ରାୟଗଡା: ଜିଲ୍ଲାରେ ପ୍ରଥମ କୋରୋନା ମୃତ୍ୟୁ ହୋଇଛି । ଜଣେ ନୂତନ ସଂକ୍ରମିତ ସହ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା 138ରେ । କୋରୋନା ମୃତ୍ୟୁକୁ ନେଇ ଗୋଟିଏ ଦିନ ପୂର୍ବରୁ ଗଣମାଧ୍ୟମକୁ ରାୟଗଡା ସିଡିଏମଓ ପ୍ରୀତିକ୍ରିୟା ସ୍ପଷ୍ଟ ପ୍ରମାଣ କରୁଛି କିଭଳି ଚାଲିଛି ରାୟଗଡାରେ କୋରୋନାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଏସୋପି ପାଳନ ।
ଦୁଇଦିନ ତଳେ ଏମିତି କହିଥିଲେ ରାୟଗଡ଼ ସିଡିଏମଓ । ଶେଷରେ ବିବାଦ ଟଳିଲା ସ୍ୱାସ୍ଥ୍ୟ ବିଭାଗ ମାନିଲା କୋରୋନରେ ଜଣଙ୍କର ମୃତ୍ୟୁ ହୋଇଛି । ଘୋଷଣା କାଲେ ରାୟଗଡ଼ ସିଡିଏମଓ । ରାୟଗଡା ଜିଲ୍ଲାରେ ଜଣେ ପ୍ରଥମ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସଂକ୍ରମିତ ଜଣକ ଗତ ୩୦ ତାରିଖରେ ମୃତ୍ୟୁ ବରଣ କରିଥିଲେ । ଗତ ୬ ତାରିଖରେ ତାଙ୍କର କୋରୋନା ପଜିଟିଭ ବାହାରିଥିଲା।
ତେବେ ଆଜି ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ. ଆର୍ତ୍ତାବନ୍ଧୁ ନାୟକ । ୮୦ ବର୍ଷ ବୟସ୍କ ବୃଦ୍ଧ ମୃତ୍ୟୁବରଣ କରିଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । ସଂକ୍ରମିତ ଜଣକ ଗତ ୩୦ ତାରିଖରେ ସେ ମୃତ୍ୟୁ ବରଣ କରିଥିଲେ ଓ ଗତ ୬ ତାରିଖରେ ତାଙ୍କର କରୋନା ପଜିଟିଭ ବାହାରିଥିଲା।
ମୃତକଙ୍କ ପରିବାର ଲୋକ ରାୟଗଡା ସହରର ସାଇପ୍ରିୟା ନଗରରେ ରହୁଥିବା ବେଳେ ସେ ଗଞ୍ଜାମରୁ କିଛିଦିନ ପୂର୍ବରୁ ଆସି ରହି ଥିଲେ । ଗତ ୩୦ ତାରିଖରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବକୃ ତାଙ୍କୁ ରାୟଗଡ଼ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ତାଙ୍କ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ କୋଭିଡ ନିୟମ ମୁତବକ ଏସୋପି ପାଳନ ହୋଇ ନଥିବା ନେଇ ପ୍ରଶ୍ନ ଉଠିଥିଲା । ଏହାସହ ଜିଲ୍ଲାରେ ଆଜି ପୁଣି ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଙ୍କ ଘର ପଦ୍ମପୁରରେ । ସେ ଏବେ ଭୁବନେଶ୍ବରର ଘୋରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ଏହାକୁ ମିଶାଇ ଜିଲ୍ଲାର ମୋଟ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି 138ରେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ