ETV Bharat / state

ଲକଡାଉନରେ ବିଦେଶୀ ମଦ କାରବାର, ଅବକାରୀ ବିଭାଗ ଚଢାଉରେ ଜଣେ ଗିରଫ - ରାୟଗଡା ଲାଟେଷ୍ଟ ନ୍ୟୁଜ୍‌

ଲକଡାଉନ ବେଳେ ମଦ ଦୋକାନ ବନ୍ଦ ପାଇଁ ସରକାରୀ ନିୟମ ଲାଗୁ ହୋଇଥିବା ବେଳେ ରାୟଗଡା ସହରରେ ଚୋରା ବିଦେଶୀ ମଦ ବିକ୍ରି ବଢିବାରେ ଲାଗିଛି । ଏନେଇ ଶନିବାର ସହରର ଗାନ୍ଧୀ ନଗର ଅଞ୍ଚଳରେ ଚଢା ଦରରେ ବିଦେଶୀ ମଦ ବିକ୍ରି ହେଉଥିବା ଖବର ପାଇ ଅବକାରୀ ସ୍କ୍ବାର୍ଡ ଚଢାଉ କରିଥିଲା ।

liquor business amid lockdown, liquor business in rayagada, rayagada latest news, excise dept raid in rayagada, ଲକଡାଉନରେ ମଦ କାରବାର, ରାୟଗଡାରେ ମଦ କାରବାର, ରାୟଗଡା ଲାଟେଷ୍ଟ ନ୍ୟୁଜ୍‌, ରାୟଗଡାରେ ଅବକାରୀ ବିଭାଗର ଚଢାଉ
ଲକଡାଉନରେ ବିଦେଶୀ ମଦ କାରବାର, ଅବକାରୀ ବିଭାଗ ଚଢାଉରେ ଜଣେ ଗିରଫ
author img

By

Published : May 23, 2020, 10:03 PM IST

ରାୟଗଡା: ଲକଡାଉନ ବେଳେ ମଦ ଦୋକାନ ବନ୍ଦ ପାଇଁ ସରକାରୀ ନିୟମ ଲାଗୁ ହୋଇଥିବା ବେଳେ ରାୟଗଡା ସହରରେ ଚୋରା ବିଦେଶୀ ମଦ ବିକ୍ରି ବଢିବାରେ ଲାଗିଛି । ଏନେଇ ଶନିବାର ସହରର ଗାନ୍ଧୀ ନଗର ଅଞ୍ଚଳରେ ଚଢା ଦରରେ ବିଦେଶୀ ମଦ ବିକ୍ରି ହେଉଥିବା ଖବର ପାଇ ଅବକାରୀ ସ୍କ୍ବାର୍ଡ ଚଢାଉ କରିଥିଲା । ଏଥିରେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଏଥିସହ ଘଟଣାରେ ସମ୍ପୃକ୍ତ ଅରୁଣ କୁମାର ପାଣିଗ୍ରାହୀ ନାମକ ଜଣେ ଯୁବକକୁ ମଧ୍ୟ ଗିରଫ କରାଯାଇଛି ।

liquor business amid lockdown, liquor business in rayagada, rayagada latest news, excise dept raid in rayagada, ଲକଡାଉନରେ ମଦ କାରବାର, ରାୟଗଡାରେ ମଦ କାରବାର, ରାୟଗଡା ଲାଟେଷ୍ଟ ନ୍ୟୁଜ୍‌, ରାୟଗଡାରେ ଅବକାରୀ ବିଭାଗର ଚଢାଉ
ଲକଡାଉନରେ ବିଦେଶୀ ମଦ କାରବାର, ଅବକାରୀ ବିଭାଗ ଚଢାଉରେ ଜଣେ ଗିରଫ
ଲକଡାଉନରେ ବିଦେଶୀ ମଦ କାରବାର, ଅବକାରୀ ବିଭାଗ ଚଢାଉରେ ଜଣେ ଗିରଫ

ଅଭିଯୁକ୍ତ ଅରୁଣ ନିଜ ଗୋଦାମରେ ବିପୁଳ ପରିମାଣର ଚୋରା ବିଦେଶୀ ମଦ ମହଜୁଦ ରଖି ଗ୍ରାହକଙ୍କୁ ଚଢା ଦରରେ ବିକ୍ରି କରୁଥିବା ଜଣା ପଡିଥିଲା । ଏହାର ଖବର ପାଇ ଅବକାରୀ ସ୍କ୍ବାର୍ଡ ଶନିବାର ସକାଳେ ଅରୁଣଙ୍କ ଘର ଭିତରେ ଥିବା ଏକ ଗୋଦାମ ଉପରେ ଚଢାଉ କରିଥିଲା । ଚଢାଉ ବେଳେ ଗୋଦାମରୁ ଲକ୍ଷାଧିକ ଟଙ୍କାର 134ଟି ବିଦେଶୀ ମଦ ବୋତଲ ଜବତ ହୋଇଥିଲା । ତେବେ ବୋତଲ ସବୁରେ ସରକାରୀ ଷ୍ଟିକର ଲାଗିଥିବା ବେଳେ ଲକଡାଉନ କଟକଣା ବେଳେ ଏତେ ପରିମାଣର ବିଦେଶୀ ମଦ କେଉଁଠାରୁ ଆସିଲା ତାହାର ତଦନ୍ତ କରାଯିବ ବୋଲି କହିଛି ଅବକାରୀ ବିଭାଗ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.