ETV Bharat / state

ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ, ଋଣକ୍ଷେତ୍ର ପାଲଟିଲା ଜେକେପୁର

author img

By

Published : Dec 12, 2022, 2:18 PM IST

Updated : Dec 12, 2022, 6:20 PM IST

ସାମାନ୍ୟ ବଚସାକୁ ନେଇ ରାୟଗଡା ଜେକେପୁରରେ ଗୋଷ୍ଠୀ ସଂଘର୍ଷ । ଏଥିରେ ୬ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନ୍ୟାୟ ଦାବିରେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ, ଋଣକ୍ଷେତ୍ର ପାଲଟିଲା ଜେକେପୁର
ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ, ଋଣକ୍ଷେତ୍ର ପାଲଟିଲା ଜେକେପୁର
ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ, ଋଣକ୍ଷେତ୍ର ପାଲଟିଲା ଜେକେପୁର

ରାୟଗଡା: ସାମାନ୍ୟ ବଚସାକୁ ନେଇ ଗୋଷ୍ଠୀ ସଂଘର୍ଷ । ଋଣକ୍ଷେତ୍ର ପାଲଟିଲା ରାୟଗଡା ଜେକେପୁର ରୋଡ । ସାମାନ୍ୟ ବଚସାକୁ ନେଇ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ଏଥିରେ ୬ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅଭିଯୋଗକାରୀଙ୍କ ଉପରେ ପୋଲିସର ଲାଠିଚାର୍ଜ !

ଗତକାଲି(ରବିବାର) ପିଲାଙ୍କ କଳିକୁ ନେଇ ଦେବଦଳା ଓ ନୂଆପଡ଼ା ଗାଁ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ସଂଘର୍ଷର ରୂପ ନେଇଥିଲା । ଗୋଷ୍ଠୀ ସଂଘର୍ଷରେ ଦେବଦଳା ଗ୍ରାମର ୬ ଜଣ ଆହତ ହୋଇଥିବା ସୂଚନା ରହିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ତେବେ ଏହି ଘଟଣା ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଚାନ୍ଦିଲି ଥାନା ଯାଇଥିଲେ ଲୋକେ । ସେଠାରେ ପୋଲିସ ଗାଳିଗୁଲଜ କରିବା ସହିତ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଛି । ନ୍ୟାୟ ଦାବିରେ ଦେବଦଳା ସମେତ ନିକଟସ୍ଥ ଅନ୍ୟ ଗାଁ ଲୋକମାନେ ମିଳିତ ଭାବେ ଜେକେପୁରରେ ରାସ୍ତାରୋକ କରିଛନ୍ତି । ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି । ଫଳରେ ଯାନବାହାନ ଚଳାଚଳ ବନ୍ଦ ରହିଛି ।

ଏହା ମଧ୍ୟ ପଢନ୍ତୁ: ଅପହରଣ ନୁହେଁ ଦୁର୍ଘଟଣା: ପରିତ୍ୟକ୍ତ କୂଅରେ ପଡିଥିଲା କାର, ମିଳିଲା 4 ମୃତଦେହ

ଲାଠିଚାର୍ଜ ଅଭିଯୋଗକୁ ଖଣ୍ଡନ କଲେ ଅତିରିକ୍ତ ଏସପି

ତେବେ ସ୍ଥିତିରେ ସୁଦ୍ଧାର ଆଣିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଦେବଦଳା, ନୂଆପଡ଼ା ଓ ଜେକେପୁରରେ ପୋଲିସ ଯବାନ ମୂତୟନ ହୋଇଛନ୍ତି । ତେବେ ଏହି ଘଟଣାକୁ ନେଇ ଅତିରିକ୍ତ ଏସିପି କହିଛନ୍ତି,"ଏକ ଶାନ୍ତି କମିଟି ଗଠନ କରି ଘଟଣାର ସମାଧାନ କରାଯିବ । ଏହି ସଂଘର୍ଷରେ ୩ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । କିନ୍ତୁ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇ ନାହିଁ । ଏହା ମିଥ୍ୟା ଅଟେ ।"

ଇଟିଭି ଭାରତ, ରାୟଗଡା

Last Updated : Dec 12, 2022, 6:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.