଥିବା ରଙ୍ଗ ଦୋକାନ ରେ ବେଶ ଭିଡ଼ ମଧ୍ୟ ପରିଲକ୍ଷିତ ହେଉଛି । କେବଳ ରଙ୍ଗ ନୁହେଁ ବିଭିନ୍ନ ପ୍ରକାର ମାସ୍କ , ବନ୍ଧୁକ , ମଧ୍ୟ ବିକ୍ରି ହେଉଛି । ଯାହାକୁ କିଣିବା ପାଇଁ ବେଶ ଉତ୍ସାହିତ ଛୋଟଛୋଟ ପିଲା । 

ଭିଓ୧: ଆସନ୍ତା କାଲି ରଙ୍ଗ ପର୍ବ ର  ହୋଲି । ଏନେଇ ଆଜିଠୁ ଅଣ୍ଟା ଭିଡ଼ିଲେଣି କଟକିଆ । ବିଭନ୍ନ ପ୍ରକାର ର ରଙ୍ଗ କିଣି କାଲି ସକାଳ କୁ ଅପେକ୍ଷା କରିଛନ୍ତି ସମସ୍ତେ । ପରସ୍ପର ସହ ରଙ୍ଗ ଖେଳି ଖୁସି ସାଉଁଟିବା ଲକ୍ଷ ରେ ରହିଛନ୍ତି କଟକିଆ । କିନ୍ତୁ ଚଳିତ ବର୍ଷ ବିଭିନ ରାସାୟନିକ ରଙ୍ଗ ଅପେକ୍ଷା କେବଳ ଅବିର ରେ ରଙ୍ଗ ଖେଳିବୁ ବୋଲି ଧାର୍ଯ୍ୟ କରିଛନ୍ତି ଆବଳବୃଦ୍ଧବନିତା ।

ବାଇଟ: ଗ୍ରାହକ 
ବାଇଟ: ଗ୍ରାହକ 

ଭିଓ୨: ଅନ୍ୟପଟେ ହୋଲି ର  ଦୁଇ ଦିନ ପୂର୍ବରୁ ଦୋକାନ ଆରମ୍ଭ କରିଥିବାରୁ ଟିକେ ମାନ୍ଦା ଚାଲିଛି ବ୍ୟବସାୟ । କିନ୍ତୁ ଆଜିଠୁ ଭଲ ବ୍ୟବସାୟ ହେବ ବୋଲି କହିଛନ୍ତି ବ୍ୟବସାୟୀ । ସବୁଠୁ ଗୁରୁତ୍ୱପୂର୍ଣ କଥା ହେଲା ଗ୍ରାହକ ଚାହିଦା ଅନୁଯାୟୀ ରଙ୍ଗ ବଜାର ରେ କେବଳ ଅବିର ହିଁ ବିକ୍ରି ହେଉଛି । ଏହାସହିତ ବିଭିନ୍ନ ପ୍ରକାର ମାସ୍କ , ବନ୍ଧୁକ , କାର୍ଟୁନ ପିଚିକାରୀ ମଧ୍ୟ ବେଶ ଚାହିଦା ରହିଛି । 

ବାଇଟ: ବ୍ୟବସାୟୀ 

ଫାଭିଓ: ତେବେ  ଅପେକ୍ଷା କେବଳ ଆସନ୍ତାକାଲି କୁ ।  ।ସକାଳ ହେବା କ୍ଷଣି  ଦେହ ରେ ବାଜିବ ଫଗୁ ର ଛିଟା । ଆଉ ଆନନ୍ଦ ଉଲ୍ଲାସ ରେ ନାଚିବେ ସହର ବାସୀ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ନ୍ୟୁଜ 

Visual and byte on mojo plz check 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.