ରାୟଗଡା: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି 'ଘରେ ଘରେ ହାତ' ଅଭିଯାନ । ଆଜି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ୍ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । AICC ଓ PCC ସଭାପତିଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ଏହି କାର୍ଯ୍ୟକ୍ରମ ହାତକୁ ନେଇ ଲୋକଙ୍କ ପାଖରେ ପହଞ୍ଚିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରାକାରଙ୍କ ଅପାରଗତାକୁ ପ୍ରସଙ୍ଗ କରିଛି ଦଳ । ଏହାକୁ ନେଇ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ଏହାର ମୂଳ ଲକ୍ଷ୍ଯ ବୋଲି ଦଳ କହିଛି ।
ବିଜେଡି ପରେ ଏବେ କଂଗ୍ରେସ ଦଳ ପକ୍ଷରୁ ବିଷମକଟକ ଠାରେ ଜନଜାଗରଣ ପଦଯାତ୍ରା ହୋଇଯାଇଛି । ଏହି ଜନଜାଗରଣ ପଦଯାତ୍ରାରେ ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ୨୨ ବର୍ଷରେ ଚାଲିଥିବା ମହାଦୁର୍ନୀତି ସମ୍ବନ୍ଧରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କଂଗ୍ରେସର ଅତୀତର ସୁଶାସନକୁ ଲୋକଙ୍କ ନିକଟରେ ଉପସ୍ଥାପନ କରିଥିଲେ । ବିଷମକଟକରେ କଂଗ୍ରେସର ପଦଯାତ୍ରା କାର୍ଯ୍ୟକ୍ରମରେ ୩ ହଜାରରୁ ଅଧିକ କର୍ମୀଙ୍କ ଉପସ୍ଥିତିରେ ବିଷମକଟକ ନିର୍ବାଚନ ମଣ୍ଡଳୀ ସଦର ମହକୁମାଠାରେ କଂଗ୍ରେସର ପଦଯାତ୍ରା କାର୍ଯ୍ୟକ୍ରମ ହୋଇଥିଲା । ପଦଯାତ୍ରା ପରେ ଅନୁଷ୍ଠିତ ବୌଠକରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ନାୟକ କଂଗ୍ରେସ କର୍ମୀଙ୍କୁ ଉତ୍ସାହିତ କରିଥିଲେ । ଆଗକୁ ବିଧାନସଭା ସହ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ କର୍ମୀଙ୍କୁ ନିଜ ନିଜ ଅଞ୍ଚଳରେ ସଙ୍ଗଠନକୁ ଆହୁରି କିପରି ମଜଭୁତ କରାଯିବ ସେନେଇ ପରାମର୍ଶ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ...ନବରଙ୍ଗପୁରରେ 'ଘରେ ଘରେ ହାତ' ଅଭିଯାନ, ଶତାଧିକ ସମର୍ଥକଙ୍କ ସହ କଂଗ୍ରେସର ଶୋଭାଯାତ୍ରା
ବିଜୟ ପଟ୍ଟନାୟକ ନାୟକ କହିଛନ୍ତି,"ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟନାୟକଙ୍କ ଆହ୍ଵାନ କ୍ରମେ ଗତ ସେପ୍ଟେମ୍ବର 25ରୁ ଅକ୍ଟୋବର 15 ଯାଏଁ ଏହି ସ୍ଵତନ୍ତ୍ର ଅଭିଯାନ ଓ ପଦଯାତ୍ରା ସାରା ଓଡ଼ିଶାରେ ଅନୁଷ୍ଠିତ ହେଉଛି । ବିଶେଷ କରି ବିଜେପି ଓ ବିଜେଡି ସରକାରର ଭ୍ରଷ୍ଟାଚାର, ଦୁର୍ନୀତି, ବିରୋଧରେ ଲୋକଙ୍କୁ ସଚେତନ କରାଇବା ଏହାର ଲକ୍ଷ୍ୟ । ବିଜେଡି ସରକାର କେବଳ ଦୁର୍ନୀତି ବ୍ୟତୀତ ଆଉ କିଛି କରିବା ପାଇଁ ସମୟ ପାଇ ନାହାନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଜନତାଙ୍କ ପାଇଁ କିଛି କରି ନାହାନ୍ତି କି କରିବକୁ ଇଚ୍ଛୁକ ନୁହଁନ୍ତି । ଦୁର୍ନୀତି କରିବା ଲୋକଙ୍କୁ ଶୋଷଣ କରିବା ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ । ରାୟଗଡ଼ାର ଉନ୍ନତି ପାଇଁ କ’ଣ କରିଛନ୍ତି ସରକାର । ହେଲେ ଜନତା ଏବେ ସରକାରଙ୍କ ଚାଲକି ବୁଝି ସାରିଛି । ଅଗାମୀ ନିର୍ବଚନରେ ଜନତା ନଜ ମତ ଦ୍ବାରା ସରକାରଙ୍କୁ ଉଚିତ ଯବାବ ଦେବ ।"
ଇଟିଭି ଭାରତ, ରାୟଗଡା