ETV Bharat / state

ଅମରନାଥରୁ ସୁରକ୍ଷିତ ଫେରୁଛନ୍ତି ରାୟଗଡାର ପାଞ୍ଚ ତୀର୍ଥଯାତ୍ରୀ - ଅମରନାଥରୁ ଫେରୁଛନ୍ତି ରାୟଗଡା ତୀର୍ଥଯାତ୍ରୀ

ଅମରନାଥରେ ବାଦଲ ଫଟା ବର୍ଷା ଯୋଗୁଁ ହୋଇଥିବା ଭୁ-ସ୍ଖଳନରେ 16 ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ରାୟଗଡାରୁ ଅମରନାଥକୁ ଯାତ୍ରା କରିଥିବା 5 ଜଣ ଯାତ୍ରୀ ସୁରକ୍ଷିତ ଭାବେ ଘରକୁ ଫେରୁଛନ୍ତି । ଅଧିକ ପଢନ୍ତୁ

ଅମରନାଥରୁ ସୁରକ୍ଷିତ ଫେରୁଛନ୍ତି ରାୟଗଡାରୁ ଯାଇଥିବା ପାଞ୍ଚ ଜଣ ତୀର୍ଥଯାତ୍ରୀ

author img

By

Published : Jul 10, 2022, 9:27 PM IST

ରାୟଗଡା: ଗତ ଶୁକ୍ରବାର ଦିନ ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ଯୋଗୁଁ ପାହାଡ଼ରୁ ଦ୍ରୁତ ଗତିରେ ପାଣି ମାଡ଼ି ଆସିବାରୁ ତିନି ଜଣ ମହିଳାଙ୍କ ସମେତ 16 ଜଣ ଲୋକଙ୍କ ମୃତ୍ୟ ଘଟିଥିଲା । ରାୟଗଡା ଜିଲ୍ଲାରୁ ମଧ୍ୟ ପାଞ୍ଚ ଜଣ ଅମରନାଥ ଦର୍ଶନ ପାଇଁ ଯାଇଥିଲେ। ହେଲେ ସମସ୍ତେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି । ସମସ୍ତଙ୍କ ଜିନିଷ ପତ୍ର ଓ ଟଙ୍କା ଭାସି ଯାଇଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି।

ଅମରନାଥରୁ ସୁରକ୍ଷିତ ଫେରୁଛନ୍ତି ରାୟଗଡାରୁ ଯାଇଥିବା ପାଞ୍ଚ ଜଣ ତୀର୍ଥଯାତ୍ରୀ

ସେହି ଶ୍ରଦ୍ଧାଳୁ ମାନେ ହେଲେ, ବସନ୍ତ କୁମାର ସେନାପତି, ସୌମ୍ୟ ରଞ୍ଜନ ପାତ୍ର, କେ. ରବି କୁମାର, ଟୁକୁନା ପ୍ରଧାନ ଓ ନିହାର ରଞ୍ଜନ ପାତ୍ର ବୋଲି ଜଣାପଡ଼ିଛି । ଅପରପକ୍ଷେ ରାୟଗଡା ଜିଲ୍ଲାପାଳ ସ୍ଵଧା ଦେବ ସିଂ ସମସ୍ତ ତୀର୍ଥଯାତ୍ରୀ ଯେପରି ସୁରକ୍ଷିତ ଭାବେ ରାୟଗଡା ଫେରିବେ ସେନେଇ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ସେ ଗତକାଲି ଠାରୁ ସେଠିକା ସ୍ଥାନୀୟ ପ୍ରଶାସନ ସହ ଯୋଗସୂତ୍ର ରକ୍ଷା କରି ସେମାନଙ୍କୁ ପ୍ରଥମେ ଶ୍ରୀନଗର, ତା’ ପରେ ଜମ୍ମୁ ଏବଂ ଶେଷରେ ଦିଲ୍ଲୀ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି ।

ରାୟଗଡାରୁ ଯାଇଥିବା ସମସ୍ତ ପାଞ୍ଚ ଜଣ ତୀର୍ଥଯାତ୍ରୀ ଆଜି(ରବିବାର) ଶ୍ରୀନଗରରୁ ଭୋରରୁ ବାହାରି ସନ୍ଧ୍ୟାରେ ଜାମ୍ମୁ ପହଞ୍ଚିଛନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ଥିବା ପ୍ରକାଶ କରିଛନ୍ତି ଅମରନାଥ ଯାଇଥିବା ଯାତ୍ରୀ ଟୁକୁନା ପ୍ରଧାନ । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଅମରନାଥରୁ ସୁରକ୍ଷିତ ଫେରୁଛନ୍ତି ରାୟଗଡାରୁ ଯାଇଥିବା ସମସ୍ତ ପାଞ୍ଚ ଜଣ ତୀର୍ଥଯାତ୍ରୀ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.